ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବିଜୁ ମହିଳା ଜନତା ଦଳ ପକ୍ଷରୁ ଏସପି ଙ୍କ କାର୍ଯ୍ଯାଳୟ ଆଗରେ ଧାରଣା ଦେଲେ ଶତାଧିକ ମହିଳା।

ରାୟଗଡ଼ା, 17/09/2025, ଉତ୍କଳ voice news - utkalvoicenews.com( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :
Article Image
ରାଜ୍ଯରେ ମହିଳା ନିର୍ଯ୍ଯାତନା ଦିନକୁ ଦିନ ବଢିବାରେ ଲାଗିଛି। ପନ୍ଦର ମାସର ଡବଲ ଇଂଜୀନ ସରକାର ଏହି ନିର୍ଯ୍ଯାତନା କୁ ରୋକିବାରେ ବିଫଳ ହୋଇଛି ବୋଲି ଅଭିଯୋଗ କରିଛି ରାୟଗଡା ଜିଲ୍ଲା ବିଜୁ ମହିଳା ଜନତା ଦଳ। ପ୍ରତିବାଦରେ ଆଜି ବିଶାଳ ଶୋଭାଯାତ୍ରାରେ ଶତାଧିକ ମହିଳା ଜିଲ୍ଲା ଏସପି ଙ୍କ କାର୍ଯ୍ଯାଳୟ ଆଗରେ ଧାରଣା ଦେଇଛନ୍ତି। ରାଜ୍ଯରେ ଗଣଦୁଷ୍କର୍ମ,ଯୌନ ଉତତ୍ପୀଡନ ଓ ମହିଳା ନିଖୋଜ ଘଟଣା ବଢ଼ି ଚାଲିଥିବା ବେଳେ ରାଜ୍ଯର ପୁଲିସ ହାତ ବାନ୍ଧି ବସିଛି। ସେହିପରି ହଷ୍ଟେଲରେ ଛାତ୍ରୀ ମାନେ ସୁରକ୍ଷିତ ନଥିବା ବେଳେ ପ୍ରତ୍ୟେକ ଦିନ ଦୁର୍ଷ୍କମ ଭଳି ଘଟଣା ନଜରକୁ ଆସୁଛି। ତେବେ ବାରମ୍ବାର ଏଭଳି ଘଟୁଥିବା ବେଳେ ରାଜ୍ଯ ସରକାର ଏକ ପ୍ରକାର ଲାଚାର ଅବସ୍ଥାରେ ଅଛନ୍ତି ବୋଲି ଦଳ ପକ୍ଷରୁ ଅଭିଯୋଗ ହୋଇଛି। ଏ ସଂକ୍ରାନ୍ତରେ ରାୟଗଡ଼ା ଏସପିଙ୍କ ଜରିଆରେ ରାଜ୍ଯ ପୁଲିସ ଡିଜିଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।
Article Image
Article Image
Article Image
13