ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଜଗନ୍ନାଥ ମିଶନ ପକ୍ଷରୁ ସରିତା ସାହିତ୍ୟ ସଂସଦ ଉଦଘାଟିତ

କୁଜଙ୍ଗ / ତାଳଦଣ୍ଡା, 16/09/2025, ଉତ୍କଳ voice news - utkalvoicenews.com( ଜଗନ୍ନାଥ ପ୍ରସାଦ ସାହୁ ଙ୍କ ରିପୋର୍ଟ ) :
Article Image
କୁଜଙ୍ଗ ତାଳଦଣ୍ଡାସ୍ଥିତ ବ୍ରହ୍ମ ଜଗନ୍ନାଥ ମିସନ ପକ୍ଷରୁ ସରିତା ସାହିତ୍ୟ ସଂସଦ ଉଦ୍‌ଘାଟିତ ହୋଇଯାଇଛି। ଏଥିରେ ସାହିତ୍ୟିକ ଅସିତ କୁମାର ମହାନ୍ତି ମୁଖ୍ୟବକ୍ତା ଭାବରେ ଯୋଗଦେଇ ସାହିତ୍ୟ ବିନା ଗୋଟିଏ ଜାତିର ସୁସମୃଦ୍ଧ ହୋଇପାରୋନାହିଁ ଏବଂ ସାହିତ୍ୟ ଗୋଟିଏ ଜାତିର ପରିଚୟ ସୃଷ୍ଟି କରିଥାଏ ବୋଲି କହିଥିଲେ | କୁଜଙ୍ଗ ତାଳଦଣ୍ଡା ସ୍ଥିତ ବ୍ରହ୍ମ ଜଗନ୍ନାଥ ମିଶନ ଆନୁକୂଲ୍ୟରେ ଅନୁଷ୍ଠିତ ସରିତା ସାହିତ୍ୟ ସଂସଦ ଓ କବି ସମ୍ମିଳନୀରେ ଉଦ୍‌ଘାଟକ ଭାବେ ଜଗତସିଂହପୁର ଜିଲ୍ଲା ଭାଜପା ସଭାପତି ପ୍ରତାପ ମିଶ୍ର, ବିଶିଷ୍ଟ ସାହିତ୍ୟିକ ଗୀତିକାର ଦୋବୀଦତ୍ତ ମହାନ୍ତି, ଓଡିଶା ସାହିତ୍ୟ ଏକାଡେମୀର ସହ ସଚ୍ଚିବ ସଂଜୟ କୁମାର ଛୁଆଳସିଂହ, ସୁସାହିତ୍ୟିକା ଡକ୍ଟର ସ୍ନେହାଃଶ୍ରୀ ସ୍ବାଇଁ, ଭିଡିଓ ଜର୍ନାଲିଷ୍ଟ ଜ୍ୟୋତ୍ସ୍ନାମୟୀ ଦଳାଇ ପ୍ରମୁଖ ମଞ୍ଚାସୀନ ଅତିଥିଭାବେ ଯୋଗଦେଇ କ୍ୟାପଟେନ ସଂଜୀବ କୁମାର ମୁଦୁଲିଙ୍କ ଧର୍ମପତ୍ନୀ ସ୍ବର୍ଗତା ସରିତା ମିଶ୍ରଙ୍କ ୫୦ ତମ ଜନ୍ମ ଦିବସ ଓ ଦ୍ଵିତୀୟ ଶ୍ରାଦ୍ଧବାର୍ଷିକୀ ଅବସରରେ ପ୍ରଦୀପ ପ୍ରଜ୍ଜ୍ଵଳନ କରି ଓ କେକ୍ କାଟି ସରିତା ସାହିତ୍ୟ ସଂସଦକୁ ଉଦ୍‌ଘାଟନ କରିଥିଲେ । ସମସ୍ତ ମଂଚାସୀନ ଅତିଥିମାନେ ସ୍ବର୍ଗତା ମିଶ୍ରଙ୍କ ପ୍ରତି ତାଙ୍କ ପତି କ୍ୟାପଟେନଙ୍କ ଅନାବିଳ ସ୍ନେହ, ପ୍ରେମ ଓ ଭଲପାଇବା ଅତୁଳନୀୟ ବୋଲି ପ୍ରକାଶ କରିଥିଲେ | ଏହି ଅବସରରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରରୁ ଆସିଥିବା ଶତାଧିକ କବି ଓ କବୟତ୍ରୀ ସ୍ବରଚିତ କବିତା ପାଠ କରିଥିଲେ | ବିଶିଷ୍ଟ ଟିଭି ଉପସ୍ଥାପକ ଅଭିନନ୍ଦନ ଦାସ ମଞ୍ଚ ପରିଚାଳନା କରିଥିବା ବେଳେ ସରିତା ସାହିତ୍ୟ ସଂସଦର ସମ୍ପାଦିକା ରୁନିବାଳା ମଲ୍ଲିକ ଧନ୍ୟବାଦ ଦେଇଥିଲେ |
76