ତିର୍ତୋଲ, 17/09/2025, ଉତ୍କଳ voice news - utkalvoicenews.com( ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ଭାଇ ମୋଦି ଙ୍କର ୭୫ତମ ଜନ୍ମଦିନ ଅବସରରେ ସାରା ଓଡିଶା ରେ ମାନନୀୟ ମୁଖ୍ୟମନ୍ତ୍ରୀ ଙ୍କ ଆଗ୍ରହ କ୍ରମେ ୭୫ ଲକ୍ଷ ବୃକ୍ଷ ରୋପଣ କାର୍ଯ୍ୟ କରାଯାଉଛି। ଏହି କ୍ରମେ ଭାଜପା ଜଗତସିଂହପୁର କୃଷକ ମୋର୍ଚା ତରଫରୁ ଜିଲ୍ଲା ର ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କାର୍ଯ୍ୟ କରାଯାଇଛି. ତିର୍ତୋଲ ସ୍ଥିତ ଉଦ୍ୟାନ ବିଭାଗ ପରିସରରେ କୃଷକ ମୋର୍ଚା ଜିଲ୍ଲା ସଭାପତି ତପନ ବେହେରା,ରାଜ୍ୟ ସଂଯୋଜିକା ଜୟଲଷ୍ମୀ ମହାନ୍ତି, ଜିଲ୍ଲା ସଂଯୋଜକ ବିବେକାନନ୍ଦ ହୋତା,ଜିଲ୍ଲା କୋଷାଧକ୍ଷ ନିର୍ଲିପ୍ତ ଜେନା, ସମ୍ପାଦକ ତାପସ ମହାନ୍ତି, ସୁଶୀଲ ଭାଇ, ପ୍ରଶାନ୍ତ ପଣ୍ଡା, ରମେଶ ନାୟକ,ଝରାଶ୍ରୀ ରାଉତ, ଭ୍ରମର ଭାଇ ଏବଂ ବିଭାଗ ର ଅଧିକାରୀ ଙ୍କ ସହଯୋଗ ରେ ବିଭିନ୍ନ ଫଳ ଚାରା ରୋପଣ କରାଗଲା. ସର୍ବଶେଷରେ ପ୍ରଧାନମନ୍ତ୍ରୀ ଙ୍କ ନିରୋଗ କାମନା କରି କାର୍ଯ୍ୟକ୍ରମ ଶେଷ କରାଯାଇଥିଲା।