ଏରସମା, 17/09/2025, ଉତ୍କଳ voice news - utkalvoicenews.com( ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
ଭାରତ ର ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ଭାଇ ମୋଦି ଙ୍କର ୭୫ ତମ ଜନ୍ମଦିନ ଅବସରରେ ସାରା ଓଡିଶା ରେ ମାନନୀୟ ମୁଖ୍ୟମନ୍ତ୍ରୀ ଙ୍କ ଆଗ୍ରହ କ୍ରମେ ଆଜିଠୁ ସାରା ଓଡିଶାରେ ବିଭିନ୍ନ ଜିଲ୍ଲାର ପ୍ରତ୍ୟେକ ଅଞ୍ଚଳର ସେବାପକ୍ଷ ମାଧ୍ୟମରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଥିଲା ବେଳେ ସେହିପରି ଭାବରେ ଆଜି ଜଗତସିଂହପୁର ଜିଲ୍ଲା ଅଧିନ ଏରସମା ବ୍ଲକ ର ଏରସମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଭାରତୀୟ ଜନତା ପାର୍ଟି ଓ ଆଶ୍ରୀବାଦ ଚାରିଟେବୁଲ୍ ଟ୍ରଷ୍ଟ ମିଳିତ ଉଦ୍ୟମରେ ,ଏରସମା ବିଜେପି ନେତା ନିରାକାର ସ୍ୱାଇଁ( ବାଙ୍ଗୁର)ଙ୍କ ନେତୃତ୍ୱରେ ଏରସମା ସ୍ୱାସ୍ଥ୍ୟକେନ୍ଦ୍ର ର ଥିବା ରୋଗୀ ମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା।ଆଜିର କାର୍ଯ୍ୟକ୍ରମରେ ଭାଜପା ଜଗତସିଂହପୁର କୃଷକ ମୋର୍ଚା ଉପସଭାପତି ତଥା ସଭାପତି ଆଶ୍ରୀବାଦ ଚାରିଟେବୁଲ୍ ଟ୍ରଷ୍ଟର ଉମାକାନ୍ତ ପରିଡ଼ା,
ସୁମନ ଖଟୁଆ,ଜଗନ୍ନାଥ ବିଶ୍ୱାଳ,ଜିତେନ୍ଦ୍ର ଜେନା,ନୃସିଂହ ସେଠୀ,
ବିଶ୍ୱଜିତ୍ ମହାନ୍ତିଙ୍କ ସହଯୋଗ ରେ ଏରସମା ର ବିଭିନ୍ନ ସ୍ଥାନରେ ଫଳ ଚାରା ରୋପଣ କରାଗଲା. ସର୍ବଶେଷରେ ପ୍ରଧାନମନ୍ତ୍ରୀ ଙ୍କ ନିରୋଗ କାମନା କରି କାର୍ଯ୍ୟକ୍ରମ ଶେଷ ହେଲା