ଯାଜପୁର, 21/09/2025, ଉତ୍କଳ voice news - utkalvoicenews.com ( ଉମାକାନ୍ତ ବେହେରା ଙ୍କ ରିପୋର୍ଟ ) :

ବଡ଼ଚଣା ନିର୍ବାଚନ ମଣ୍ଡଳୀ ର ୧୭ ନମ୍ବର ଜୋନ ର ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ସୁମତି ବlସ୍କେ ଙ୍କ ଦେହାନ୍ତ ଘଟିଛି,ସେ ବଡଚଣା ନିର୍ବାଚନ ମଣ୍ଡଳୀ ର ପ୍ରଥମ ଆଦିବାସୀ ମହିଳା,ସେ ୨୦୧୭ ମସିହାରୁ ୨୦୨୨ ପର୍ଯ୍ୟନ୍ତ ଜିଲ୍ଲା ପରିଷଦ ପଦବୀ ରେ ରହି ଲୋକପ୍ରିୟତା ଅର୍ଜନ କରିଥିଲେ, ତାଙ୍କ ବିୟୋଗ ରେ ତାଙ୍କ ବାସଭବନରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନଳୀନି ପ୍ରଭା ଜେନା, ଉପାଧ୍ୟକ୍ଷ ଗଣେଶ୍ୱର ଵରାଳ, ପୂର୍ବତନ ବ୍ଲକ ଅଧକ୍ଷ କୈଳାସ ଚନ୍ଦ୍ର ରାଉତ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଭାଗ୍ୟଧର ମଲ୍ଲିକ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ବିନୋଦିନୀ ସାହୁ, ଜିଲ୍ଲା ପରିଷଦ ସଭ୍ୟ ମାନଗୋବିନ୍ଦ ସେଠୀ, ପୂର୍ବତନ ସରପଂଚ ଜ୍ଞାନରଞ୍ଜନ ସାହୁ, ପୂର୍ବତନ ସରପଞ୍ଚ ହରପ୍ରିୟା ବରାଳ,ଚଣ୍ଡିତଳ ଗ୍ରାମ ପଞ୍ଚାୟତ ର ପୂର୍ବତନ ସରପଞ୍ଚ ରବିନ୍ଦ୍ର ବେହେରା, ସରପଞ୍ଚ ସାଗରୀକା ବିହାରି,ଧାନମଣ୍ଡଳ ସରପଞ୍ଚ ନବଦ୍ବିପ ନାୟକ, ଜିଲ୍ଲା ପରିଷଦ ସଭ୍ୟ ଜତିନ୍ଦ୍ର ନାୟକ, ରାଜ୍ୟ ବିଜେଡ଼ି ସଂପାଦକ ଆଶୀଷ ରଞ୍ଜନ ଚୈଧୁରୀ, ନିରଞ୍ଜନ ବିଶ୍ବାଳ, ବଡ଼ଚଣା ଗ୍ରାମ ପଞ୍ଚାୟତ ର ବିଜୁ ଜନତାଦଳ ର ସଭାପତି ବିଜୟ ପ୍ରଧାନ,ଖଇରା ଗ୍ରାମ ପଞ୍ଚାୟତ ର ବିଜୁ ଜନତାଦଳ ର ସଭାପତି ବୈକୁଣ୍ଠ ନାଥ ବରାଳ, ପଲ୍ଲୀ ମଙ୍ଗଳ ର ପ୍ୟାକ୍ସ ସଭାପତି ସଞ୍ଜୟ ସ୍ବାଇଁ, ବଡ଼ଚଣା ଗ୍ରାମ ପଞ୍ଚାୟତ ର ସରପଞ୍ଚଙ୍କ ପ୍ରତିନିଧି ପ୍ରକାଶ ପ୍ରଧାନ, ଡକ୍ଟର ପବନେଶ୍ବର ଜେନା ,ସାମ୍ବାଦିକ ଉମାକାନ୍ତ ବେହେରା ,ସାମ୍ବାଦିକ ନରହରି ବିହାରୀ,ଆଇନଜୀବୀ ଦେବରାଜ ବେହେରା, ପ୍ରମୁଖ ସ୍ୱର୍ଗତ ସୁମତି ବାସ୍ବୋ ଙ୍କ ବାସଭବନ ରେ ପହଞ୍ଚି ତାଙ୍କ ମରଶରୀର ଉପରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଆତ୍ମା ର ସଦ୍ ଗତି କାମନା କରି ପରିବାର କୁ ସାନ୍ତନା ଦେଇଥିଲେ, ଗ୍ରାମ ଶ୍ମଶାନ ନ ରେ ସ୍ବାମୀ ଗୋବିନ୍ଦ ବାସ୍କେ ମୁଖାଗ୍ନି ଦେଇଥିଲେ, ଏହା ଆମ ଅଞ୍ଚଳ ବାସୀଙ୍କୁ ମର୍ମାହତ କରିଛି
