ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସିଜି ମାଳି ଖଣି ଖନନ ସମର୍ଥନ ରେ ରାୟଗଡା ଜିଲ୍ଲାପାଳ ଓ କରାପୁଟ ସଂସଦ କୁ ଅଞ୍ଚଳ ବାସୀଙ୍କ ଦାବିପତ୍ର।

ରାୟଗଡା / କାଶୀପୁର, 20/09/2025, ଉତ୍କଳ voice news - utkalvoicenews.com( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :
Article Image
ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ରେ ହେବାକୁ ଥିବା ସିଜି ମାଳି ଖଣି ଉତ୍ତଳନ କୁ ନେଇଁ ତା ୨୦/୯/୨୫ ରିଖ ଶନିବାର ଦିନ କାଶୀପୁର ବ୍ଲକ ସିଜି ମାଳି ଅଞ୍ଚଳ ଶୁଙ୍ଗେର, ସିନ୍ଦୁରଘାଟି ଓ ଅଡାଜର ଗ୍ରାମପଞ୍ଚାୟତ ରୁ ଏକ ହଜାର ୧୦୦୦ ରୁ ଉର୍ଦ୍ଧ ଲୋକେ ତୁରନ୍ତ ଖଣି ଖନନ କାର୍ଯ୍ୟ ଆରମ୍ଭ କରାଯିବାକୁ ନେଇଁ ଜିଲ୍ଲାପାଳ ରାୟଗଡା ଓ ମାନ୍ୟବର କରାପୁଟ ସଂସଦ କୁ ଏକ ଦାବିପତ୍ର ପ୍ରଦାନ କରିଥିବା ଦେଖିବାକୁ ମିଳିଛି। ମୁଖ୍ୟତଃ କାଶୀପୁର ଅଞ୍ଚଳରେ ବର୍ତମାନ ଦୁଇ ଦୁଇଟି କାରଖାନା ଚାଲି ଥିବା ବେଳେ କାଶୀପୁର ବ୍ଲକ ର ଅଧିକାଂଶ ଲୋକଙ୍କ ଆର୍ଥିକ ଉନ୍ନତି ହୋଇଥିବା ସହ ଅଂଚଳବାସୀଙ୍କୁ ରୋଜଗାର ଜଗାଇ ଦେବାରେ ଉଭୟ ଶିଳ୍ପାନୁନ ସକ୍ଷମ ହୋଇଛି। ଅନ୍ୟପଟୁ ଅର୍ଥାତ କାଶୀପୁର ବ୍ଲକ ର ଶୁଙ୍ଗେର ଅଞ୍ଚଳରେ ଆଜିପଯ୍ୟନ୍ତ ଦାଦନ ଦୁଃଖ ସରୁ ନାହିଁ। ସାଧାରଣତଃ ଏହି ଅଞ୍ଚଳରୁ ପ୍ରାୟ ୧୧ ଟି ପଞ୍ଚାୟତର ଲୋକେ ରୋଜଗାର ନପାଇ ଦାଦନ ଖଟିବାକୁ ପ୍ରାୟ ତିନି ଦଶନ୍ଧି ରୁ ଉର୍ଦ୍ଧ କାଳ ହେବ କେରଳ, ତାମିଲନାଡୁ, ଚେନ୍ନାଇ, କର୍ଣ୍ଣାଟକ, ମାଡ୍ରାସ ଓ ଆନ୍ଧ୍ର ଭଳି ରାଜ୍ୟ ଉପରେ ନିର୍ଭର କରି ଆସୁଛନ୍ତି। ହେଲେ ବିଭିନ୍ନ ସମୟରେ ଅନେକଙ୍କ ଅକାଳ ମୃତ୍ୟୁ ବାହାର ରାଜ୍ୟରେ ହେଉଅଛି।
Article Image
ତେଣୁ ତିଜି ମାଳି ଖଣି ଖନନ ପ୍ରକୃୟା ତୁରନ୍ତ ତ୍ୱରାନ୍ନୀତ ହେଲେ ମୁଖ୍ୟତଃ ଅଞ୍ଚଳବାସୀ ଦାଦନ ଦୁଃଖରୁ ମୁକୁଳି ପାରିବେ ଏବଂ ଏହି ଅଞ୍ଚଳରେ ରୋଜଗାର ମିଳିବା ସହ ଲୋକଙ୍କ ଆର୍ଥିକ ସମ୍ବଳ ସୁଦୃଢ ହେବ ବୋଲି ଆଜି ଶୁଙ୍ଗେର, ସିଂଦୁରଘାଟି ଓ ଆଡାଜର ପଞ୍ଚାୟତ ସିଜି ମାଳି ଅଞ୍ଚଳ ବାସୀ ପ୍ରାୟ ୧୦୦୦ ଏକ ହଜାର ରୁ ଉର୍ଦ୍ଧ ଲୋକେ କରାପୁଟ ସଂସଦ ଏବଂ ଜିଲ୍ଲାପାଳ ରାୟଗଡଙ୍କୁ ସିଜି ମାଳି ଖଣି ଖନନ ସମର୍ଥନ ରେ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଥିଲେ।
4