ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ରାୟଗଡ଼ା ବ୍ଳକ ଓଡ଼ିଶା ରାଜ୍ୟ ଆଶା କର୍ମୀ ସଂଘର ବୈଠକ ଏବଂ ନୂତନ କର୍ମକର୍ତ୍ତା ଚୟନ

ରାୟଗଡ଼ା, 18/09/2025, ଉତ୍କଳ voice news - utkalvoicenews.com( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :
Article Image
ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଓଡ଼ିଶା ରାଜ୍ୟ ଆଶା କର୍ମୀ ସଂଘର ଏକ ବୈଠକ ସ୍ଥାନୀୟ ଗୁଜରାଟୀ କ୍ଷେତ୍ରୀୟ ସମାଜ ଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା କୋଷାଧ୍ୟକ୍ଷ ଶ୍ରୀମତୀ ପୁଷ୍ପାଞ୍ଜଳି ବେହୁରାଙ୍କ ନେତୃତ୍ବରେ ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ତମାଳ ସାହୁକାର ଏବଂ ସମ୍ପାଦିକା ଶ୍ରୀମତୀ ଗୀତାଞ୍ଜଳି ହୀଆଲଙ୍କ ସଂଯୋଜନାରେ ଆୟୋଜିତ ବୈଠକରେ ଅତିଥି ଭାବେ ଶ୍ରମିକ ନେତା ତଥା ଭାରତୀୟ ମଜଦୁର ସଂଘ ର ରାଜ୍ଯ ଉପସଭାପତି ଶ୍ରୀ ଯୋଗେଶ୍ଵର ଦାସ , ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଅରୁଣ କୁମାର ଲେଙ୍କା, ଜିଲ୍ଲା ସମ୍ପାଦକ ଶ୍ରୀ ଗଣେଶ କୁମାର ସାହୁ , ବିଦ୍ୟୁତ କର୍ମଚାରୀ ସଂଘର ଶ୍ରୀ ଆନନ୍ଦ ରାଓ , କୃଷି ଗ୍ରାମିଣ ମଜଦୂର ସଂଘର ଶ୍ରୀ ସୁନ୍ଦର ରାଓ କାଡରାକା, ପର୍ଯ୍ୟବରଣ ମଞ୍ଚ ସହ ସଂଯୋଜକ ରମେଶ ହିମିରିକା ଯୋଗ ଦେଇ ପଲ୍ଲୀ ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଶିଶୁ ମୃତ୍ୟୁ ହାର ମା ମୃତ୍ୟୁ ହାର କମାଇବାରେ ଏବଂ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ଯୋଜନା କୁ ସଫଳ କରିବା ରେ ମୂଖ୍ୟ ଭୂମିକା ନେଉଥିବା ଆଶା କର୍ମୀ ମାନଙ୍କ ଦୀର୍ଘ ଦିନର ବିଭିନ୍ନ ଦାବିକୁ ନେଇ ଆଲୋଚନା କରାଯାଇ ନୂତନ ସରକାରଙ୍କ ଠାରେ ଦାବି କରି ସମାଧାନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ଏବଂ ଆଶା କର୍ମୀ ମାନଙ୍କ ପାଇଁ ଥିବା ସମସ୍ତ ସୁବିଧା ଯୋଗାଇଦେବା ଉପରେ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରି ସମସ୍ୟାର ସମାଧାନ କରିବା ପାଇଁ ମଧ୍ୟ ଆଲୋଚନା କରାଯାଇଥିଲା । ଉକ୍ତ ବୈଠକରେ ବ୍ଳକର ନୂତନ କର୍ମ କର୍ତ୍ତା ଚୟନ କରାଯାଇଥିଲା ନୂତନ କର୍ମ କର୍ତ୍ତା ଭାବେ ସଭାନେତ୍ରୀ କକେଇ ମାଣ୍ଡାଙ୍ଗୀ , ଉପ ସଭାନେତ୍ରୀ ଯମୁନା ମାଣ୍ଡାଙ୍ଗୀ , ସମ୍ପାଦିକା ଯୁନୁ ତାଡିଙ୍ଗୀ , ସହ ସମ୍ପାଦିକା ନୀଲାବତି ଖରା , କୋଷାଧ୍ୟକ୍ଷ ଭାବେ ଯମୁନା ମାଣ୍ଡାଙ୍ଗୀଙ୍କୁ ଚୟନ କରାଯାଇଥିଲା। ଉକ୍ତ ବୈଠକକୁ ରଜନୀ ଉଲ୍ଲାକା , କେ ଲଳୀତା ସହଯୋଗ କରିଥିଲେ। ଉକ୍ତ ବୈଠକରେ ବ୍ଳକର ସମସ୍ତ ଆଶା କର୍ମୀ ମାନେ ଯୋଗ ଦେଇଥିଲେ ।
51