ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କର ୭୫ ତମ ଜନ୍ମ ଦିବସ ପାଳନ ଅବସରରେ ତିର୍ତ୍ତୋଲ ବ୍ଲକ୍ ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ତିର୍ତ୍ତୋଲ / ଇନ୍ଦ୍ରପା , 18/09/2025, ଉତ୍କଳ voice news - utkalvoicenews.com( ଦେବାଶିଷ ମହାନ୍ତି ଙ୍କ ରିପୋର୍ଟ ) :
Article Image
ଭାରତ ର ଯଶସ୍ୱୀ ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କର ୭୫ ତମ ଜନ୍ମ ଦିବସ ପାଳନ ଅବସରରେ ରାଜ୍ୟବ୍ୟାପୀ ୭୫ ଲକ୍ଷ ବୃକ୍ଷରୋପଣ ର ଆହ୍ବାନ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ନରେ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ତିର୍ତ୍ତୋଲ ବ୍ଲକ୍ ଅନ୍ତର୍ଗତ ଇନ୍ଦ୍ରପା ଗ୍ରାମ ପଞ୍ଚାୟତ ର ବାଲି ବିଲ ପଡ଼ିଆ ଠାରେ ଜିଲ୍ଲା ସ୍ତରୀୟ ଏକ ପେଡ ମା କେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀ ଶିଳ୍ପ ଦକ୍ଷତା ବିକାଶ ବୈଷୟିକ ଶିକ୍ଷା ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଜିଲ୍ଲା ପରିଷଦ ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ଶ୍ରୀ ରବି ନାରାୟଣ ଜେଠୀ, ଅତିରିକ୍ତ ଜିଲ୍ଲାପାଳ ପାରାଦ୍ଵୀପ ଶ୍ରୀ ନିରଞ୍ଜନ ବେହେରା ,ତିର୍ତ୍ତୋଲ ବିଡ଼ିଓ ଗିରିଜା ଶଙ୍କର ମଲ୍ଲିକ, ଏ ବି ଡି ଓ ସତ୍ୟଜିତ ସ୍ୱାଇଁ,ଜ଼ିଲ୍ଲା ଜଙ୍ଗଲ ବିଭାଗ ଅଧିକାରୀ ସୁକାନ୍ତ ବେହେରା,(ଏ. ସ. ଏଫ )କଟକ ବନ ଅଧିକାରୀ ପ୍ରମୋଦ କୁମାର ସେଠି, ଜଗତସିଂହପୁର ବନ ଖଣ୍ଡ ଅଧିକାରୀ ରାଜେନ୍ଦ୍ର କୁମାର ସାମନ୍ତରାୟ, ଏବଂ ରାହାମା ବନ ଖଣ୍ଡ ଅଧିକାରୀ ବିରଞ୍ଚି ନାରାୟଣ ଆପତ୍ତା,ପ୍ରମୁଖ ମଞ୍ଚାସିନ ଥିଲେ।ଜଗତସିଂହପୁର ଜିଲ୍ଲା ମଣ୍ଡଳ ସମ୍ପାଦକ ତପନ ତ୍ରିପାଠୀ, ମନ୍ତ୍ରୀ ଙ୍କ ପ୍ରତିନିଧି ଦିଲ୍ଲୀପ ବେହେରା,ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ସୁଧୀର ମଲ୍ଲିକ, ତାଳପଡ଼ା ମଣ୍ଡଳ ପ୍ରମୁଖ ପ୍ରତାପ ଚନ୍ଦ୍ର ଦାସ, ରାହାମା ମଣ୍ଡଳ ସମ୍ପାଦକ କାର୍ତ୍ତିକ ସାହୁ, ଗୋରଡ଼ ପ୍ରମୁଖ ସୁକାନ୍ତ ବିଶ୍ୱାଳ, ମଣିଜଙ୍ଗା ମଣ୍ଡଳ ସଭାପତି ପ୍ରତ୍ୟୁଷ ଦାସ, ରାହାମା ମଣ୍ଡଳ ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ଦିବ୍ୟ ସଚି ବରାଳ ଉପସ୍ଥିତ ଥିଲେ।ଆୟୋଜିତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାନ୍ୟବର ମନ୍ତ୍ରୀ ଶିଳ୍ପ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଲେ ଯେ ବର୍ତ୍ତମାନ ଅସମୟ ଜଳବାୟୁ ପରିବର୍ତ୍ତନ ରେ ପ୍ରକୃତି ଅନେକ ପ୍ରତିକୂଳ ପରିସ୍ଥିତି ଦେଇ ଗତି କରୁଛି। ଏଥିପାଇଁ ବୃକ୍ଷରୋପଣ ହିଁ ଏକମାତ୍ର ଉପାୟ। ସେଥିପାଇଁ ଆଜି ଭାରତ ର ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କର ୭୫ ତମ ଜନ୍ମ ଦିବସ ଉପଲକ୍ଷେ ସାରା ରାଜ୍ୟ ରେ ୭୫ ଲକ୍ଷ ବୃକ୍ଷ ରୋପଣ ର ଆହ୍ବାନ ଦିଆ ଯାଇଛି। ଅନୁରୂପ ଭାବେ ପଙ୍କପାଳ ଠାରେ ପଙ୍କପାଳ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବୃକ୍ଷ୍ୟ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା ଏହି ବୃକ୍ଷ୍ୟ ରୋପଣ ଉତ୍ସବ ରେ କମଳା ଦେବୀ ବାଳିକା ମହାବିଦ୍ୟାଳୟ ପ୍ରିନସିପାଲ, ଓ କର୍ମଚାରି, ପଙ୍କପାଳ ମଣ୍ଡଳ ସଭାପତି ଶତ୍ରୁଘ୍ନ ମଲ୍ଲ, କୁଜଙ୍ଗ ମଣ୍ଡଳ ସଭାପତି ରଞ୍ଜନ ବାରିକ, ପ୍ରଦୀପ୍ତ ପ୍ରଧାନ, ଉତ୍ତମ ସାହାଣୀ, ପରକ୍ଷିତ ସାହୁ, ଉପସ୍ଥିତ ଥିଲେ। ଜଗତସିଂହପୁର ଜିଲ୍ଲାରେ ଆଜି ଏହି ଏକ ଦିବସୀୟ ବୃକ୍ଷ ରୋପଣ ଅଭିଯାନ ରେ ୩ ଲକ୍ଷରୁ ଉର୍ଦ୍ଧ୍ବ ବୃକ୍ଷ ରୋପଣ କରାଯାଉଛି।ପ୍ରତ୍ୟେକ ବ୍ଲକ୍ ତଥା ମ୍ୟୁନିସପାଲିଟି ରେ ୫୦୦ ରୁ ଅଧିକ ଲେଖାଏଁ ବୃକ୍ଷ ରୋପଣ କରାଯାଇଛି। ପ୍ରକୃତି ର ସନ୍ତୁଳନ ନିମନ୍ତେ ପ୍ରତ୍ୟେକ ବ୍ୟକ୍ତି ନିଜ ନିଜ ଘରେ ଗୋଟିଏ ଗୋଟିଏ ଗଛ ଲଗାଇବାକୁ ସେ ଆହ୍ଵାନ ଦେଇଥିଲେ।
4