ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଭାରତ ସରକାରଙ୍କ ଡାକରାରେ ଗୋଟିଏ ଗଛ ମା" ପାଇଁ

କୁଜଙ୍ଗ / ଚଟୁଆ, 17/09/2025, ଉତ୍କଳ voice news - utkalvoicenews.com( ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ଭାରତ ସରକାରଙ୍କ ଡାକରାରେ ଚଟୁଆ ଗ୍ରାମ୍ୟ ବ୍ୟାଙ୍କ ପକ୍ଷରୁ ଚଟୁଆ ପଞ୍ଚାୟତ ଅଫିସ୍ ଓ ଚଟୁଆ ଉଚ୍ଚବିଦ୍ୟାଳୟରେ ଗୋଟିଏ ଗଛ ମା" ପାଇଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଚଟୁଆ ଗ୍ରାମ୍ୟ ବ୍ୟାଙ୍କ ମ୍ୟାନେଜର ପ୍ରଦୀପ୍ତ କୁମାର ନାୟକ ଭାରତ ସରକାରଙ୍କ ଡାକରାରେ ଚଟୁଆ ପଞ୍ଚାୟତ ଅଫିସ୍ ଓ ଚଟୁଆ ଉଚ୍ଚବିଦ୍ୟାଳୟରେ ୪୦ ଗୋଟିରୁ ଉର୍ଦ୍ଧ୍ଵ ବିଭିନ୍ନ ପ୍ରକାରର ବୃକ୍ଷ ରୋପଣ କରିଥିଲେ । ଗୋଟିଏ ଗଛ ମା "ପାଇଁ କାର୍ଯ୍ୟକ୍ରମରେ ଚଟୁଆ ପଞ୍ଚାୟତ ସରପଞ୍ଚ,ଚଟୁଆ ଉଚ୍ଚବିଦ୍ୟାଳୟର ଶିକ୍ଷକ,ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ସହ ଯୋଗାଯୋଗ କରିଥିଲେ। ସେହିପରି ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ଭାଇ ମୋଦି ଙ୍କର ୭୫ତମ ଜନ୍ମଦିନ ଅବସରରେ ସାରା ଓଡିଶା ରେ ମାନନୀୟ ମୁଖ୍ୟମନ୍ତ୍ରୀ ଙ୍କ ଆଗ୍ରହ କ୍ରମେ ୭୫ ଲକ୍ଷ ବୃକ୍ଷ ରୋପଣ କାର୍ଯ୍ୟ କରାଯାଉଛି। ଏହି କ୍ରମେ ଭାଜପା ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କାର୍ଯ୍ୟ କରାଯାଇଛି। ସର୍ବଶେଷରେ ପ୍ରଧାନମନ୍ତ୍ରୀ ଙ୍କ ନିରୋଗ କାମନା କରି କାର୍ଯ୍ୟକ୍ରମ ଶେଷ କରାଯାଇଥିଲା।
Article Image
4