ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

FLN ଶିକ୍ଷକ ମାନଙ୍କର ଟ୍ରେନିଂ ଆୟୋଜିତ

ଏରସମା / ବାଲିତୁଠ, 19/09/2025, ଉତ୍କଳ voice news - utkalvoicenews.com( ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
୧୭-୦୯-୨୦୨୫ ଓ ୧୮-୦୯-୨୫ ରିଖ ବୁଧବାର ଓ ଗୁରୁବାର ଦୁଇଦିନ ସକାଳ ୧୦ ଘଟିକା ଠାରୁ ଅପରାହ୍ନ ୫ ଘଟିକା ପର୍ଯ୍ୟନ୍ତ ଏରସମା ବ୍ଲକ ଅଧିନସ୍ଥ,ବାଲିତୁଠ ପଞ୍ଚାୟତ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ବାଲିତୁଠ ଠାରେ ୨୫ ଗୋଟି ସରକାରୀ ବିଦ୍ୟାଳୟର ୨୫ ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କୁ ନେଇ ଏକ FLN Teacher's Training ଆୟୋଜିତ କରାଯାଇଥିଲା । ପ୍ରଥମ ଦିନ ଶିକ୍ଷା ତାଲିମ୍ ଅବସରପ୍ରାପ୍ତ ସହକାରୀ ଶିକ୍ଷା ମଣ୍ଡଳ ଅଧିକାରୀ ଗୋପବନ୍ଧୁ ନାୟକ ସାର୍ ନୂଆଗାଁ କ୍ଲଷ୍ଟର ,ବାଲିତୁଠ କ୍ଲଷ୍ଟର , ଖୁରାଣ୍ଟ କ୍ଲଷ୍ଟର ଏବଂ ଚଟୁଆ କ୍ଲଷ୍ଟର ର ସମସ୍ତ CRCC ସାର୍ ଏବଂ ପ୍ରଥମ ଏଜୁକେଶନର ଟ୍ରେନର ମମତା ଟହଲ ଉପସ୍ଥିତ ରହି
Article Image
ଏହି ଶିକ୍ଷା ତାଲିମ୍ କୁ ଉଦଘାଟନ କରିଥିଲେ । ଉଦଘାଟନ ପରେ ଆରାଧ୍ୟ ଦେବତା ମହା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ଦିପ ପ୍ରଜ୍ଵଳନ କରିବା ସହିତ ସମସ୍ତ ଅତିଥି ଙ୍କୁ ସମ୍ମାନିତ କରାଯାଇଥିଲା । ଏହି ଦୁଇ ଦିନିଆ ଟ୍ରେନିଙ୍ଗ କୁ ପ୍ରଥମ ଏଜୁକେଶନ ଫାଉଣ୍ଡେସନ ର ମାଷ୍ଟର ଟ୍ରେନର ଶ୍ରୀମତୀ ମମତା ଟହଲ ଓ ମନାସିନୀ ବେହେରା ବିସ୍ତୃତ ଭାବରେ ଶ୍ରେଣୀ ପ୍ରଥମ ଠାରୁ ପଞ୍ଚମ ଶ୍ରେଣୀ ପିଲାଙ୍କ ପାଇଁ ରହିଥିବା ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ଉପରେ ଥିବା ସମସ୍ତ ଗତିବିଧି ଯେପରି ଶ୍ରେଣୀ ୧ମ ଓ ୨ୟ - ଶିଶୁ ଗୀତ ,କବିତା, ଶାରୀରିକ ବିକାଶ ଖେଳ,ଗପସପ ,କାହାଣୀ ଶୁଣ ଶୁଣାଅ, ଧ୍ଵନୀ ସମ୍ବନ୍ଧୀୟ ଗତିବିଧି ଲିଖନ ,ସଂଖ୍ୟା ଚିହ୍ନଟ, ବିଡ଼ା କାଠିର ଧାରଣା,ଯୋଗ ବିୟୋଗ ,ଖେଳ ଏବଂ ସେହିପରି ୩ୟ ରୁ ୫ମ ଶ୍ରେଣୀ ପିଲାଙ୍କ ପାଇଁ - ୱାର୍ମଅପ , ଗପସପ୍,କାହାଣୀ ସମ୍ବନ୍ଧୀୟ ଗତିବିଧି , ଧ୍ଵନୀ ସମ୍ବନ୍ଧୀୟ ( ମାତ୍ରାକ୍ଷର ପଠନ) ,ଲିଖନ ଖେଳ ,ଗଣିତ ସମ୍ବନ୍ଧୀୟ କଥାବାର୍ତ୍ତା ,ସଂଖ୍ୟା ଜ୍ଞାନ, ଶାବ୍ଦିକ ମିଶାଣ ଫେଡାଣ, ଅନ୍ୟାନ୍ୟ ଗତିବିଧି ,ଖେଳ ଗତିବିଧି ଇତ୍ୟାଦି ମୁଖ୍ୟ ଗତିବିଧି ଗୁଡ଼ିକ କରାଯାଇଥିଲା । ଶିକ୍ଷା ତାମିଲ୍ ର ଅନ୍ତିମ ଦିନରେ JSW ଫାଉଣ୍ଡେସନ୍ ର ଲୋକାଲ୍ ମ୍ୟାନେଞ୍ଜର ସିଦ୍ଧାର୍ଥ ଦେ ଉପସ୍ଥିତ ରହିବା ସହିତ ପ୍ରଗ୍ରାମ୍ କିଭଳି ଚାଲିଚି ତାହା ବିଷୟରେ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ସହିତ ଆଲୋଚନା କରିଥିଲେ । ସର୍ବଶେଷରେ ଶିକ୍ଷକ ତାଲିମ୍ ରେ ଉପସ୍ଥିତ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ନିଜର ବହୁମୂଲ୍ୟ ମତାମତ ପ୍ରଦାନ କରି ଉତ୍କଣ୍ଠାର ସହିତ ଏହି ଶିକ୍ଷଣୀୟ ଗତିବିଧି ଗୁଡ଼ିକ ନିଜ ବିଦ୍ୟାଳୟର ପିଲାମାନଙ୍କ ସହିତ କାର୍ଯ୍ୟକାରୀ କରିବେ ବୋଲି ନିଜର ସହମତି ପ୍ରଦାନ କରିଥିଲେ ।
Article Image
7