ରାହାମା, 18/09/2025, ଉତ୍କଳ voice news - utkalvoicenews.com ( ରାହାମା ରୁ ଦେବାଶିଷ ମହାନ୍ତି ଙ୍କ ରିପୋର୍ଟ ) :

ବିଜେଡି ର ଜଣେ ଦକ୍ଷ, ନିର୍ଭିକ ଓ ଉଦୀୟମାନ ଯୁବ ସରପଞ୍ଚ ଙ୍କର ଦେହାନ୍ତ l ଦୁଇ ବର୍ଷ ଧରି କର୍କଟ ରୋଗରେ ପୀଡିତଥିଲେ।ଦେହ ଖରାପ ହେବାରୁ ଭୁବନେଶ୍ୱର ଉତ୍କଳ ହସ୍ପିଟାଲରେ ଚିକିତ୍ସା ଧୀନ ଅବସ୍ଥାରେ ରାତ୍ର ୪. ୨୭ ମିନିଟ ସମୟରେ ଇହ ଲୀଳା ସମ୍ଭବରଣ କଲେ। ଯୁବ ସରପଞ୍ଚ ଙ୍କ ଅକାଳ ବିୟୋଗ ସମଗ୍ର କୁଜଙ୍ଗ ବ୍ଲକ ରେ ଶୋକ ର ଛାୟା ଖେଳି ଯାଇଛି l କୁଜଙ୍ଗ ବ୍ଲକ ଅନ୍ତର୍ଗତ ସାଇଲୋ ଗ୍ରାମପଞ୍ଚାୟତ ର ସରପଞ୍ଚ ସରୋଜ କୁମାର ସେଠି ଏବେ ଆରପାରିରେ।ରାହାମା ପେଟ୍ରୋଲ ଟାଙ୍କି ପାଖରୁ ଅନ୍ତିମ ଶୋଭାଯାତ୍ରା ଆରମ୍ଭ ହୋଇ ରାହାମା ବଜାର ପରିକ୍ରମା କରିଥିଲେ ରାହାମା ବଜାର କମିଟି ତରଫରୁ ବଣିକ ସଙ୍ଘ ସଭାପତି ଶିଶିର କୁମାର ଦାସ, ସମ୍ପାଦକ ପ୍ରଶାନ୍ତ କୁମାର ସାହୁ, କୋଷାଧକ୍ଷ ବଂଶୀଧର କୁଣ୍ଡୁ, ତାପସ ମଲ୍ଲ, ସରୋଜ କୁମାର ସାହୁ, ସଂଜୀବ କୁମାର ସାହୁ, ମନୋହର ସ୍ୱାଇଁ ଓ ବଜାରର ସମସ୍ତ ଵେବସାୟୀ ବନ୍ଧୁ ଯୋଗ ଦେଇଥିଲେ। ଆର.ଏମ. ସି ତରଫରୁ ସମ୍ପାଦକ ବିଶ୍ୱନାଥ ମହାନ୍ତି ଓ କର୍ମଚାରୀ ପୁଷ୍ପ ମାଲ୍ୟ ଦେଇ ଥିଲେ। ସାରଳା ମହାବିଦ୍ୟାଳୟ, ସରକାରୀ ଉଚ୍ଚ ବିଦ୍ୟାଳୟ ସାଇଲୋ, ସରସ୍ବତୀମନ୍ଦିର,ତାଳପଡା ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଏବଂ ଛାତ୍ର ଛାତ୍ରୀ ପୁଷ୍ପମାଲ୍ୟ ଦେଇ ଥିଲେ। ପ୍ରତାପ ଚନ୍ଦ୍ର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ମେଡିକାଲ ଅଫିସର ଡ଼ ଋତୁପର୍ଣ୍ଣା ମିଶ୍ର, ଡ଼ ଦୁର୍ଗା ପ୍ରସାଦ ମିଶ୍ର, ସୁପରଭାଇଜର ବିରଜା ପ୍ରସାଦ ମହାନ୍ତି, ଅନାନ୍ୟ ସ୍ୱାସ୍ଥ୍ୟ କର୍ମୀ ଓ କର୍ମ ଚାରି ପୁଷ୍ପ ମାଲ୍ୟ ଦେଇଥିଲେ।

କୁଜଙ୍ଗ ବ୍ଲକ ସମିତି ଅଧକ୍ଷା ନିନା ରାଣୀ ସାହୁ, ପୂର୍ବତନ ସାଂସଦ ଡ଼ କୁଳମଣୀ ସାମଲ, ପୂର୍ବତନ ପାରାଦ୍ୱୀପ ବିଧାୟକ ସମ୍ବିତ ରାଉତରାୟ, ଏରସମା ଓ ପାରାଦ୍ୱୀପ ଶିଳ୍ପାଞ୍ଚଳ ର ସଭାପତି ଅରିନ୍ଦମ ସରଖେଲ, ଜିଲ୍ଲା ପରିଷଦ ସଭ୍ୟ ରବିନାରାୟଣ ସାହୁ, ପ୍ରମୋଦ କୁମାର ସ୍ୱାଇଁ, କୁଜଙ୍ଗ ବ୍ଲକ ୨୯ଟି ପଂଚାୟତ ସରପଞ୍ଚ ଓ ସମିତି ସଭ୍ୟ ଯୋଗ ଦେଇ ଥିଲେ କୁଜଙ୍ଗ ବ୍ଲକ ସରପଞ୍ଚ ମାନଙ୍କ ସଭାପତି ରୋହିତ ଜେନା, ଦମୟନ୍ତୀ ଲେଙ୍କା,ସରୋଜ ସେଠି, ବନ୍ଦିତା ଦାସ, ଦେବେନ୍ଦ୍ର ରାଉତ, ଶ୍ରୀନିବାସ ସ୍ୱାଇଁ, ବିପନ ବିଶ୍ୱାଳ ସୁଜେସନ୍ନା ସିଂ, ରବିନାରାୟଣ ଦାସ, ବ୍ରଜକିଶୋର ମହାରାଜ, ସ୍ବର୍ଣ୍ଣ ଲତା ଗୋଛାୟତ, ପ୍ରମୋଦ ବେହେରା, ପୋତାନାଇ ସମିତି ସଭ୍ୟ ସତ୍ୟବାନ ମୁଦୁଲି ମରଶରୀର ରେ ମାଲ୍ୟାର୍ପଣ କରିବା ସହ ଅନ୍ତିମଯାତ୍ରାରେ ଯୋଗଦେଇଛନ୍ତି।ସାଇଲୋ ପଞ୍ଚାୟତ ର ସମସ୍ତ ଗ୍ରାମ ପରିକ୍ରମା କରିବା ପରେ। ଶେଷରେ ନିଜ ପ୍ରୟିତୁକ ଭବନ ମଠସାହି କୁ ନିଆଯାଇଥିଲା। ପରେ ଗାଁ ସ୍ମଶାନ( ଗୋଦାବରୀ) ରେ ଶେଷକୃତ୍ୟ ସମ୍ପର୍ଣ୍ଣ କରାଯାଇଥିଲା। ଏକ ମାତ୍ର ପୁଅ (ଗୁନୁ) ମୁଖାଗ୍ନି ଦେଇଥିଲେ। ମରଶରୀର ନିକଟରେ ବାପା ଶ୍ରୀନାଥ ସେଠି, ମାମୁଁ ଶ୍ରୀଧର ସେଠି, ସୁର ସେଠି, ଧର୍ମପତ୍ନୀ ମାନସୀ ମଞ୍ଜରୀ ସେଠି ଓ ବନ୍ଧୁ, ଏବଂ ପରିବାରବର୍ଗ ଉପସ୍ଥିତ ଥିଲେ। କୁଜଙ୍ଗ ଠାରୁ ରାହାମା ପର୍ଯ୍ୟନ୍ତ ପ୍ରତ୍ୟେକ ଗାଁ ରେ ଶୋକର ଛାୟା ଖେଳିଯାଇଛି।