ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବୈକୁଣ୍ଠ ନାରାୟଣ ଉଚ୍ଚ ପ୍ରାଥମିକ ସରକାରୀ ବିଦ୍ୟାଳୟରେ ଆସ ସ୍କୁଲ୍ ଯିବା ପଦଯାତ୍ରା ଅନୁଷ୍ଠିତ।

ଏରସମା, 18/09/2025, ଉତ୍କଳ voice news - utkalvoicenews.com( ଜିଲ୍ଲା ପ୍ରତିନିଧି ନୃସିଂହ ଚରଣ ମଲ୍ଲିକ ) :
Article Image
ଦର୍ଶକ ବନ୍ଧୁ ଓଡ଼ିଶା ସରକାରଙ୍କ ଦ୍ଵାରା ଆୟୋଜିତ ରାଜ୍ୟବ୍ୟାପୀ ଅଭିଯାନ "ଆସ ସ୍କୁଲ୍ ଯିବା " ପଦଯାତ୍ରା ରାଜ୍ୟର ସମଗ୍ର ସ୍କୁଲ୍ ରେ ଅନୁଷ୍ଠିତ ହୋଇଥିବା ବେଳେ ଜଗତିଂହପୁର ଜିଲ୍ଲା ଏରସମା ବ୍ଲକ୍ ଅନ୍ତର୍ଗତ ପଲ୍ଲୀକଣ୍ଟା ପଞ୍ଚାୟତ ର ବୈକୁଣ୍ଠ ନାରାୟଣ ଉଚ୍ଚ ପ୍ରାଥମିକ ସରକାରୀ ବିଦ୍ୟାଳୟ ର ଆସ ସ୍କୁଲ୍ ଯିବା ପଦ ଯାତ୍ରା ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ସୁଚିତ୍ରା କୁମାରୀ ନନ୍ଦ ଙ୍କ ତତ୍ଵାବଧାନରେ ଆସିଷ୍ଟାଣ୍ଟ ଟିଚର ସରୋଜ କୁମାର ବେହେରା, ଶିକ୍ଷୟତ୍ରୀ ସ୍ଥବିରା ରାଣୀ ଦାସ,ଶିକ୍ଷୟତ୍ରୀ ରଶ୍ମି ରାଣୀ ଚୌଧୁରୀ,ଶିକ୍ଷୟତ୍ରୀ ଦୀପା ଦାସ,ଶିକ୍ଷୟତ୍ରୀ ଅଞ୍ଜନା ଦାସଙ୍କ ସହ ବିଦ୍ୟାଳୟ ର ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତି ଥିଲେ।ପ୍ରଥମେ ଉକ୍ତ ପଦଯାତ୍ରା ସ୍କୁଲରୁ ଆରମ୍ଭ ହୋଇ ନିକଟସ୍ଥ ଗ୍ରାମ ମାନଙ୍କରେ ଛାତ୍ର ଛାତ୍ରୀ ମାନେ ଆସ ସ୍କୁଲ୍ ଯିବା ସ୍ଲୋଗାନ ଦେଇ ଥିଲେ।ଏହି ପଦଯାତ୍ରା ର ମୁଖ୍ୟ ଉଦେଶ୍ୟ ହେଲା ଅଧାରୁ ପାଠ ଛାଡିଥିବା ପିଲାମାନେ, ଆଦୌ ନାମ ଲେଖାଇନଥିବା ଏବଂ ବିଦ୍ୟାଳୟ ବାହାରେ ଥିବା ପିଲାମାନଙ୍କୁ ଶିକ୍ଷ୍ୟା ର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ରାଜ୍ୟ ବ୍ୟାପୀ ଅଭିଯାନ।
Article Image
12