ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଚାକିରି ଦେବାକୁ କହି ୨୫ ଲକ୍ଷ ରୁ ଅଧିକ ଟଙ୍କାର ଠକେଇ,ଦୁଇ ଅଭିଯୁକ୍ତ ଗିରଫ।

ଏରସମା, 21/09/2025, ଉତ୍କଳ voice news - utkalvoicenews.com( ଜିଲ୍ଲା ପ୍ରତିନିଧି ନୃସିଂହ ଚରଣ ମଲ୍ଲିକ ଙ୍କ ରିପୋର୍ଟ ) :
Article Image
ଏରସମା ପୋଲିସ କୁ ବଡ଼ ସଫଳତା lଭାରତୀୟ ରେଳବାଇରେ ଚାକିରି କରାଇଦେବାକୁ କହି ଜଗତସିଂହପୁର ଜିଲ୍ଲା ଏରସମା ଅଞ୍ଚଳର ଏକାଧିକ ଯୁବକଙ୍କଠାରୁ ୨୫ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ହଡ଼ପ କରିଥିବା ଦୁଇ ଯୁବକ ଙ୍କୁ ଏରସମା ପୁଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ, ତିର୍ତ୍ତୋଲର ରାକେଶ ମହାନ୍ତି ଓ ଏରସମାର ନିରାକାର ସ୍ବାଇଁ (ବାଙ୍ଗୁରୁ) | ରାକେଶ ଏହି ଠକେଇର ମାଷ୍ଟରମାଇଣ୍ଡ ବୋଲି ପୁଲିସ କହିଛି।ସୂଚନା ମୁତାବକ, ଠକେଇରେ ଶିକାର ହୋଇଥିବା ଅଭିଯୋଗକାରୀ ଏରସମା ଗ୍ରାମର ଉମାଶଙ୍କର ସାହୁଙ୍କୁ ରେଳବାଇରେ ଚାକିରି କରାଇଦେବାକୁ କହି ସେହି ଗ୍ରାମର ନିରାକାର ସ୍ବାଇଁ, ରାକେଶ ମହାନ୍ତି ସହ ଯୋଗାଯୋଗ କରାଇଥିଲା। ଚାକିରି ପ୍ରଲୋଭନ ଦେଖାଇ ବିଭିନ୍ନ ପର୍ଯ୍ୟାୟରେ ରାକେଶ ଫୋନ୍-ପେ' ଓ ଆକାଉଣ୍ଟ ଡିପୋଜିଟ୍ ମାଧ୍ୟମରେ ୨୫ଲକ୍ଷରୁ ଅଧିକ ଟଙ୍କା ଉମାଶଙ୍କରଙ୍କଠାରୁ ନେଇଥିଲା । ଚାକିରି ତ ମିଳିଲାନି, ସେପଟେ ଅର୍ଥ ମଧ୍ୟ ଫେରସ୍ତ ହେଲାନି I ବାଧ୍ୟ ହୋଇ ଉମାଶଙ୍କର ଗତ ମେ' ୨୦ରେ ଭୁବନେଶ୍ୱରସ୍ଥିତ ସାଇବର ଥାନାରେ ଅଭିଯୋଗ କରିଥିଲେ I ସାଇବର ଥାନା ପକ୍ଷରୁ ଉକ୍ତ ମାମଲାକୁ ସେହି ମେ' ୨୨ ତାରିଖରେ ଏରସମା ଥାନାକୁ ହସ୍ତାନ୍ତର କରାଯାଇଥିଲା I ପୁଲିସ ଏତଲାକୁ ଆଧାର କରି ମୁଖ୍ୟ ଅଭିଯୁକ୍ତ ରାକେଶ ମହାନ୍ତିଙ୍କୁ ୨ଦିନ ତଳେ କୋଲକାତାରୁ ଧରିବାରେ ସକ୍ଷମ ହୋଇଥିଲା | ରାକେଶକୁ ଏରସମା ଥାନାକୁ ଆଣି ପଚରାଉଚରା କରାଯିବା ପରେ ଉମାଶଙ୍କରଙ୍କଠାରୁ ପର୍ଯ୍ୟାୟକ୍ରମେ ପାଖାପାଖୂ ୨୫ ଲକ୍ଷ ଟଙ୍କା ନେଇଥିବା ସ୍ବୀକାର କରିଥିଲା । ରାକେଶଙ୍କ ସହ ପରିଚୟ କରାଇଥିବା ଓ ଏଥିରେ ମଧ୍ୟସ୍ଥତା କରିଥିବା ନିରାକାର ସ୍ବାଇଁ (ବାଙ୍ଗୁରୁ)କୁ ପୁଲିସ ଥାନାକୁ ଡାକିଥିଲା I ଏହି ଠକେଇ ଟଙ୍କାରୁ ବାଙ୍ଗୁରୁ କିଛି ଅର୍ଥ ନେଇଥିବା ନେଇ ମୁଖ୍ୟ ଅଭିଯୁକ୍ତ ରାକେଶ ପୁଲିସ ଆଗରେ କହିଥିଲା । ପୁଲିସ ତଦନ୍ତ ଅନୁଯାୟୀ ରାକେଶ ମହାନ୍ତି ଓ ନିରାକାର ସ୍ବାଇଁ ନାମରେ ୧୭୦/୨୫ରେ ମାମଲା ରୁଜୁ କରି ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି।
Article Image
8