ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଯାଜପୁର ଜିଲ୍ଲାସ୍ତରୀୟ ହ୍ୟାଣ୍ଡ ବଲ ପ୍ରତିଯୋଗୀତା ଉଦଘାଟିତ

ଯାଜପୁର, 21/09/2025, ଉତ୍କଳ voice news - utkalvoicenews.com (ଉମାକାନ୍ତ ବେହେରା ଙ୍କ ରିପୋର୍ଟ) :
Article Image
ଯାଜପୁର ଜିଲ୍ଲା ସ୍ତରୀୟ ହ୍ୟାଣ୍ଡ ବଲ ପ୍ରତିଯୋଗିତା ଆଜି ଶନିବାର ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟାଳୟ  ,ଯାଜପୁର ଆନୁକୁଲ୍ୟ ରେ  ଉଦଘାଟିତ  ହୋଇଯାଇଅଛିଏହି କ୍ରୀଡା ପ୍ରତିଯୋଗିତା ଉଦ୍ଘାଟନ ଉତ୍ସବ ରେ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀଯୁକ୍ତ ମହେଶ୍ଵର ସାହୁ ଙ୍କ ସଭାପତିତ୍ବରେ ଉଦ୍ଘାଟିତ ହୋଇ ଯାଇଅଛି।
Article Image
ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଯାଜପୁର ଜିଲ୍ଲା ର ମହାପୁରୁଷ ହାଡ଼ିଦାସ ମହାବିଦ୍ୟାଳୟ ର ଅଧ୍ୟକ୍ଷ  ମହୋଦୟ ମନୋଜ ମିଶ୍ର, ସମ୍ମାନିତ ଅତିଥି ଭାବେ ହାଣ୍ଡବଲ ଆସୋସିଏସନ୍ ର ସମ୍ପାଦକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ପୃଷ୍ଟି, ବଡ଼ଚଣା ବ୍ଳକର ମଣ୍ଡଳ ସମ୍ପାଦକ ଶ୍ରୀଯୁକ୍ତ ଗଗନ ବାରିକ, ଯାଜପୁର ବ୍ଲକ ର ମଣ୍ଡଳ ସମ୍ପାଦକ ଶଙ୍କର୍ଷଣ ବେହେରା, ଦାନଗଦି ବ୍ଲକ ର ମଣ୍ଡଳ ସମ୍ପାଦକ ଶ୍ରୀଯୁକ୍ତ ଅଭିନାଶ ପାଣିଗ୍ରାହୀ ଯୋଗଦେଇଥିଲେ । ଯାଜପୁର ଜିଲ୍ଲା ର ପ୍ରତିଯୋଗୀମାନେ ରାଜ୍ୟ ରେ କ୍ରୀଡା କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଆସୁଛନ୍ତି ଚଳିତ ବର୍ଷ କିଭଳି ଭଲ ପ୍ରଦର୍ଶନ କରିବେ  ସେହି ସମ୍ପର୍କରେ ଆଲୋଚନା କରିଥିଲେ  । ଜିଲ୍ଲା ଶାରିରୀକ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ରାଜେଶ କୁମାର ସେଠୀ କ୍ରୀଡା ବିବରଣୀ ପାଠ ପାରିଥିଲେ ।ଉକ୍ତ ପ୍ରତିଯୋଗିତାରେ ଜିଲ୍ଲାର ଦଶ ଗୋଟି ମଣ୍ଡଳ ର ସମସ୍ତ ବିଦ୍ୟାଳୟ ରୁ   ୧୬୦ ରୁ ଉର୍ଦ୍ଧ କ୍ରୀଡାବିତ୍ ଓ ୧୬ଜଣ ଶାରିରୀକ ଶିକ୍ଷା ଶିକ୍ଷକ ଓ ଶିକ୍ଷୟତ୍ରୀ ମୋଟ ୧୭୬ ଜଣ ଯୋଗଦାନ କରିଥିଲେ।ଏହି କ୍ରୀଡା କୁ  ହରିହର ବିଶ୍ଵାଳ, ସିଲୁ ପାଲ,  ଜ୍ଞାନରଞ୍ଜନ ସ୍ୱାଇଁ , ସୁବାସ ବାରିକ, ଭବାନୀ ଶଙ୍କର ସେନାପତି, ମନୋଜ ସାହୁ, ବିରେନ୍ଦ୍ର ବିକ୍ରମ ପ୍ରତାପ ସିଂ, ସ୍ମୃତି ରେଖା ରାଉତରାୟ, ଜିତେନ୍ଦ୍ର କୁମାର୍ ଜେନା ପରିଚାଳନା କରିଥିଲେ।ଏହି ପ୍ରତିଯୋଗିତାରେ ଯେଉଁ କ୍ରୀଡାବିତ୍ ମାନେ ବିବେଚିତ ହେବେ ସେହି କ୍ରୀଡାବିତ ମାନେ ଆସନ୍ତା ୨୪ ତାରିଖ ରେ ଗଞ୍ଜାମ ଜିଲ୍ଲାର ବରହମପୁର ର ମହାତ୍ମା ଗାନ୍ଧୀ ଷ୍ଟାଡିୟମ୍ ଠାରେ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବେ । ନିରଞ୍ଜନ ଶତପଥୀ ଏହି ଉଦ୍ଘାଟନ ଉତ୍ସବକୁ ପରିଚାଳନା କରିବା ସହିତ  ସର୍ବ ଶେଷରେ ଧନ୍ୟବାଦ୍ ଅର୍ପଣ କରିଥିଲେ।
11