ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ବୃକ୍ଷ ରୋପଣ ଓ ସ୍ୱଚ୍ଛ ଭାରତ ଅଭିଯାନ

ଏରସମା / ବାଲିକୁଦା, 17/09/2025, ଉତ୍କଳ voice news - utkalvoicenews.com( ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ଭାଇ ମୋଦିଙ୍କର ୭୫ ତମ ଜନ୍ମଦିନ ଅବସରରେ ସାରା ଓଡିଶା ରେ ମାନନୀୟ ମୁଖ୍ୟମନ୍ତ୍ରୀଙ୍କ ଆଗ୍ରହ କ୍ରମେ ୭୫ ଲକ୍ଷ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଉଛି। ବଳେଇପୁରୁ ପଞ୍ଚାୟତ ମା" ସାହାଢେଇଙ୍କ ପ୍ରାଙ୍ଗଣରେ ଚାରି ନଂ ଜୋନର ମଣ୍ଡଳ ସଭାପତି ବିକ୍ରମଜିତ୍ ସାମନ୍ତରାୟଙ୍କ ନେତୃତ୍ୱରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସହିତ ମନ୍ଦିର ପ୍ରାଙ୍ଗଣର ଚାରିପାଖ ସଫେଇ କରାଯାଇଥିଲା।ଏହି କ୍ରମେ ଭାଜପା ତରଫରୁ ଜିଲ୍ଲା ର ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କାର୍ଯ୍ୟ କରାଯାଇଛି। ବାଲିତୁଠ ମଣ୍ଡଳର ସଭାପତି ବିକ୍ରମ ଜିତ୍ ସାମନ୍ତରାୟଙ୍କ ନେତୃତ୍ୱରେ ବାଲିକୁଦା ଏରସମା ନିର୍ବାଚନମଣ୍ଡଳୀର ସେବାପକ୍ଷ ସଂଯୋଜକ ତଥା ସାଂସଦଙ୍କ ପ୍ରତିନିଧି ଜଟାଧାରୀ ସ୍ୱ।ଇଁ,ଚାରି ନଂ ଜୋନର ମଣ୍ଡଳ ପ୍ରଭାରୀ ନିର୍ଲିପ୍ତ ଜେନା,ବଳେଇପୁରୁ ପଞ୍ଚାୟତ ସରପଞ୍ଚ ଶୁଶୁମା ସ୍ୱାଇଁ,ବଳେଇପୁରୁ ପଞ୍ଚାୟତ ପ୍ରମୁଖ ରମେଶ ଚନ୍ଦ୍ର ରାଉତ, ସମାଜସେବୀ ଅରୁଣ ସ୍ୱାଇଁ,ସୁବଦ୍ଧ କାନ୍ତ ରାଉତ ,କୁମରବର ନାୟକ, ପ୍ରିତମ ସ୍ୱାଇଁ, ମହିଳା ମୋର୍ଚ୍ଚା ସଭାପତି ଅନୁସୟା ଲେଙ୍କା, ସଂପାଦକ ଶିବପ୍ରସାଦ ମଲ୍ଲ, ଜ୍ୟୋତି ପ୍ରକାଶ ମହାନ୍ତି, ପବିତ୍ର ସ୍ୱାଇଁ,ଚିନ୍ମୟ ଖଟୁଆ ଓ ଛଅ ପଞ୍ଚାୟତର ପ୍ରମୁଖ ମାନଙ୍କ ସହଯୋଗରେ ବିଭିନ୍ନ ଫଳ ଚାରା ରୋପଣ କରା ଯାଇଥିଲା।ସର୍ବଶେଷରେ ପ୍ରଧାନମନ୍ତ୍ରୀ ଙ୍କ ନିରୋଗ କାମନା କରି କାର୍ଯ୍ୟକ୍ରମ ଶେଷ କରାଯାଇଥିଲା।
15