ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଶିକ୍ଷକ ଅଭାବ, ବିଦ୍ୟାଳୟରେ ଅଭିଭାବକ ପକାଇଲେ ତାଲା

ବୁଗୁଡ଼ା / କୁଆନଳା, 18/09/2025, ଉତ୍କଳ voice news - utkalvoicenews.com( ସୋରେନ କୁମାର ପ୍ରଧାନ ) :
Article Image
ବୁଗୁଡ଼ା ବ୍ଲକ ଭାମଶିଆଳି ପଞ୍ଚାୟତ ଅନ୍ତର୍ଗତ କୁଆନଳା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ନେଇ ଫାଟକରେ ତାଲା ପକାଇ ପ୍ରତିବାଦ କଲେ ଅଭିଭାବକ l ବିଦ୍ୟାଳୟ ରେ ୫୨ ଜଣ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ଏଠି ମାତ୍ର ଜଣେ ଶିକ୍ଷକ ରହିଛନ୍ତି l ଯଦି ଶିକ୍ଷକଙ୍କ କୌଣସି ଅସୁବିଧା ହୁଏ ସେହିଦିନ ବିଦ୍ୟାଳୟରେ ପାଠପଢା ବନ୍ଦ ରହୁଛି l ଫଳରେ ଛାତ୍ର ଛାତ୍ରୀ ଶିକ୍ଷାଗ୍ରହଣରୁ ବଞ୍ଚିତ ରହୁଛନ୍ତି l ସମସ୍ୟାକୁ ନେଇ ପୂର୍ବରୁ ଅଭିଭାବକ ମାନଙ୍କ ପକ୍ଷରୁ ଶିକ୍ଷକ ନିଯୁକ୍ତି ନେଇ ବହୁ ବାର ଦାବୀ ହେଉଥିବା ବେଳେ ଏହାର କୌଣସି ସୁଫଳ ନମିଳିବାରୁ ଆଜି ଅଭିଭାବକ ମାନେ ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇ ଛାତ୍ର ଛାତ୍ରୀଙ୍କ ସହ ପ୍ରତିବାଦ କରିଛନ୍ତି l କିଛି ସମୟ ଧରି ପ୍ରତିବାଦ ପରେ ଖବର ପାଇ ବ୍ଳକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ସିଆରସିସି ସୁନୀତା ପାଣିଗ୍ରାହୀ ବିଦ୍ୟାଳୟ ଆଗରେ ପହଞ୍ଚି ପ୍ରତିବାଦ କରୁଥିବା ଅଭିଭାବକଙ୍କୁ ବୁଝାସୁଝା କରି ଉକ୍ତ ବିଷୟ ଉପରସ୍ଥ ଅଧିକାରୀଙ୍କୁ ଅବଗତ କରାଇବା ପ୍ରତିଶ୍ରୁତି ଦେବାପରେ ପ୍ରତିବାରୁ ଅଭିଭାବକ ମାନେ ହଟିଥିଲେ l
Article Image
6