ଜଗତସିଂହପୁର / କୁଜଙ୍ଗ / ରାହାମା , 18/09/2025, ଉତ୍କଳ voice news - utkalvoicenews.com
ଭାରତର ଜଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଜିଙ୍କ 75 ତମ ଜନ୍ମ ଦିବସ ଅବସରରେ ମାଆ ପାଇଁ ଗଛଟିଏ କାର୍ଯ୍ୟକ୍ରମ କୁଜଙ୍ଗ ବ୍ଲକ ଅଧୀନ ବଣିତୋ ଗ୍ରାମପଞ୍ଚାୟତର ଡଗରପଡା ଭକ୍ତିବେଦାନ୍ତ ଆଶ୍ରମ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଅନୁଷ୍ଠିତ ହୋଇଥିଲା। ଆଶ୍ରମର ପ୍ରତିଷ୍ଠାତା ବାବା ବନମାଳୀ ଦାସ ମହାରାଜ ବୃକ୍ଷ ରୋପଣ କରି କହିଥିଲେ ସୃଷ୍ଟିର ଆଧାର ହିଁ ବୃକ୍ଷ ବିନା ବୃକ୍ଷରେ ଜୀବନ ର ପ୍ରାଣ ସଞ୍ଚରିତ ହୋଇ ପାରିବ ନାହିଁ ବୃକ୍ଷ ହିଁ ଜୀବନ ତେଣୁକରି ଆଜି ଶ୍ରୀ ମୋଦିଜୀଙ୍କ ଜନ୍ମଦିନ ରେ ସମଗ୍ର ଭାରତ ବର୍ଷରେ ବୃକ୍ଷ ଲଗାଇବାର ଯେଉଁ ସଂକଳ୍ପ ନିଆ ଯାଇଅଛି ତାହା ନିଶ୍ଚିନ୍ତ ପ୍ରାକୃତିକ ସନ୍ତୁଳନକୁ ରକ୍ଷା କବଚ ହୋଇ ପାରବ। ଅନ୍ୟ ମାନଙ୍କ ମଧ୍ୟରେ ସମାଜସେବୀ ଡକ୍ଟର ସୁନାକର ବେହେରା,ଆଶ୍ରମ ଭଉଣୀ କୁନି ଅପା, ପରମ ସେବିକା ରସପ୍ରିୟା ଦେବୀ, ଶିକ୍ଷକ ପ୍ରସନ୍ନ ବିଶ୍ୱାଳ,ଭାରତ ଭୂଷଣ ମହାପାତ୍ର, ରାହାମାର ବିପିନ କୁମାର ବରାଳ, ବିନୋଦ କୁମାର ବରାଳ,ସୌଭାଗ୍ୟ କୁମାର ନାୟକ,ଜିତେନ୍ଦ୍ର କୁମାର ସ୍ୱାଇଁ, ସାମ୍ବାଦିକ ଅକ୍ଷୟ କୁମାର ମହାନ୍ତି ଙ୍କ ସହିତ ଆଶ୍ରମର ଅନ୍ତେବାସୀ ଓ ଗ୍ରାମର ବିଭିନ୍ନ ଯୁବକ ମାନେ ଉପସ୍ଥିତରେ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଭକ୍ତିବେଦାନ୍ତ ଆଶ୍ରମ ତରଫରୁ ଆଗାମୀ ଦିନ ମାନଙ୍କରେ ସ୍ଥାନୀୟ ଅଞ୍ଚଳ ଗୋରଡ଼,ବଣିତୋ, ନୂଆପୋଖରୀ ଇତ୍ୟାଦି ଗ୍ରାମରେ ବିଭିନ୍ନ ପ୍ରକାର ବୃକ୍ଷ ରୋପଣ କରାଯିବା ସହ ବର୍ତ୍ତମାନ ଅସମୟ ଜଳବାୟୁ ପରିବର୍ତ୍ତନରେ ପ୍ରକୃତି ଅନେକ ପ୍ରତିକୂଳ ପରିସ୍ଥିତି ଦେଇ ଗତି କରୁଥିବାରୁ ବୃକ୍ଷ ରୋପଣ ହିଁ ଏକମାତ୍ର ଉପାୟ ତେଣୁକରି ପ୍ରକୃତିର ସନ୍ତୁଳନ ନିମନ୍ତେ ପ୍ରତ୍ୟକ ବ୍ୟକ୍ତି ନିଜ ନିଜ ବାଡ଼ି ବଗିଚାରେ ଗୋଟିଏ ଗୋଟିଏ ଗଛ ଲଗାଇ ବାକୁ ବାବା ବନମାଳୀ ଦାସ ମହାରାଜ ଆହ୍ୱାନ ଦେଇଥିଲେ।


