ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଗ୍ରାମେଶ୍ବର ବିଦ୍ୟାଳୟ ରେ ସାଂସଦ କ୍ରୀଡା ମହୋତ୍ସବ ୨୦୨୫ ଅନୁଷ୍ଠିତ

କେନ୍ଦ୍ରାପଡ଼ା / ମହାକାଳପଡ଼ା, 18/09/2025, ଉତ୍କଳ voice news - utkalvoicenews.com( ମୃତ୍ୟୁଞ୍ଜୟ ମିଶ୍ର ଙ୍କ ରିପୋର୍ଟ ) :
Article Image
କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ବ୍ଲକ ଗ୍ରାମେଶ୍ବର ବିଦ୍ୟାଳୟ ରେ ସାଂସଦ କ୍ରୀଡା ମହୋତ୍ସବ କୁ ନେଇ ଏକ ସଭା ଆୟୋଜନ କରାଯାଇଥିଲା। ଏହି ସଭାରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷତ୍ରୀ ଅରୁନ୍ଧତୀ ମଲ୍ଲ ତାଙ୍କର ଅଭିଭାଷଣରେ ଶିକ୍ଷା ସହିତ ସ୍ୱାସ୍ଥ୍ୟ ର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଯଦି ସ୍ୱାସ୍ଥ୍ୟ ଠିକ ନ ରୁହେ ତାହା ହେଲେ ଆମେ ମାନେ ଉତ୍ତମ ଶିକ୍ଷା ଗ୍ରହଣ କରିପାରିବାନି. ତେଣୁ ସ୍ୱାସ୍ଥ୍ୟ କୁ ସୁସ୍ଥ ରଖିବାକୁ ହେଲେ କ୍ରୀଡା କସରତ କରିବାକୁ ପଡି଼ବ ତେଣୁ କ୍ରୀଡ଼ାକୁ ନେଇ ଭାରତ ଯଶୋସ୍ବୀ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଯୋଜନା ଲାଗୁ କରିଛନ୍ତି ଯାହାର ନାମ ରଖାଯାଇଛି ସାଂସଦ କ୍ରୀଡା ମହୋତ୍ସବ ୨୦୨୫. ଏହି କ୍ରୀଡା ମହୋତ୍ସବ ରେ ରେ ଅଂଶଗ୍ରହଣ କରି ଜାତୀୟ ଓ ଅନ୍ତରଜାତୀୟ ସ୍ତରରେ ନିଜକୁ ପ୍ରତିପାଦନ କରିବା ପାଈଁ ଏହି ଯୋଜନା ଏକ ପିଲା ମାନଙ୍କ ପାଈଁ ଅଭିନବ ସୁଯୋଗ ଏତିକି କହି ସେ ତାଙ୍କର ଅଭିଭାଷଣ ସାଙ୍ଗ କରିଥିଲେ। ଏବଂ ଗ୍ରାମେଶ୍ବର ନୋଡାଲ ବିଦ୍ୟାଳୟ ର ଆସିଷ୍ଟାଣ୍ଡ techer ପ୍ରଶାନ୍ତ କୁମାର ଷଢଙ୍ଗୀ ସେ ତାଙ୍କର ଅଭିଭାଷଣ ରେ କହିଥିଲେ ଯେ ଗ୍ରାମାଞ୍ଚଳ ପିଲ୍ଲଙ୍କ ପାଖରେ ପ୍ରତିଭା ଅଛି କିନ୍ତୁ ଖେଳିବା ପାଇଁ ପ୍ରକୃତ ସୁଯୋଗ ପାଇପାରୁନାହାନ୍ତି. ଯୋଉଟାକି ତାଙ୍କର ଅନ୍ତର ନିହିତ ଗୁଣଟା ପରିପ୍ରକାଶ ହେଇପାରୁନି। ମାନ୍ୟବର ପ୍ରଧାନମନ୍ତ୍ରୀ ପ୍ରୟାସ ଏବଂ ତାକୁ ସାକାର କରୁଛନ୍ତି ସାଂସଦ ବୈଜୟନ୍ତ ପଣ୍ଡା ଏବଂ ଲୋକପ୍ରିୟ ବିଧାୟକ ଦୁର୍ଗାପ୍ରସର୍ଣ୍ଣ ନାୟକ ଙ୍କ ପ୍ରୟାସରେ ସୁନ୍ଦର ଭାବରେ ଏହି କାଯ୍ୟକ୍ରମ କରାଯାଉଛି ଏବଂ ଏହି କାଯ୍ୟକ୍ରମରେ ସାମିଲ ହେବାପାଇଁ ଗ୍ରାମେଶ୍ବର ବିଦ୍ୟାଳୟ ର ୩୫ଜଣ ଛତ୍ର ଛାତ୍ରୀ ପଞ୍ଜିକରଣ କରାଇଥିଲେ. ଏହି ପଞ୍ଜିକରଣ ବିଦ୍ୟାଳୟ ର କ୍ରୀଡା ଶିକ୍ଷକ ଓ ୧୫୪ନମ୍ବର booth ସଭାପତି ୧୫୫ନମ୍ବର booth ସଭାପତି ମନୋରଞ୍ଜନ କର ଏବଂ ସୁନାକର ମହାନ୍ତି ସହଯୋଗ କରି ଛାତ୍ର ଛାତ୍ରୀ ମାନଙ୍କୁ ପଞ୍ଜିକରଣ କରାଇଥିଲେ। ଏହି ସଭାରେ ଉପସ୍ଥିତ ଥିଲେ ଅରୁନ୍ଧତୀ ମଲ୍ଲ, ସୁଶ୍ରୀ ଚନ୍ଦ୍ରିକା ନାୟକ, ସରୋଜିନୀ ବେହେରା, ମିନା କୁମାରୀ ତରାଇ, ସୋନାଲି ମହାପାତ୍ର ରାକେଶ କୁମାର ଘଡେଇ, ସୌମ୍ୟାଶେଫାଳିକା ସ୍ୱାଇଁ, ପ୍ରିୟଦର୍ଶିନୀ ସାହୁ, ଜ୍ଞାନଲିପ୍ଶା ସାହୁ, ପ୍ରଶାନ୍ତ ଷଢଙ୍ଗୀ ଏହି ସବୁ ଶିକ୍ଷକ ଓ ଶିକ୍ଷତ୍ରୀ ମାନେ ଉପସ୍ଥିତ ଥିଲେ
Article Image
Article Image
Article Image
11