ଏରସମା, 16/09/2025, ଉତ୍କଳ voice news - utkalvoicenews.com( ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
ଜୀବନବ୍ୟାପୀ ଫଟୋଗ୍ରାଫି କଳାରେ ସେ ଜଣେ ଅନନ୍ୟ ବ୍ୟକ୍ତିତ୍ଵ । ଦୀର୍ଘ 1980 ମସିହାରୁ ଆଜି ପର୍ଯ୍ୟନ୍ତ ଦୀର୍ଘ 45 ବର୍ଷ ହେବ ଏରସମା ବଜାର ଉପରେ ଅବସ୍ଥିତ ବିମ୍ବା ଷ୍ଟୁଡିଓ ନାମରେ ଆଜି ବି ବେଶ୍ ପରିଚିତି ଓ ଚଳ ଚଞ୍ଚଳ ନାମ । କାରଣ ସେ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ଥିବାରୁ ବାତ୍ୟା, ବନ୍ୟା ଓ ବିପର୍ଯ୍ୟୟ ସମୟର ଅନେକ ଡକୁମେଣ୍ଟାରି ଫୋଟୋ ଉତ୍ତୋଳନ କରି ଅନେକ ପ୍ରଶଂସା ସାଉଁଟି ଛନ୍ତି । ମାତା - ମଣି ଖଣ୍ଡୁଆଳ ଓ ପିତା - ନରେନ୍ଦ୍ର ଖଣ୍ଡୁଆଳ ଙ୍କ ପୁତ୍ର ବିମ୍ବାଧର ଖଣ୍ଡୁଆଳ ବୟସ ଆଜି 63 ବର୍ଷରେ ଅବତୀର୍ଣ୍ଣ। ତାଙ୍କୁ ରାଜ୍ୟ ସ୍ତରୀୟ ଆସୋସିଏସନ୍ , ଓଡିଶା ଫଟୋଗ୍ରାଫିକ୍ ସିଣ୍ଡିକେଟ ଦ୍ଵାରା ଆୟୋଜିତ ତିନିଦିନ ବ୍ୟାପି ଫୋଟୋ ମେଳା ସ୍ଥାନ SOA convention centre, ଭୁବନେଶ୍ଵର ରେ 12 ତାରିଖରୁ 14 ତାରିଖ ପର୍ଯ୍ୟନ୍ତ ଆୟୋଜିତ ଥିବା ଫଟୋ ମେଳା ରେ ଶ୍ରୀଯୁକ୍ତ ଖଣ୍ଡୁଆଳ ଙ୍କୁ ତାଙ୍କ କଳା ପାଇଁ ଜୀବନବ୍ୟାପୀ ସଫଳତା ପୁରସ୍କାର ( lifetime achievement award ) ପ୍ରଦାନ କରାଯାଇଥିଲା । ଶ୍ରୀଯୁକ୍ତ ଖଣ୍ଡୁଆଲ ପୁରସ୍କାର ଗ୍ରହଣ ସମୟରେ ଭାବବିହୋଲିତ ହୋଇଯାଇଥିଲେ। ଓଡିଶା ଫଟୋଗ୍ରାଫିକ୍ ସିଣ୍ଡିକେଟ ର ଜଗତସିଂହପୁର ଜିଲ୍ଲା ସଂଯୋଜକ ରାଜକିଶୋର ପ୍ରଧାନ ଶ୍ରିଯୁକ୍ତ ଖଣ୍ଡୁଆଲ ଙ୍କୁ ଶୁଭେଚ୍ଛା ଜଣାଇଥିଲେ ।