ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ବୃକ୍ଷ ରୋପଣ

କୁଜଙ୍ଗ / ତାଳଦଣ୍ଡା, 17/09/2025, ଉତ୍କଳ voice news - utkalvoicenews.com( ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ଭାଇ ମୋଦି ଙ୍କର ୭୫ତମ ଜନ୍ମଦିନ ଅବସରରେ ସାରା ଓଡିଶାରେ ମାନନୀୟ ମୁଖ୍ୟମନ୍ତ୍ରୀ ଙ୍କ ଆଗ୍ରହ କ୍ରମେ ୭୫ ଲକ୍ଷ ବୃକ୍ଷ ରୋପଣ କାର୍ଯ୍ୟ କରାଯାଉଛି। କୁଜଙ୍ଗ ବ୍ଲକ୍ ତାଳଦଣ୍ଡା ସ୍ଥିତ ବ୍ରହ୍ମ ଜଗନ୍ନାଥ ମନ୍ଦିର ପରିସରରେ ବ୍ରହ୍ମ ଜଗନ୍ନାଥ ମିଶନର ପ୍ରତିଷ୍ଠାତା ବିଶିଷ୍ଟ ସମାଜସେବୀ କ୍ୟାପେଟେନ ସଂଜୀବ କୁମାର ମୁଦୁଲିଙ୍କ ନେତୃତ୍ୱରେ ବ୍ରହ୍ମ ମିଶନର ସମସ୍ତ ସଦସ୍ୟଙ୍କ ସହଯୋଗରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।ଏହି କ୍ରମେ ଜିଲ୍ଲାର ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କାର୍ଯ୍ୟ କରାଯାଇି। ବିଭିନ୍ନ ଫଳ ଚାରା ରୋପଣ କରାଯାଇଛି ।ସର୍ବଶେଷରେ ପ୍ରଧାନମନ୍ତ୍ରୀ ଙ୍କ ନିରୋଗ କାମନା କରି କାର୍ଯ୍ୟକ୍ରମ ଶେଷ କରାଯାଇଥିଲା।
Article Image
16