ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବିପଦ ସଙ୍କୁଳ ଅବସ୍ଥାରେ ବଳେଇପୁରୁ ଚକୁଳିଆ ଏନ୍ ଏଚ୍ ୫୫ ଜାତୀୟ ରାଜପଥ

ଏରସମା, 18/09/2025, ଉତ୍କଳ voice news - utkalvoicenews.com( ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ଏରସମା ବ୍ଲକ୍ ବଳେଇପୁରୁ ପଞ୍ଚାୟତ ଅନ୍ତର୍ଗତ ବନିପାଟ ଏନ୍ ଏଚ୍ ୫୫ ଜାତୀୟ ରାଜପଥ ଶୋଚନୀୟ ଅବସ୍ଥାରେ ରହିଛି। ରାଜପଥ ଅସୁରକ୍ଷିତ ଅବସ୍ଥାରେ ଥିବାବେଳେ ତାହାର ମରାମତି ପାଇଁ କୋୖଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ।ଏହି ରାଜପଥ ୪ ବର୍ଷ ତଳେ ମରାମତି କରାଯାଇଥିଲା।ରକ୍ଷଣାବେକ୍ଷଣ ଅଭାବରୁ ଇତିମଧ୍ୟରେ ଏହାର ଚାରି ପାର୍ଶ୍ୱ ଖାଲଖମା ହୋଇଯାଇଛି।ଦୀର୍ଘ ୪ ବର୍ଷ ହେବ ରାସ୍ତା ମରାମତି କରାଯାଉ ନଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ବଳେଇପୁରୁ ପଞ୍ଚାୟତ ଅଫିସ୍ ନିକଟରୁ ବାଲିତୁଠ ପର୍ଯ୍ୟନ୍ତ ସଂଯୋଗ କରୁଥିବା ଏନ୍ ଏଚ୍ ୫୫ ଜାତୀୟ ରାଜପଥ ବିଭାଗର ଏହି ଗୁରୁତ୍ବପୂର୍ଣ୍ଣ ରାସ୍ତା ଉପରେ ବର୍ଷା ଅସାରାଏ ହେଲେ ଆଣ୍ଠୁଏ ପାଣି ଜମି ରହୁଛି।ଏହି ରାଜପଥ ଉପରେ ଦୈନିକ ହଜାର ହଜାର ସଂଖ୍ୟାରେ ଜନସାଧାରଣ ମାନେ ନିର୍ଭର କରିଥାନ୍ତି।ପଥଚାରୀ ମାନଙ୍କ ପାଇଁ ବିପଦ ସ୍ତୃଷ୍ଟି କରୁଥିବାର କୁହାଯାଉଛି। ବିଭାଗୀୟ କତ୍ତୃପକ୍ଷ ଯଥାଶୀଘ୍ର ଏହି ଏନ୍ ଏଚ୍ ୫୫ ଜାତୀୟ ରାଜପଥକୁ ମରାମତି କରିବ ପାଇଁ ବନିପାଟ ଗ୍ରାମର ମୁରବୀ ଦିପକ ରାଉତ,ରସାନନ୍ଦ ରାଉତ, କୃପାସିନ୍ଧୁ ରାଉତ, ବିଷ୍ଣୁ ଚରଣ ସ୍ୱାଇଁ,ଶ୍ରିଧର ରାଉତ ପ୍ରମୁଖ ଦାବି କରିଛନ୍ତି। ...
6