ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବୁଗୁଡ଼ାରେ ନୂତନ ବନାଞ୍ଚଳ ଅଧିକାରୀଙ୍କ ଦାୟିତ୍ଵ ଗ୍ରହଣ

ବୁଗୁଡା, 17/09/2025, ଉତ୍କଳ voice news - utkalvoicenews.com( ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ ) :
Article Image
ସ୍ଥାନୀୟ ବନ ବିଭାଗ କାର୍ଯ୍ୟାଳୟରେ ନୂତନ ବନାଞ୍ଚଳ ଅଧିକାରୀ ଭାବେ ମାନସ ରଞ୍ଜନ ସାହୁ ଯୋଗ ଦେଇଛନ୍ତି | ପୂର୍ବରୁ ସେ ବ୍ରହ୍ମପୁର ଡି ଏଫ ଓ କାର୍ଯ୍ୟାଳୟର ଭିଜିଲାନ୍ସ ବିଭାଗରେ କାର୍ଯ୍ୟରତ ଥିଲେ I ଏଠାରେ ଅତିରିକ୍ତ ଦାୟିତ୍ବରେ ଥ‌ିବା ଆସ୍କା ରେଞ୍ଜର ପ୍ରମୋଦ କୁମାର ପଣ୍ଡାଙ୍କଠାରୁ ସେ ଦାୟିତ୍ବ ଗ୍ରହଣ କରିବା ପରେ କାର୍ଯ୍ୟାଳୟର କର୍ମଚାରୀଗଣ ତାଙ୍କୁ ସ୍ବାଗତ ଶୁଭେଚ୍ଛା ଜଣାଇଥିଲେ। ଦାୟିତ୍ଵ ଗ୍ରହଣ କରିବାର ପ୍ରଥମ ଦିନରେ ହିଁ ତାଙ୍କ ତତ୍ତ୍ବାବଧାନରେ ବୁଗୁଡା ବନାଞ୍ଚଳର ୮ଟି ସ୍ଥାନରେ ୮୨୩୮ଟି ବୃକ୍ଷ ରୋପଣ ସାଙ୍ଗକୁ ବିଭିନ୍ନ ସ୍ଥାନରେ ଜନସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି ସମସ୍ତ କାର୍ଯକ୍ରମକୁ ବନପାଳ ସୁକାନ୍ତ କୁମାର ପଟ୍ଟନାୟକ, ଅର୍ଜୁନ ଜାନି, କ୍ଷୀରୋଦ କୁମାର ଗୌଡ, ସୁନିତା ପାତ୍ର ପ୍ରମୁଖ ପରିଚାଳନା କରିଥ‌ିବା ବେଳେ ଅନ୍ୟ କର୍ମଚାରୀମାନେ ଏବଂ ବନ ସୁରକ୍ଷା ସମିତିର କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ।
7