ଜଗତସିଂହପୁର / ନିଆଳି , 17/09/2025, ଉତ୍କଳ voice news - utkalvoicenews.com( ସରୋଜ ନାୟକ ଙ୍କ ରିପୋର୍ଟ ) :

ନିଆଳି ବ୍ଲକ, ଦେବୀକନ୍ଦଳ ଦ୍ବିପାଞ୍ଚଳ ର ବଢ଼ିଆସାହି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଗୁରୁଜୀ ସମୀର ସାର ଙ୍କ ଏକାଦଶାହ ରେ ଏକ ଶ୍ରଦ୍ଧାଞ୍ଜଳି ସଭା ତାଂକ ସେଳେଦାସ୍ଥିତ ବାସଭବନରେ ଅନୁଷ୍ଠିତ ହୋଇଥିଲା |ଗୋପୀନାଥଜୀଉ ଯୁବପରିଷଦ,
ବଜରଙ୍ଗୀ ଟ୍ରଷ୍ଟ ଆବାହକତ୍ବ ଓ ସି, ଭି, ପି, ସହଯୋଗରେ ଆୟୋଜିତ ସଭାରେ ଶିକ୍ଷାବିତ ତଥା ନିଆଳି ପ୍ରାଥମିକ ଶିକ୍ଷକ ସଂଘର ସଭାପତି ରମାକାନ୍ତ ସ୍ୱାଇଁ ସଭାପତିତ୍ୱ କରିଥିଲେ |ଶିଶୁମନ୍ଦିର ସମସ୍ତ ଗୁରୁଜୀ, ଗୁରୁମା ଓ ଗ୍ରାମବାସୀମାନେ ସଭାରେ ଅଂଶଗ୍ରହଣ କରିଥିଲେ |ନିଆଳି ବ୍ଲକ ଅଧ୍ୟକ୍ଷ ଉମେଶଚନ୍ଦ୍ର ବେହେରା, କଟକଜିଲ୍ଲା ବିଜେପି ସଭାପତି ସୁକାନ୍ତ ବିଶ୍ୱାଳ, ଏରଞ୍ଚକଲେଜ ର ପୂର୍ବତନ ଅଧକ୍ଷ ପ୍ରଫେସର ରାମଚନ୍ଦ୍ର ପଣ୍ଡା,ଦ୍ବିପଞ୍ଚଳ ଅବସରପ୍ରାପ୍ତ କର୍ମଚାରୀ ସଂଘର ସଭାପତି ପ୍ରେମାନନ୍ଦ ମହାପାତ୍ର, ଅବସର ପ୍ରାପ୍ତ ଶିକ୍ଷକନେତା,, ନନିରଞ୍ଜନ ବେଉରା,ସମାଜସେବୀ ହୃଦାନନ୍ଦ ସ୍ୱାଇଁ, ପ୍ରମୋଦ ସାହାଣୀ,ଶଶିକାନ୍ତ ଲେଙ୍କା, ପୂର୍ବତନ ସରପଞ୍ଚ ଅନିରୁଦ୍ଧ ମଲ୍ଲିକ,ପ୍ରବଚକ ସନ୍ୟାସୀ ପଣ୍ଡା ଅନ୍ତର୍ଯ୍ୟାମୀ ବଡୁ, ପ୍ରଶାନ୍ତ ସ୍ୱାଇଁ, ମିଟୁ ବଡୁ ପ୍ରମୁଖ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇ ସମୀର ଗୁରୁଜୀଙ୍କ ସ୍ମୃତିଚାରଣ କରିଥିଲେ |ପୂର୍ବତନ ସରପଞ୍ଚ ସରୋଜ ସ୍ୱାଇଁ ସଭାକୁ ସଂଯୋଜନା କରିଥିବାବେଳେ ଶିକ୍ଷକ ସୁବାସ ଚନ୍ଦ୍ର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ |ପୂଜ୍ୟପୂଜାର ଏଭଳି ପ୍ରୟାସକୁ ସାଧାରଣରେ ପ୍ରଂଶସା କରାଯାଇଛି |
