ଯାଜପୁର, 19/09/2025, ଉତ୍କଳ voice news - utkalvoicenews.com(ଉମାକାନ୍ତ ବେହେରା ଙ୍କ ରିପୋର୍ଟ) :
ବଡ଼ଚଣା ବିଜୁ ଜନତା ଦଳ ପକ୍ଷରୁ ଜ୍ଞାନ ରଞ୍ଜନ ସାହୁଙ୍କ ସଭାପତିତ୍ବରେ ଆଜି ଗୁରୁବାର ବାଲିଚନ୍ଦ୍ରପୁର ଥାନା ଘେରାଉ କରାଯାଇଥିଲା। ବିଜେଡ଼ି ନେତା କ୍ୟାପଟେନ ରାଜ ନାରାୟଣ ମହାପାତ୍ରଙ୍କ ନେତୃତ୍ୱରେ ଆଠ ହଜାରରୁ ଉର୍ଦ୍ଧ୍ଵ ବିଜେଡ଼ି କର୍ମୀଙ୍କୁ ନେଇ ଏକ ବିଶାଳ ଶୋଭାଯାତ୍ରାରେ ଯାଇ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପ ମାଲ୍ୟାର୍ପଣ କରି ପୋଲିସର ବିଭିନ୍ନ ଦୋଷ ଦୁର୍ବଳତା ଉପରେ ନାରା ଦେଈ ବାଲିଚନ୍ଦ୍ରପୁର ଥାନା ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ପୋଲିସ ସହାୟତାରେ ପ୍ରତିଦିନ ଚଣ୍ଡିଆ ପାହାଡ଼ରୁ ବେଆଇନ ମୂର୍ତ୍ତୀ ପଥର ଚୋରା ଚାଲାଣ ହେଉଥିବା, ବନ୍ଦରେଶ୍ୱର ଓ କେସରାଇପୁର ପାହାଡ଼ରୁ ଖଣ୍ଡେଲାଇଟ ପଥର ଓ ମୋରମ ଚୋରା ଚାଲାଣ ହେଉଥିବା, ବାଲିଚନ୍ଦ୍ରପୁର ଥାନା ଅଧିନସ୍ଥ ବିରୂପା ନଦୀର ବିଭିନ୍ନ ଅଞ୍ଚଳରୁ ବାଲି ଚୋରା ଚାଲାଣ ହେଉଥିବା, ବେନିୟମ ଭାବେ ମାଣ୍ଡୁକା ପାହାଡ଼ରୁ ମୋରମ ଚାଲାଣ ହେଉଥିବା, ବିଭିନ୍ନ ଅଞ୍ଚଳରୁ ମାଟି ଚୋରା ଚାଲାଣ ହେଉଥିବା ଅଭିଯୋଗ କରିଛି ବିଜେଡ଼ି ସେହିପରି ସାଧାରଣ ଲୋକଙ୍କ ସଂପୃକ୍ତ ନଥିବା ସତ୍ତ୍ୱେ ଶାସକ ଦଳର ନେତା ଓ କର୍ମୀଙ୍କ ଇଙ୍ଗିତରେ ବାଲିଚନ୍ଦ୍ରପୁର ଥାନା ପୋଲିସ ମିଛ ମୋକଦ୍ଦମା ରୁଜ୍ଜୁ କରୁଥିବା ଭଳି ସଙ୍ଗୀନ ଅଭିଯୋଗ ଆଣିଛି ବିଜେଡ଼ି। ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବଡ଼ଚଣା ବିଜେଡ଼ି ନେତା କ୍ୟାପଟେନ ରାଜ ନାରାୟଣ ମହାପାତ୍ର ଯୋଗଦେଇ ପୋଲିସ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରାଗଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ରତର କରିବା ନେଇ ଜିଲ୍ଲା ପ୍ରଶାସନକୁ ଚେତାବନୀ ଦେଇଥିଲେ l ସେହିପରି ସମ୍ମାନୀତ ଅତିଥି ଭାବେ ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠୀ, ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଗଣେଶ୍ୱର ବରାଳ, ପ୍ରାକ୍ତନ ବ୍ଲକ ଅଧକ୍ଷ ପ୍ରହଲ୍ଲାଦ ନନ୍ଦ ଓ କୈଳାସ ଚନ୍ଦ୍ର ରାଉତ ଏବଂ ଏହି ସମାବେଶରେ ସରସ୍ୱତୀ ବେହେରା, ଗଗନ ସ୍ବାଇଁ, ଦିଲ୍ଲୀପ ସାମଲ, ମନ୍ମଥକେଶରୀ ସାହେବରାୟ, ନିରଞ୍ଜନ ବିଶ୍ୱାଳ, ପ୍ରବୀର ସାମଲ, ଜସୋଦିପ୍ତ ସାମଲ, ଅନନ୍ତ ଚରଣ ମହାରଣା, ଲକ୍ଷ୍ମୀଧର ବାନା, ଦିବାକର ସେଠୀ, ଗୋଲାମ କିବିରିଆ ଖାଁ, ଦେବେନ୍ଦ୍ର ଜେନା, ତ୍ରୈଲୋକ୍ୟନାଥ ଜେନା, ନାରାୟଣ ମଲ୍ଲିକ, ବିଭୁ ପ୍ରସାଦ ଦାସ, ନିରଞ୍ଜନ ମହାନ୍ତି, କୁଳମଣି ବାରିକ, ବନ୍ଦିତା ମହାରଣା, ରଶ୍ମି ରଞ୍ଜନ ବଳ, ଜାନକୀ ବଲ୍ଲଭ ପ୍ରଧାନ, ଆଶିଷ ରଞ୍ଜନ ଚୌଧୁରୀ, ଗଣେଶ୍ଵର ସାମଲ, ତପନ ଚରଣ ସିଂ, ତପନ ରାଉତରାୟ, ଅଶୋକ ବିଶ୍ଵାଳ, ପ୍ରଦୀପ୍ତ କୁମାର ମହାନ୍ତି, ହିମାଂଶୁ ଶେଖର ଦେଓ, ପ୍ରବାସ କୁମାର ଦାସ, ସୁମନ୍ତ କୁମାର ଜେନା, ଶ୍ରୀକାନ୍ତ ସାମଲ,ରଞ୍ଜିତ ସାମଲ, ଉମେଶ ଚନ୍ଦ୍ର ସାମଲ, ଶୁଭମ ରାୟ, ସେକ ଅବଦୁଲ ମୋମିନ, ବରଦା ପ୍ରସାଦ ରାୟ, ସୁଲତାନ ସଇଫୁଲ୍ଲା ଖାଁ, ମହେନ୍ଦ୍ର ସେନାପତି, ଦେବଦତ୍ତ ସାମଲ, ସେକ ଇମାମୁଦ୍ଦିନ, ସୁରଞ୍ଚି ବଳସାମନ୍ତ, ସୁବାଷ ଚନ୍ଦ୍ର ଖଣ୍ଡେଇ, ଅନିରୁଦ୍ଧ ପାଢ଼ୀ, ନିତ୍ୟାନନ୍ଦ ମଲ୍ଲିକ,ମୀର ଦୟାନଲ୍ଲି, ନିରଞ୍ଜନ ସାମଲ, ଅଶ୍ୱିନ ବଳ, ତନ୍ମୟ କୁମାର ସିଂ, ସତ୍ୟବ୍ରତ ସାମଲଙ୍କ ସମେତ ଆଠ ହଜାରରୁ ଉର୍ଦ୍ଧ୍ଵ କର୍ମି ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ। ସର୍ବଶେଷରେ ମାନଗୋବିନ୍ଦ ସେଠୀ ଧନ୍ୟବାଦ ଅର୍ପଣ କରି ବିକ୍ଷୋଭ ଭଙ୍ଗ କରିଥିଲେ ।