ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ରେ ମେଗା ରକ୍ତ ଦାନ ଶିବିର ଅନୁଷ୍ଠିତ l

ପାରାଦୀପ ଗଡ , 21/09/2025, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ / କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
Article Image
ଭାରତର ଜସ୍ଵସୀ ପ୍ରଧାମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଙ୍କର ୭୫ ତମ ଜନ୍ମ ଜୟନ୍ତୀ ପକ୍ଷ ପାଳନ ଅବସରରେ ସ୍ମାଇଲ ଚାରିଟେବୁଲ ଟ୍ରଷ୍ଟ ପାରାଦୀପ, ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ଓ ବିଜେପି ପାରାଦୀପ ଗଡ ମଣ୍ଡଳ
Article Image
ଆନୁକୁଲ୍ୟରେ ମା ରାମଚଣ୍ଡି ୟୁଥ୍ କ୍ଳବ୍ ଓ ନୂଆ ସକାଳ ସାଂସ୍କୃତିକ ପରିଷଦ ସହାୟତାରେ ପାରାଦୀପ ଗଡ ସଂସଦ ଭବନ ପରିସରରେ ଏକ "ମେଗା ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି l ଉକ୍ତ ରକ୍ତ ଦାନ ଶିବିର" ଅନୁଷ୍ଟିତ ହୋଇ ଯାଇଛି l ଉକ୍ତ ରକ୍ତଦାନ ଶିବିର ରେ ୧୦୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି l
Article Image
ଉକ୍ତ ରକ୍ତ ଦାନ ଶିବିର କୁ ମୂଖ୍ୟ ଅତିଥି ଭାବେ ଓଡ଼ିଶାର ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ୱାଇଁ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହିତ ୨୫ ଜଣ ହିତାଧିକାରୀଙ୍କୁ ରେସନ୍ କାର୍ଡ ବଣ୍ଟନ କରିଥିଲେ l ସମ୍ମାନିତ ଅତିଥି ଭାବେ ପାରାଦୀପ ପୌରାଧକ୍ଷ ଶ୍ରୀଯୁକ୍ତ ବସନ୍ତ ବିଶ୍ଵାଳ, ସରପଞ୍ଚ ଶ୍ରୀମତୀ ସସ୍ମିତା ବେହେରା, ସ୍ମାଇଲ ଚାରିଟେବୁଲ ଟ୍ରଷ୍ଟ, ର ସଭାପତି ଶ୍ରୀଯୁକ୍ତ ସଚିତ୍ର କୁମାର ରାଉତ, ବରିଷ୍ଟ ଆଇନଜୀବୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା, ମଣ୍ଡଳ ସଭାପତି ଗଗନ ବିହାରୀ ରାଉତ, ଚନ୍ଦ୍ର ଶେଖର ଚୌଧୁରୀ, ମା ରାମଚଣ୍ଡି ୟୁଥ୍ କ୍ଳବ୍ ର ରାଜେଶ ସାହୁ, ନୂଆ ସକାଳ ସାଂସ୍କୃତିକ ପରିଷଦ ର ସଭାପତି ସନ୍ଦୀପ ସାମଲ, ଅଲେଖ ମହାରଥା, ଜୟନ୍ତ ସେନାପତି, ଅନନ୍ତ ବିଶ୍ବାଳ, ଦେବ ଦୁର୍ଲ୍ଲଭ କର, ରମେଶ ଚନ୍ଦ୍ର ବେହେରା, ରୋଜାଲିନ ନାୟକ, ବିଚିତ୍ର ପ୍ରଧାନ, ପ୍ରଭାତ ସାହୁ, ପ୍ରକାଶ ପ୍ରଧାନ, ପ୍ରମୁଖ ଯୋଗଦେଇ ଏପରି ଜନହିତକର କାର୍ଯ୍ୟକ୍ରମ କୁ ସଫଳ କରିଥିଲେ l
6