ଏରସମା, 18/09/2025, ଉତ୍କଳ voice news - utkalvoicenews.com( ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା, ଜାତୀୟ ଖାଦ୍ୟ ଯୋଜନା ଓ ଜାତୀୟ ସାମାଜିକ ସହାୟତା ଯୋଜନା ଅନ୍ତର୍ଗତ ସମସ୍ତ କାର୍ଯ୍ୟକ୍ରମର ସାମାଜିକ ସମୀକ୍ଷା ସମ୍ପର୍କିତ ବ୍ଲକ ସ୍ତରୀୟ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଏରସମା ବ୍ଲକ୍ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ଜନଶୁଣାଣିକୁ ଏରସମା ବିଡ଼ିଓ ଦାଶରଥି ଜେନା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଗତ ୨୦୨୪-୨୫ ମସିହା ଆର୍ଥିକ ବର୍ଷରେ ଉକ୍ତ ଯୋଜନା ଅନ୍ତର୍ଗତ ସମସ୍ତ ପ୍ରକଳ୍ପ , ହିତାଧିକାରୀ ମାନେ କିଭଳି ଲାଭାନ୍ୱତ ହୋଇଛନ୍ତି ଓ କେଉଁଠି ତୃଟି ରହିଛି ସେ ସମ୍ପର୍କରେ ବିଶଦ ରିପୋର୍ଟ ଉପସ୍ଥାପନ କରାଯାଇଥିଲା। ଏହି ଜନଶୁଣାଣି ଶିବିରରେ ଡେପୁଟି କଲେକ୍ଟର, ଜଯୋଗାଣ ଅଧିକାରୀ ଅଭୟ ରଞ୍ଜନ ପ୍ରଧାନ, ଜିଲ୍ଲା ସାମାଜିକ ସମୀକ୍ଷକ ଦୀପକ କୁମାର ପରିଡା, ବ୍ଲକ ସାମାଜିକ ସମୀକ୍ଷକ ଏସେ ,ସି ମନିଷ୍ କୁମାର, ଏପିଓ ସାଧନା ରାଉତ ପ୍ରମୁଖ ଉପସ୍ଥିତ ରହି ଶୁଣାଣି କରିଥିଲେ।