ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପଞ୍ଚାୟତ ପ୍ରତିଭା ସନ ସମ୍ମାନ -୨୦୨୫

ପାରାଦୀପ ଗଡ, 26/01/2025, ଉତ୍କଳ voice news - utkalvoicenews.com୭୬ ତମ ସାଧାରଣତନ୍ତ୍ର ଦିବସ ଅବସରରେ ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ତରଫରୁ ପଞ୍ଚାୟତ ପ୍ରତିଭା ସମ୍ମାନ - ୨୦୨୫ ପ୍ରଦାନ କରାଯାଇଛି l ପୂର୍ବାହ୍ନ ୦୮ ଘଟିକା ସମୟରେ ଶତାଧିକ ମହିଳା ଓ ଯୁବକ ମାନେ ହାତରେ ଜାତୀୟ ପତାକା ଉଡ଼ାଇ ଗ୍ରାମ ପରିକ୍ରମା କରିବା ପରେ ପଞ୍ଚାୟତ କାର୍ଯ୍ୟଳୟ ପରିସର ରେ ସରପଞ୍ଚ ଶ୍ରୀମତୀ ସସ୍ମିତା ବେହେରା ଜାତୀୟ ପତାକା ଉତ୍ତୋଳନ କରିଥିଲେ l
Article Image
ପରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା, ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ କୁଜଙ୍ଗ ମଣ୍ଡଳ ଉନ୍ନୟନ ଅଧିକାରୀ ଦୀପକ ପ୍ରସାଦ ସ୍ୱାଇଁ ଯୋଗଦେଇ ପାରାଦୀପ ଗଡ ପଞ୍ଚାୟତରେ ହେଉଥିବା ଉନ୍ନୟନ ମୂଳକ କାର୍ଯ୍ୟକୁ ଭୂରି ଭୂରି ପ୍ରଶଂସା କରିଥିଲେ l ସମ୍ମାନୀତ ଅତିଥି ଭାବେ ସରପଞ୍ଚ ଶ୍ରୀମତି ସସ୍ମିତା ବେହେରା, ଏମ.ବି.କେ. କଳ୍ପନା ମହାପାତ୍ର, ପୂର୍ବତନ ସରପଞ୍ଚ ବିଷ୍ଣୁ ଚରଣ ସାହୁ ପ୍ରମୁଖ ଯୋଗଦେଇ ସରପଞ୍ଚ ଏପରି ଜନହିତ କର କାର୍ଯ୍ୟକୁ ପ୍ରଶଂସା କରିଥିଲେ l ବରିଷ୍ଟ ଆଇନଜୀବି ଶ୍ରୀ ସଞ୍ଜୟ କୁମାର ବେହେରା ସଭାପତିତ୍ବ କରିଥିଲେ l ଚଳିତ ବର୍ଷ ପଞ୍ଚାୟତ ପାଇଁ ସୁନାମ ଆଣିଥିବା ନିମିଢ଼ୀ ଗ୍ରାମ ର ମା "ନାରାୟଣୀ ପିଜି" ଗ୍ରୁପ୍, ରାଙ୍ଗିଆଗଡ ଗ୍ରାମ ର "ତ୍ରିନାଥ ସ୍ୱୟଂ ସହାୟିକା ଗୋଷ୍ଠୀ" କୁ ସମ୍ଭର୍ଦ୍ଧନା ପ୍ରଦାନ କରା ଯାଇଥିଲା l ସେହିପରି ବୋଇତୋ ଭସାଣି ଉତ୍ସବ ରେ ଶ୍ରେଷ୍ଟ ପ୍ରଦର୍ଶନ କରିଥିବା ନବଜ୍ୟୋତି ୟୁଥ୍ କ୍ଳବ୍, ବ୍ୟାସଦେବ ଜୀଉ ବୋଇତ ଭସାଣୀ କମିଟି, ଶିବ ଶକ୍ତି ୟୁଥ୍ କ୍ଳବ୍ ଓ ତ୍ରିନାଥ ୟୁଥ୍ କ୍ଳବ୍ କୁ ପୁରସ୍କୃତ କରାଯାଇଥିଲା ଏବଂ ତୈଳ ବିଶୋଧନାଗାର ସହାୟତାରେ ଦୁଇ ଜଣ ଗରିବ ୟୁବକ ଯଥା ସୁବାଷ ସ୍ୱାଇଁ ଓ ବିଜୟ କୁମାର ସାହୁ ଙ୍କୁ ଏଲେକ୍ଟ୍ରି ଅଟୋ ପ୍ରଦାନ କରାଯାଇଥିଲା l ଇତ୍ୟ ଅବସରରେ ତୈଳ ବିଶୋଧନାଗାର ସହାୟତରେ ଚୂନ ବେଲାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ "ମାଗଣା ସ୍ୱାସ୍ଥ୍ୟ ସେବା ଶିବିର" ଅନୁଷ୍ଟିତ ହୋଇଥିଲା l ଉକ୍ତ ଶିବିର ରେ ୩୦୯ ଜଣ ରୋଗୀ କୁ ପରୀକ୍ଷା କରାଯାଇ ମାଗଣାରେ ଔଷଧ ପ୍ରଦାନ କରଯାଇଥିଲା l ଉତ୍ସବ ଟିକୁ ଚନ୍ଦ୍ର ଶେଖର ଚୌଧୁରୀ, ଅଲେଖ ମହlରଥା, ରମେଶ ବେହେରା, ସନ୍ତୋଷ ଦୋରା, ପ୍ରଭାତ ସାହୁ, ସତ୍ୟାନନ୍ଦ ରାଉତ, ଦେବ ଦୁର୍ଲ୍ଲଭ କର, ନିହାର ରଞ୍ଜନ ଜେନା ପ୍ରମୁଖ ପରିଚାଳନା କରିଥିଲେ l
Article Image
1