ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବଣ୍ଟନ ମେଳା

ବୁଗୁଡା, 21/09/2025, ଉତ୍କଳ voice news - utkalvoicenews.com( ସୋରେନ କୁମାର ପ୍ରଧାନ ) :
Article Image
ବୁଗୁଡା ବ୍ଲକ ଅନ୍ତର୍ଗତ ବେଠିଆ ବୋରଦା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ବିଦ୍ୟାଳୟର ୬୧ ଜଣ ଛାତ୍ରଛାତ୍ରୀଙ୍କୁ ମାଗଣା ପୋଷାକ ବଣ୍ଟନ ମେଳା ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବୀନ୍ଦ୍ର ବିଶ୍ୱାଳ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଏସଏମଏସ ଅଧ୍ୟକ୍ଷା ସୁଲୋଚନା ସ୍ୱାଇଁ, କାନସୁକା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବୀନ୍ଦ୍ର ବେହେରା ଓ ସିଆରସିସି ଦିଲ୍ଲୀପ କୁମାର ବେହେରା ଯୋଗଦେଇଥିଲେ। ଅତିଥି ବୃନ୍ଦ ଛାତ୍ରଛାତ୍ରୀଙ୍କୁ ବହୁ ମୂଲ୍ୟବାନ ଉପଦେଶ ଦେବାସହ ସେମାନଙ୍କୁ ପୋଷାକ ବଣ୍ଟନ କରିଥିଲେ। ବିଦ୍ୟାଳୟର ସହକାରୀ ଶିକ୍ଷକ ନୀଳାଦ୍ରି ବିହାରୀ ପ୍ରଧାନ ଓ ସୀତାରାମ ତ୍ରିପାଠୀ ପରିଚାଳନାରେ ସହଯୋଗ କରିଥିଲେ। ଛାତ୍ରଛାତ୍ରୀଙ୍କ ଅଭିଭାବକ ବୃନ୍ଦ ଓ ପରିଚାଳନା କମିଟି ସଭ୍ୟ/ସଭ୍ୟା ବୃନ୍ଦ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
5