ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

କୁଜଙ୍ଗଥାନାରେନୂତନଥାନାଅଧିକାରୀଙ୍କଯୋଗଦାନ ଅପରାଧୀଙ୍କମନରେଛନକା*

କୁଜଙ୍ଗ, 25/01/2025, ଉତ୍କଳ voice news - utkalvoicenews.com ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତ ଥିବା କିଛି ଅପରାଧୀଙ୍କ ଆଖିରୁ ନିଦ ହଜିଗଲାଣି । ମନରେ ପଶିଲାଣି ଛନକା । ଚୋରା ମଦ, ଗଞ୍ଜେଇ ଓ ଧଳା ଜହର ବେପାର କରୁଥିବା ବେପାରୀଙ୍କ ଆଖିରୁ ନିଦ ହଜିଗଲାଣି ।
Article Image
କୁଜଙ୍ଗ ଥାନାରେ ନୂତନ ଭାବେ ଯୋଗଦେଇଥିବା ଥାନାଅଧୁକାରୀ ତପନ କୁମାର ନାହାକଙ୍କ ଯୋଗଦାନ ପରେ ବରିଷ୍ଠ ନାଗରିକ ଏବଂ ବିଭିନ୍ନ ସେଚ୍ଛାସେବୀ ସଂଗଠନଙ୍କ ନିକଟତର ହେବାରେ ଲାଗିଛନ୍ତି । ଶ୍ରୀ ନାହାକ ଜଣେ ଦକ୍ଷ ଥାନାଅଧିକାରୀ ଭାବେ ଜିଲ୍ଲାରେ ବେଶ୍ ଜଣାଶୁଣା । ଚୋରା ମଦ ବେପାରୀ ଏବଂ ଗଞ୍ଜେଇ ବେପାରୀଙ୍କୁ ଜବତ କରିବାପାଇଁ ବିଭିନ୍ନ ସ୍ଥାନରେ ଅତର୍କିତ ଚଢ଼ାଉ ଜାରି ରଖିଛନ୍ତି । ସେହି ପରି ବିନା ହେଲ୍‌ମେଟ୍‌ରେ ବାଇକ୍ ଚାଲଜ, ସିଟ୍ ବେଲ୍‌ଟ ନଦେଇଥିବା ଏବଂ ମଦ୍ୟପ ଡ୍ରାଇଭରଙ୍କୁ ପ୍ରଥମେ ଥାନା ପକ୍ଷରୁ ଗୋଲାପ ଫୁଲ ଦେଇ ସଚେତନତା କରାଇବା ସହ ତାଗିଦ କରାଯାଉଛି । ଆଗାମୀ ଦିନରେ ଏଥୁରେ ଖିଲାପ କଲେ ମଟରଯାନ ଆଇନ୍ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନାଅଧୀକାରୀ ତପନ କୁମାର ନାହାକ ପ୍ରକାଶ କରିଛନ୍ତି ।ଥାନା ଅଧିକାରୀଙ୍କ ଏତାଦୃଶ କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି ।
Article Image
1