ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବାଲିସାହି ରେଲୱେ ଓଭରବ୍ରିଜ ପାଇଁ ସର୍ଭେ କାର୍ଯ୍ୟ ଆରମ୍ଭ

କୁଜଙ୍ଗ / ରାହାମା, 18/09/2025, ଉତ୍କଳ voice news - utkalvoicenews.com
Article Image
କୁଜଙ୍ଗ ବ୍ଲକ ଅନ୍ତର୍ଗତ ସାଇଲୋ ଗ୍ରାମପଞ୍ଚାୟତ ଅଧୀନ ବାଲିସାହି ରେଲୱେ ଲେବୁଲ କ୍ରସିଂ ସି:ପି-42 ନିକଟରେ ରେଲୱେ ଓଭରବ୍ରିଜ ନିମନ୍ତେ ଆଜି ପୂର୍ବତଟ ରେଲୱେ ବିଭାଗ ରୋଡ଼ସେପ୍ଟି ପ୍ରୋଜେକ୍ଟ ଉପମୁଖ୍ୟ ଯନ୍ତ୍ରୀ ଶ୍ରୀଯୁକ୍ତ ଚନ୍ଦ୍ରଭାନୁ ନାୟକ ମହୋଦୟ ଙ୍କ ନିର୍ଦ୍ଧେଶାନୁଯାଇ ବିଭାଗୀୟ ଅଧିକାରୀମାନେ ଆଜି ଉପସ୍ଥିତ ହୋଇ ପୂର୍ବରୁ ପ୍ରଦାନ କରାଯାଇଥିବା ଓଭରବ୍ରିଜ ନିର୍ମାଣ ରିପୋର୍ଟ ଆଧାରରେ ସର୍ଜମିନ ତଦନ୍ତ ସହିତ ଓଭରବ୍ରିଜ ନିର୍ମାଣରେ ଯାଉଥିବା ଜାଗା ଅନୁଧ୍ୟାନ କରି ପିଏମଶ୍ରୀ ଜବାହର ନବୋଦୟ ବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀକୃଷ୍ଣ ମହାପାତ୍ର ଓ ସ୍ଥାନୀୟ ପ୍ରତିନିଧି ମାନଙ୍କ ସହିତ ଆଲୋଚନା ବିଚାର ବିମର୍ଶ କରିଥିଲେ। ସମାଜସେବୀ ଡକ୍ଟର ସୁନାକର ବେହେରାଙ୍କ ନେତୃତ୍ୱରେ ଉପସ୍ଥିତ ଜନପ୍ରତିନିଧି ମାନେ ବିଭାଗୀୟ ଅଧିକାରୀ ମାନଙ୍କୁ ପୁଷ୍ପଗୁଛ ସହିତ ସ୍ୱାଗତ କରିଥିଲେ।
Article Image
ସ୍ଥାନୀୟ ଜନ ପ୍ରତିନିଧି ମାନଙ୍କ ମଧ୍ୟରେ ସାଇଲୋ ଗ୍ରାମପଞ୍ଚାୟତ ପ୍ରମୁଖ ଜିତେନ୍ଦ୍ର କୁମାର ସ୍ୱାଇଁ,ସୌଭାଗ୍ୟ ନାୟକ, ଚିନ୍ମୟ ଦାସ, ବିନୋଦ କୁମାର ବରାଳ, ବାସୁଦେବ ବରାଳ, ଦିଲ୍ଲୀପ କୁମାର ସେନାପତି, ବିପିନ କୁମାର ବରାଳ, ଅବସର ପ୍ରାପ୍ତ ଶିକ୍ଷକ ଅଜୟ କୁମାର ଚୌଧୁରୀ, ସାମ୍ବାଦିକ ଦେବାଶିଷ ଅକ୍ଷୟ କୁମାର ମହାନ୍ତି, ଗୌତ୍ତମ ସାହୁ, ମନୋଜ ବିଶ୍ୱାଳ, ମାୟାଧର ବିଶ୍ୱାଳ, ଛବିଦ୍ର ପ୍ରଧାନ, କ୍ଷେତ୍ରବାସୀ ରାଉତ, ଅରୁଣ କୁମାର ବିଶ୍ୱାଳ, ସାବିତ୍ରୀ ପଣ୍ଡା,ଖିରୋଦ ବରାଳ, ସୂର୍ଯ୍ୟକାନ୍ତ ଦାସ ଇତ୍ୟାଦି ଆଲୋଚନାରେ ପ୍ରମୁଖ ପ୍ରତିନିଧି ମାନେ ଭାଗ ନେଇଥିଲେ। ସୂଚନା ଅନୁଯାଇ ବାଲିସାହି ଲେବୁଲକ୍ରସିଂର ଟ୍ରେନ ଚଳାଚଳ ସମୟରେ ଦୀର୍ଘ ସମୟ ଫାଟକ ଗେଟ ପଡିବା କାରଣକୁ ନେଇ ସାଧାରଣ ଜନସାଧାରଣ ମାନଙ୍କ ଯାତାୟତରେ ନାହିଁ ନଥିବା ଅସୁବିଧା ଓ ହୀନସ୍ତା ଭୋଗି ଆସୁଛନ୍ତି ସ୍କୁଲ କଲେଜ ର ପିଲ୍ଲାମାନେ ଠିକ ସମୟରେ ବିଦ୍ୟାଳୟ କୁ ଯାଇପାରୁ ନାଁହାନ୍ତି କି ରୋଗୀଟିଏ ମଧ୍ୟ ଚିକିତ୍ସା ପାଇଁ ଚିକିତ୍ସା ଳୟରେ ପହଞ୍ଚି ନପାରି ମୃତ୍ୟୁ ମୁଖରେ ପଡୁଅଛି ଏବଂ ଗର୍ଭବତୀ ଟିର ପ୍ରସବ ବେଦନା ସମୟରେ ମଧ୍ୟ ଚିକିତ୍ସାଳୟ ରେ ପହଞ୍ଚିନପାରି ସମ ଅବସ୍ଥା ଭୋଗୁଛନ୍ତି। ସାଧାରଣ ଲୋକ ଙ୍କ କଥା ନକହିଲେ ଭଲ ଏପରିକି ପରୀକ୍ଷା ସମୟରେ ଛାତ୍ରଛାତ୍ରୀ ମାନେ ସଠିକ ସମୟରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚି ନପାରି ପରୀକ୍ଷାରୁ ବଞ୍ଚିତ ହେଉଛନ୍ତି। ଏହାର ସ୍ଥାୟୀ ପ୍ରତିକାର ନିମନ୍ତେ ମୁଖ୍ୟ ସଂଯୋଜକ ସମାଜସେବୀ ଡକ୍ଟର ସୁନାକର ବେହେରା ଙ୍କ ନେତୃତ୍ୱରେ ଦୀର୍ଘଦିନ ଧରି ଓଭରବ୍ରିଜ ପାଇଁ ପୂର୍ବତଟ ରେଲୱେ ଅଧିକାରୀ ଙ୍କୁ ଦାବିପତ୍ର ପ୍ରଦାନ କରାଯିବା ସହ ଆନ୍ଦୋଳନ ହୋଇ ଆସୁଥିଲା। ଯାହାର ସମାଧାନ ନିମନ୍ତେ ବିଭାଗୀୟ ଅଧିକାରୀମାନେ ଓଭରବ୍ରିଜ ନିର୍ମାଣ ପାଇଁ ଲିଖିତ ପ୍ରତିଶୃତି ପ୍ରଦାନ କରିଥିଲେ ହେଁ ବିଳମ୍ବ ହେବାରୁ ସ୍ଥାନୀୟ ପ୍ରତିନିଧି ମାନେ ଭୁବନେଶ୍ୱର ଗ୍ରସ୍ତ କରି ଖୁବ ଶୀଘ୍ର ଓଭରବ୍ରିଜ କାର୍ଯ୍ୟ କରିବାକୁ ଅନୁରୋଧ କରିଥିଲେ ବିଭାଗୀୟ ଅଧିକାରୀଙ୍କ ପୂର୍ଣ୍ଣ ପ୍ରତିଶୃତି ଆଧାରରେ ଆଜି ବିଭାଗୀୟ ଅଧିକାରୀ ମାନଙ୍କ ଗ୍ରସ୍ତ ଓ ଉପସ୍ଥିତରେ ଆଲୋଚନା ଅଞ୍ଚଳ ବାସୀଙ୍କ ଆଶା ସଞ୍ଚରିତ କରିଛି।
Article Image
Article Image
7