ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଙ୍କ ଆବିର୍ଭାବ ମହୋତ୍ସବ

ରାହାମା, 17/09/2025, ଉତ୍କଳ voice news - utkalvoicenews.com( ରାହାମା ରୁ ଦେବାଶିଷ ମହାନ୍ତି ଙ୍କ ରିପୋର୍ଟ ) :
Article Image
ରାହାମାରେ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଙ୍କ ସତସଙ୍ଗ ବିହାର ଆବିର୍ଭାବ ମହୋତ୍ସବ ରାହାମା ସତସଙ୍ଗ ବିହାର ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ୧୩୮ ତମ ଆବିର୍ଭାବ ଦିବସ ଓ ଜନ୍ମୋତ୍ସବ ଏକ ଆଧ୍ୟାତ୍ମିକ ଓ ମନୋଜ୍ଞ ପରିବେଶ ମଧ୍ୟରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଗ୍ରହଣରେ ପାଳିତ ହୋଇଯାଇଛି ।ସକାଳ ପ୍ରତେଷୁ ଉଷା କୀର୍ତ୍ତନ, ଦେବ ମାଙ୍ଗଳିକ, ଜନ୍ମ ଲଗ୍ନ ସମୟ ୭. ୦୫ମିନିଟ ଘୋଷଣା, ସ୍ୱସ୍ତିକ ପତାକା ଉତୋଳନ ସହିତ ସତସଙ୍ଗ ବିହାର ରେ ବୃକ୍ଷ ରୋପଣ ୮. ୩୦ ମିନିଟ ହୋଇଥିଲା। ରାହାମାର ଯୁବ ସମାଜସେବୀ ପ୍ରତାପ ଚନ୍ଦ୍ର ଦାସ, ରାହାମା ସତସଙ୍ଗ କେନ୍ଦ୍ର ର ପରିଚାଳକ ବିଜୟ କୁମାର ମହାନ୍ତି, ବସନ୍ତ କୁମାର ସାହୁ, ପ୍ରଶାନ୍ତ କୁମାର ପ୍ରଧାନ ଓ ଗୁରୁଭାଇ ଓ ମା ଉପସ୍ଥିତ ଥିଲେ। ଅପରାହ୍ନ ୩. ୩୦ମିନିଟ ସମୟ ରେ ସତସଙ୍ଘ ବିହାର ରେ ମଞ୍ଜୁଲତା ଦାସ ଙ୍କ ଅଧକ୍ଷତା ରେ ମାତୃ ସମ୍ମିଳନୀ ଆୟୋଜନ କରାଯାଇଥିଲା। ସଂଧ୍ୟା ୭ ଘଟିକା ସମୟରେ ସତସଙ୍ଘ ଅନୁଷ୍ଠିତ ହୋଇଥୀଲା ଉପଲକ୍ଷେ ଏକ ବିଶେଷ ଧରଣ ଆଧ୍ୟାତ୍ମିକ ଆଲୋଚନା ଚକ୍ରରେ ରୀତିକ ଶିବାଜୀ ଚରଣ ମହାନ୍ତି, ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଆଜିର ବିପଦଗାମୀ ସମାଜ ପାଇଁ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଦିବ୍ୟ ଜୀବନୀ ଓ ବାଣୀର ଯଥେଷ୍ଟ ପ୍ରାସଙ୍ଗିକତା ରହିଛି ବୋଲି ସେ ମତବ୍ୟକ୍ତ କହିଥିଲେ । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ବିଜୟ କୁମାର ମହାନ୍ତି, ପୂଜକ ତନୟ କୁମାର ରଥ, ବସନ୍ତ କୁମାର ସାହୁ,ପ୍ରଶାନ୍ତ କୁମାର ପ୍ରଧାନ,ବରିଷ୍ଠ ଗୁରୁ ଭାଇ ଧ୍ରୁବ ଚରଣ ଦାସ, ଲକ୍ଷ୍ମୀପ୍ରିୟା ସାହୁ, ଜୟନ୍ତୀ ଲେଙ୍କା, ସମିତା ମହାନ୍ତି, ବିଦ୍ୟୁଲତା ରାଉତ, ବିନୋଦିନୀ ରାଉତ, ମଞ୍ଜୁଶ୍ରୀ ସାହୁ, ମାମିନା ସାହୁ, ରାହାମା ଓ ଆଖ ପାଖ ଅଞ୍ଚଳର ଶତାଧିକ ଗୁରୁଭାଇ ମା ମାନେ ଉପସ୍ଥିତ ହୋଇ ଦିବ୍ୟ ସତ ସଙ୍ଘ ଶ୍ରବଣ କରିଥିଲେ। ଶେଷରେ ରାତ୍ର ୯ ଘଟିକା ସମୟ ରେ ଆନନ୍ଦ ବଜାର ରେ ପ୍ରସାଦ ସେବନ କରାଯାଇ ଥୀଲା।
Article Image
3