ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଟିକିରି ପୋଲିସ ର ବଡ଼ ଧରଣର ସଫଳତା।

ରାୟଗଡା / କାଶିପୁର, 20/09/2025, ଉତ୍କଳ voice news - utkalvoicenews.com( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :
Article Image
ରାୟଗଡା ଜିଲ୍ଲା କାଶିପୁର ବ୍ଲକ ଟିକିରି ଥାନାର ସୁନା ମୁଦି ସାହିର ସୁଶାନ୍ତ ନାଗ ଏତେଲା କୁ ଆଧାର ପୋଲିସ ତଦନ୍ତ କରିଥିଲେ। ଆରକ୍ଷୀ ଅଧିକ୍ଷକ ଏକ ସାମ୍ବାଦିକ ସମ୍ମିଳନୀ ଡ଼କାଇ ସୁଚନା ପ୍ରଦାନ କରି କହିଥିଲେ ଯେ, ସୁଶାନ୍ତ ନାଗ ନିଲାବାଡ଼ି ଝାମୁ ଯାତ୍ରା ଦେଖିବା ଘର ଚାବି ଦେଇ ଯାଇ। ଏହି ସମୟରେ ଘରେ କେହି ନଥିବା ସୁଯୋଗ ପାଇ ଅଭିଯୁକ୍ତ ଭରତ ନାୟକ, ଏସ ଭେଙ୍କଟସ ଓ ରାଜୁ ଚୋରି ଘଟଣା ଘଟାଇଥିଲେ। ଏକ ଚୋରି ଘଟଣାର ତଦନ୍ତ କରି ପୁଲିସ
Article Image
4ଜଣ ଅଭିଯୁକ୍ତକୁ ଗିରଫ୍ କରିବା ସହ ସେମାନଙ୍କ ଠାରୁ 4ତୋଳା ସୁନା ମଙ୍ଗଳ ସୂତ୍ର ହାର,ସୁନା ରିଙ୍ଗ୍,6ଟି ମୋବାଇଲ ଓ ଗୋଟିଏ ପୋଲସର ବାଇକ୍ ଜବତ କରିଛି। ଏମାନଙ୍କ ମଧ୍ଯରେ ଜଣେ ନାବାଳକ ଥିବା ଜଣାପଡିଛି। ଗିରଫ୍ ଅଭିଯୁକ୍ତ ମାନେ ହେଲେ କୋରାପୁଟ ଜିଲ୍ଲା ଜୟପୁର ଅଞ୍ଚଳର ଭରତ ନାଏକ, ଏସ୍.ଭେଙ୍କେଟେସ୍ ଓ ବୈପାରିଗୁଡାର ରାଜୁ ନାୟକ। ଗତ ମାର୍ଚ୍ଚ ମାସ 16 ତାରିଖ ଦିନ ଟିକିରି ଅଞ୍ଚଳର ସୁନାମୁଦି ସାହିରେ ରହୁଥିବା ସୁଶାନ୍ତ ନାଗଙ୍କ ପରିବାର ଘରେ ନଥିବା ବେଳେ ଗିରଫ୍ 3 ଅଭିଯୁକ୍ତ ଘରେ ପସି କଳାକନା ବୁଲାଇଥିଲେ। ଏନେଇ ସୁଶାନ୍ତ ଟିକିରି ଥାନାରେ ଏତଲା ଦେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ତେବେ ଦୀର୍ଘ 6 ମାସ ପରେ ପୁଲିସ ସିସିଟିଭି ଫୁଟେଜ୍ କୁ ଆଧାର କରି ଅଭିଯୁକ୍ତ ମାନଙ୍କୁ ଚିହ୍ନଟ କରିବାରେ ସକ୍ଷମ ହୋଇଥିଲା। ଅନ୍ଯପଟେ ଲୁଟ୍ ହୋଇଥିବା 1ଲକ୍ଷ 80 ହଜାର ଟଙ୍କା ନଗଦ ଏଯାଏଁ ମିଳିନଥିବା ରାୟଗଡା ଏସପି ସୂଚନା ଦେଇଛନ୍ତି।
Article Image
Article Image
Article Image
4