ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ମୋଦିଙ୍କ ଜନ୍ମ ଦିବସ ଓ ସେବା ପକ୍ଷ ଅବସରରେ ରକ୍ତଦାନ ଶିବିର,୧୧୩ ୟୁନିଟ ରକ୍ତ ସଂଗୃହୀତ।

ବୁଗୁଡ଼ା, 21/09/2025, ଉତ୍କଳ voice news - utkalvoicenews.com( ସୋରେନ କୁମାର ପ୍ରଧାନ ) :
Article Image
ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଓ ସେବା ପକ୍ଷ ଶୁଭ ଅବସର ଉପଲକ୍ଷେ ପାଳିତ 'ସେବାପର୍ବ'ରେ ବୁଗୁଡ଼ା ସହରର ବଡଦାଣ୍ଡ ସାହି କଳିଙ୍ଗ ବୈଶ୍ୟ ସମାଜ ଗୃହରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଆଜି ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଆୟୋଜିତ ରକ୍ତଦାନ ଶିବିରରେ
Article Image
ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦାନ ପୂର୍ବକ ଶିବିରର ଉଦଘାଟନ କରିଥିଲେ । ସ୍ୱେଚ୍ଛାକୃତ ଭାବରେ ଏହି ଶିବିରରେ ଅଂଶଗ୍ରହଣ କରି ରକ୍ତଦାନ କରିଥିବା ସମସ୍ତ ରକ୍ତଦାତାଙ୍କ ମହତ୍ବାକାଂକ୍ଷୀ ପଦକ୍ଷେପ ପାଇଁ କୃତଜ୍ଞତା ଜଣାଇବା ସହିତ ରକ୍ତଦାନର ଗୁରୁତ୍ୱକୁ ହୃଦୟଙ୍ଗମ କରି ଏହି କାର୍ଯ୍ୟକ୍ରମକୁ ଆୟୋଜନ କରିଥିବା ବିଜେପି ଯୁବମୋର୍ଚ୍ଚାର ଆୟୋଜକ ଯୁବକମାନଙ୍କୁ ସାଧୁବାଦ ଜଣାଇଥିଲେ ମନ୍ତ୍ରୀ ଶ୍ରୀ ମଲ୍ଲିକ। ଓଡିଶା ରକ୍ତଦାନ କେନ୍ଦ୍ର କନ୍ଧମାଳର ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ଫୁଲବାଣୀ ଦ୍ବାରା ୧୧୩ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଘୁମୁସର ସାଙ୍ଗଠନିକ ଜିଲ୍ଲା ଉପସଭାପତି ପ୍ରଭାକର ପଣ୍ଡା,ଯୁବ ନେତା ସଞ୍ଜିବ ପାତ୍ର, ନାରୀନେତ୍ରୀ ଜୟନ୍ତୀ ପଢୀଆରୀ,ବ୍ଲକ୍ ଉପାଧ୍ୟକ୍ଷ ମାନସ ରଂଜନ ପ୍ରଧାନ, ବରିଷ୍ଠ ନେତା ଗଙ୍ଗାଧର ନାୟକ, ବ୍ଳକ ବିଧାୟକ ପ୍ରତିନିଧି ହରିହର ସାହୁ, ନଗର ବିଧାୟକ ପ୍ରତିନିଧି ୟୁ ଯଜ୍ଞ ନାରାୟଣ ପାତ୍ର, ମଣ୍ଡଳ ସଭାନେତ୍ରୀ ଡି ରେଶ୍ମା ପାତ୍ର, ନଗର ସଭାପତି କେଦାରନାଥ ମହାରଣା, ଜିଲ୍ଲା ସାଧାରଣ ସଂପାଦକ କୃଷ୍ଣ ଚନ୍ଦ୍ର ମହାପାତ୍ର, ମଣ୍ଡଳ ସଭାପତି ସୁନୀଲ ପ୍ରଧାନ, କାର୍ତ୍ତିକ ମଙ୍ଗଳ, ଭଗବାନ ଜେନା ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ ।
5