ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ମାଁ ଙ୍କ ନାମରେ ୧୪୦୦୦ ବୃକ୍ଷରୋପଣ, ସ୍ବଚ୍ଛତା ପଦଯାତ୍ରା ଓ ସ୍ବଚ୍ଛତା ଉତ୍ସବ ପାଳିତ

ରାୟଗଡ଼ା, 17/09/2025, ଉତ୍କଳ voice news - utkalvoicenews.com( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :
Article Image
ରାୟଗଡ଼ ବ୍ଲକରେ ସ୍ଵଚ୍ଛତା ପଦଯାତ୍ରା ଓ ସ୍ଵଚ୍ଛତା ଉତ୍ସବ ବୁଧବାର ପାଳିତ ସହ ୧୪୦୦୦ ବୃକ୍ଷରୋପଣ କରାଯାଇଥିଲା। ବ୍ଲକ ସ୍ତରୀୟ ସ୍ଵଚ୍ଛତା ପଦଯାତ୍ରା ଓ ସ୍ଵଚ୍ଛତା ଉତ୍ସବ ବୁଧବାର ପିତାମହଲ ଗ୍ରାମ ପଞ୍ଚାୟତ କାର୍ଯ୍ଯାଳୟ ଠାରେ ଆୟୋଜିତ ହୋଇଥିଲା । ଜିଲ୍ଳାପାଳଙ୍କ ଦ୍ବାରା ମନୋନିତ ନୋଡାଲ ଅଧିକାରୀ ତଥା ଜିଲ୍ଲା ମତ୍ସ୍ୟ ଅଧିକାରୀ ଶ୍ରୀଯୁକ୍ତ ଜ୍ଞାନ ରଞ୍ଜନ ସେଠୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଥିଲେ। ବରେଣ୍ଯ ଅତିଥି ରୂପେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ଭଜନଲାଲ ମାଝୀ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ କାଳୁଚରଣ ନାୟକ, ସିଡିପିଓ ମିନାକ୍ଷୀ ଦାଶ, ପିତାମହଲ ସରପଞ୍ଚ ଟୁଟୁ ତାଡିଙ୍ଗି, ନାଏବ ସରପଞ୍ଚ ଶର୍ମିଲା ପାଲାକା, ସମିତି ସଭ୍ଯା ବବି ତାଡିଙ୍ଗି ପ୍ରମୁଖ ମଞ୍ଚାସୀନ ଥିଲେ।
Article Image
ପୁର୍ବାହ୍ନରେ ସ୍ବଚ୍ଛତା ଯାତ୍ରା ପରେ ଝାଡେଶ୍ବର ମନ୍ଦିର ଚତ୍ତୁର୍ପାର୍ଶ୍ବରେ ବୃକ୍ଷରୋପଣ କରାଯାଇଥିଲା । ପରେ ସ୍ଵଚ୍ଛତା ସଚେତନତା ବୈଠକ ଅନୁ୍ଷ୍ଠିତ ହୋଇଥିଲା । ଏବିଡିଓ କାଳୁଚରଣ ନାୟକ ବୈଠକର ଉଦ୍ଦେଶ୍ଯ ଜ୍ଞାପନ ସହ ଜଳବାୟୁ ପରିବର୍ତ୍ତନ କୁ ରୋକିବା ନିମନ୍ତେ ସ୍ଥାୟୀ ବିକାଶ ଲକ୍ଷ୍ୟର ସ୍ଥାନୀୟକରଣର ଆବଶ୍ୟକ। ବହୁଳ ବୃକ୍ଷରୋପଣ, ଜଳ ସଞ୍ଚୟ, ପ୍ଲାଷ୍ଟିକ ବର୍ଜନ ସହ ସବୁଜ ଗ୍ରାମ ପଞ୍ଚାୟତ ଗଠନ ନିମନ୍ତେ ପ୍ରବର୍ତ୍ତାଇଥିଲେ । ନୋଡାଲ ଅଧିକାରୀ ଜଙ୍ଗଲ ସଂରକ୍ଷଣ , ବୃକ୍ଷରୋପଣ, ଶିଶୁ ଓ ଜନଜାଗରଣ, ସ୍ୱଚ୍ଛତା ହିଁ ସ୍ଵଚ୍ଛତା ଆଦି ବିଷୟରେ କହିଥିଲେ। ଶିକ୍ଷାଧିକାରୀ ଶ୍ରୀ ମାଝୀ ଗାନ୍ଧିଜୀଙ୍କ ସ୍ବଚ୍ଛତାର ଆହ୍ବାନ, ସୁସ୍ଥତା ପାଇଁ ସ୍ବଚ୍ଛତା, ମାଁ ଓ ମାଟିର ରକ୍ଷା ଆଶୀର୍ବାଦ ଲାଭ ନିମନ୍ତେ ବୃକ୍ଷରୋପଣ ଓ ତାହାର ଯତ୍ନର ଆବଶ୍ୟକତା ବିଷୟରେ ଉଦବୋଧନ ରଖିଥିଲେ । ଶେଷରେ ସଭିଏଁ ସ୍ବଚ୍ଛତାର ଶପଥ ପାଠ କରିଥିଲେ । ବ୍ଳକ ସଞୋଜକ ବିକ୍ଷାତି କନ୍ଧପାଣି, ପି ଏ ଗୋପାଳ ପଣ୍ଡା, ଗ୍ରାମ ପଞ୍ଚାୟତର ନିର୍ବାହୀ ଅଧିକାରୀ ଶୁସ୍ମିତା ମହାରଣା, ଏଡିଇଓ ଏନ ମୁରଲୀମୋହନ, ଯୋଗାଣ ସହାୟକ ଜିଆନା କାଡ୍ରାକା, ତାଉଡୁ ହୁଇକା ପ୍ରମୁଖ ଏହାର ଆଯୋଜନ କରିଥିଲେ ।
Article Image
ଏଥିରେ ରାୟଗଡ଼ ବ୍ଲକର ସମସ୍ତ କର୍ମଚାରୀ ଓ ପିତାମହଲ ଗ୍ରାମ ପଞ୍ଚାୟତର ସମସ୍ତ କର୍ମଚାରୀ, ନିର୍ବାଚିତ ପ୍ରତିନିଧି ଓ ମାନ୍ଯଗଣ୍ଯ ବ୍ଯକ୍ତିବିଶେଷ ଯୋଗ ଦେଇଥିଲେ । ବରିଷ୍ଠ ଶିକ୍ଷକ ନୀଳାଞ୍ଚଳ ମିଶ୍ର ସଞୋଜନା କରିଥିଲେ ଓ ନିର୍ବାହୀ ଅଧିକାରୀ ଶୁସ୍ମିତା ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ ।
Article Image
ପ୍ରତି ଗ୍ରାମ ପଞ୍ଚାୟତରେ ପାଞ୍ଚ ଶହ ବୃକ୍ଷରୋପଣ ହୋଇଥିବାବେଳେ ସେଗୁଡିକର ରକ୍ଷଣାବେକ୍ଷଣ ଦାୟିତ୍ବ ଗ୍ରାମ ପଞ୍ଚାୟତକୁ ପ୍ରଦାନ କରାଯାଇଥିବା ଏବିଡିଓ କାଳୁଚରଣ ନାୟକ କହିଛନ୍ତି।
5