ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଅପେରସନ ପ୍ରହାରର ସଫଳତା, ଦୁଇ ଧଳା ଜହର ବ୍ୟବସାୟୀ ଗିରଫ।

କୁଜଙ୍ଗ , 17/09/2025, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ / କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
Article Image
କୁଜଙ୍ଗ ପୋଲିସ୍ କୁ ବଡ଼ ସଫଳତା। ବହୁଦିନ ଧରି କୁଜଙ୍ଗ ପୋଲିସ୍ ଏହି ଧଳା ଜହର କାରବାର ଉପରେ ଅପରେସନ ଚଲାଇଥିବା ବେଳେ ଅପରେସନ ପ୍ରହାର ସଫଳ ହୋଇଛି । କୁଜଙ୍ଗ ବ୍ଲକ ଅନ୍ତର୍ଗତ କାଞ୍ଜିଆକଣ ଛକ ନିକଟରୁ ବ୍ରାଉନ୍ ସୁଗାର ଜବତ୍ , ସହ ୨ ଯୁବକଙ୍କୁ ଗିରଫ କରିଛି କୁଜଙ୍ଗ ପୋଲିସ ।ଆଗରୁ ମଧ୍ୟ ଏହି ଧଳା ଜହର ବହୁ ମାତ୍ରାରେ ଜବତ୍ କରିଥିଲା। ଆଜି ସକାଳ ୭ ଘଟିକା ସମୟରେ କାଞ୍ଜିଆକଣ ଠାରେ ଧଳା ଜହର କାରବାର ର ଖବର ପାଇ କୁଜଙ୍ଗ ପୋଲିସ୍ ର ଏକ ଟିମ୍ ନେଇ ସେଠାରେ ଯାଇ ପହଞ୍ଚିଥିଲା ଏବଂ ସେହି ସେହି ଧଳା ଜହର କାରବାର କରୁଥିବା ଯୁବକଙ୍କୁ ଠାରୁ ପ୍ରାୟ ୧୪ ଗ୍ରାମ୍ ଡକ୍ସ ସହ ଆଠହଜାର ଦଶ ଟଙ୍କା ଓ ୩ଟି ମୋବାଇଲ୍ ଫୋନ୍ ଏବଂ ଗୋଟିଏ ମୋଟର୍ ସାଇକେଲ୍ ଜବତ୍ କରିଛି। ସେ ଦୁଇ ଯୁବକଙ୍କୁ ଗିରଫ କରି କୁଜଙ୍ଗ ଥାନାରେ *୩୪୮/୨୫* ଏଣ୍ଟିଗ୍ରେଟେଡ୍ ରେଜିଷ୍ଟ୍ରି କରାଯାଇଛି। ଧଳା ଜହର କାରବାରରେ ଧରା ପଡ଼ିଥିବା ଦୁଇ ଆସାମୀ ହେଲେ ଷଣ୍ଢପୁରର *ମାନସ୍ ସ୍ବାଇଁ* ଓ ବାଗୋଇର *ନବଘନ ଶୁକ୍ଳ*।
Article Image
Article Image
Article Image
5