ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ।

ଢ଼େଙ୍କାନାଳ, 20/09/2025, ଉତ୍କଳ voice news - utkalvoicenews.com( ଶୁଭମ୍ ପାଣିଙ୍କ ରିପୋର୍ଟ ) :
Article Image
ଆଜି ମଧ୍ୟାହ୍ନରେ ଜିଲ୍ଲା କାର୍ଯ୍ୟାଳୟର ସଦଭାବନା ସଭାଗୃହ ଠାରେ ଜିଲ୍ଲାପାଳ ଶ୍ରୀ ଆଶିଷ ଇଶ୍ଵର ପାଟିଲଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗଜଲକ୍ଷ୍ମୀ ପୂଜାକୁ ଦୃଷ୍ଟିରେ ରଖି କଲେଜ ବାଇପାସ ଓ କୋରିଆଁ ବାଇପାସ ଓଭର ବ୍ରିଜ ସଂଲଗ୍ନ ସର୍ଭିସ ରୋଡକୁ ୭ ଦିନ ମଧ୍ୟରେ ମରାମତି ନିଶ୍ଚିତ କରିବାକୁ ଜିଲ୍ଲାପାଳ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବାଇପାସ୍ ରାସ୍ତାକୁ ଯଥା ଶୀଘ୍ର ଆଲୋକିକରଣ କରିବା ଉପରେ ସେ ଗୁରୁତ୍ବାରୋପ କରିଥିଲେ । ସର୍ଭିସ ରୋଡ଼କୁ ୭.୫ ମିଟର ଚଉଡ଼ା କରିବାକୁ ସେ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷଙ୍କୁ ତାଗିଦ୍ କରିଥିଲେ। ଗଣେଶ ବଜାର ଠାରୁ ବାଜି ଚୌକ ପର୍ଯ୍ୟନ୍ତ ସକାଳ ୯ ରୁ ରାତ୍ର ୯ଟା ପର୍ଯ୍ୟନ୍ତ ଭାରିଯାନ ଚ଼ଳାଚ଼ଳକୁ ବନ୍ଦ କରିବାକୁ ସେ ଆଂଚଳିକ ପରିବହନ ଅଧିକାରୀଙ୍କୁ କହିିଥିଲେ । ଗତ ଜୁଲାଇ ମାସରେ ୨୭ଟି ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିଲା ବେଳେ ଅଗଷ୍ଟ ମାସରେ ୩୮ଟି ଦୁର୍ଘଟଣା ଘଟି ୧୯ ଜଣ ମୃତ୍ୟୁ ବରଣ କରିଥିବାରୁ ଦୁର୍ଘଟଣା ପ୍ରବଣ ଛକ ମାନଙ୍କରେ ଯାନ ବାହାନ ଚଳାଚ଼ଳକୁ ନିୟନ୍ତ୍ରିତ କରିବାକୁ କଂକ୍ରିଟ ବ୍ଲକମାନ ରଖିବାକୁ ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଭିନବ ସୋନକର କହିଥିଲେ । ରାଜପଥରେ ଥିବା ବେଆଇନ ଡ଼ିଭାଇଡ଼ର କଟିଂକୁ ୭ଦିନ ମଧ୍ୟରେ ବନ୍ଦ କରିବାକୁ ସେ ନିିର୍ଦ୍ଦେଶ ଦେଇଥିଲେ । ବେଆଇନଭାବେ କଟିଂ କରୁଥିବା ବ୍ୟବସାୟ ସଂସ୍ଥା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଥିଲେ । ଲକ୍ଷ୍ମୀ ପୂଜା ସମୟରେ ବାଇପାସରେ ଗାଡ଼ି ପାର୍କିଂ ର ବ୍ୟବସ୍ଥା, ଜାତୀୟ ରାଜପଥରେ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷଙ୍କ ଦ୍ୱାରା ଆମ୍ବୁଲାନ୍ସ ଓ କ୍ରେନ୍‌ ମୁତୟନର ବ୍ୟବସ୍ଥାକୁ ନିଶ୍ଚିତ କରିବାକୁ କମିଟିର ସଦସ୍ୟମାନେ ବୈଠକର ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ବୈଠକରେ ଆଇ.ଏ. ଏସ. (ପ୍ରୋବେସନ) ଭାଗତ ସାମଲ କଲ୍ୟାଣ ରାଓ, ସଦର ଉପ-ଜିଲ୍ଲାପାଳ ଶ୍ରୀ ବିବୁଧ ଗଡ଼ନାୟକ, ରାସ୍ତା ଓ ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ଜୟନ୍ତ ପ୍ରସାଦ ନାୟକଙ୍କ ସମେତ କମିଟିର ସମସ୍ତ ସଦସ୍ୟ, ବିଭାଗୀୟ ଅଧିକାରୀଗଣ ଉପସ୍ଥିତ ଥିଲେ । ଶେଷରେ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ଶିବାଶିଷ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
7