ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବରିଷ୍ଠ ସାମ୍ବାଦିକ ଓ କ୍ରୀଡ଼ା ସଂଗଠକ ସୂର୍ଯ୍ୟକାନ୍ତ ମଲ୍ଲିକଙ୍କ ପରଲୋକ

କୁଜଙ୍ଗ , 21/09/2025, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ / କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
Article Image
କୁଜଙ୍ଗ ନିବାସୀ ବିଶିଷ୍ଟ କ୍ରୀଡା ସଂଗଠକ, କଳାକାର ତଥା ବରିଷ୍ଠ ସାମ୍ବାଦିକ ସୂର୍ଯ୍ୟକାନ୍ତ ମଲ୍ଲିକ(ଋଷିଆ)ଙ୍କ ୫୨ ବର୍ଷ ବୟସରେ ଇହଲୀଳା ସମ୍ବରଣ କରିଛନ୍ତି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତିରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ତାଙ୍କ ବିୟୋଗ
Article Image
ଖବର ପ୍ରଚାର ହେବା ମାତ୍ରେ କୁଜଙ୍ଗ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ଆଜି ସକାଳେ ନିମାଇଁ ନଗରସ୍ଥିତ ଗ୍ରାମ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇ ଥିବା ବେଳେ ମୃତୁ ଶଯ୍ୟା ନିକଟରେ ପିତା ଧ୍ରୁବଚରଣ ମଲ୍ଲିକ, ପତ୍ନୀ ରଶ୍ମିତା ମୁଦୁଲି, ଝିଅ ଆନି, ଭାଈ ବିଶ୍ଵନାଥ, ଶ୍ରୀକାନ୍ତ, ସୁଶାନ୍ତ ପ୍ରମୁଖ ଉପସ୍ଥିତି ଥିଲେ। ତାଙ୍କ ପରଲୋକ ଖବର ପାଇ ପୂର୍ବତନ ସାଂସଦ ଡାକ୍ତର କୁଳମଣି ସାମଲ, କୁଜଙ୍ଗ ଓକିଲ ସଂଘ ସଭାପତି ଏଏନ୍‌ଡି ଯାଦବ, ଆଥ୍ଲେଟିକ୍ କ୍ଲବ୍ ସଭାପତି ଦିଲୀପ ସାହୁ, ଏଏନ୍‌ଡି ଯାଦବ, ରମେଶ ଦାସ, ସୁଦର୍ଶନ ସ୍ବାଇଁ, ବିବେକାନନ୍ଦ ଦାସ, ମଞ୍ଜୁଲତା ରାଉତ, ନବ କୁମାର ସାହୁ, କେଶବ ରାଉତ, ଅଧୀର ରାଉତ, ବୈଷ୍ଣବ ଚରଣ ଦାସ, ରଜନୀକାନ୍ତ ଗୁରୁ, ପ୍ରଶାନ୍ତ ପଟ୍ଟନାୟକ, ସଞ୍ଜୟ ରାଉତ, ସରାଜ ସାହୁ, ରଞ୍ଜିତ ବିଶ୍ଵାଳ, ଅରୁ ପ୍ରସାଦ ମହାନ୍ତି, ସନ୍ତୋଷ ମଲ୍ଲ, ଭାରତ ଭୂଷଣ ଦାସ, ଅନନ୍ତ ଲେଙ୍କା, ସାଗର ପ୍ରଧାନ, ଚନ୍ଦ୍ରଶେଖର ଶତପଥୀ, ପ୍ରିୟରଞ୍ଜନ ଚୌଧୁରୀ, ଓସିଏ ଆମ୍ପାୟର ସଞ୍ଜୟ ପ୍ରଧାନଙ୍କ ସହ ଶହଶହ କ୍ରୀଡାବିତ, ସାମ୍ବାଦିକ, ମୁରବି ଓ ସଧାରଣ ଲୋକେ ସାମିଲ ହୋଇଥିଲେ। ସେହିପରି କୁଜଙ୍ଗ ପ୍ରେସ କ୍ଲବ୍ ପକ୍ଷରୁ ଶୋକପ୍ରକାଶ ପାଇଛି । ସଭାପତି ଡ. ରଘୁନାଥ ସାହୁଙ୍କ ଅଧ୍ଯକ୍ଷତା ସମ୍ପାଦକ ଦୁଷ୍ମନ୍ତ ମାଝୀ, ଯଜ୍ଞେଶ୍ୱର ଦଳାଇ, ରଞ୍ଜିତ କୁମାର ପଣ୍ଡା, ବରଦା ପ୍ରସନ୍ନ ବିଶ୍ଵାଳ, ରାମଦାସ ମହାନ୍ତି, ସୁଦର୍ଶନ ମଲ୍ଲ, ରଶ୍ମିରଞ୍ଜନ ଦାସ, ସନ୍ତୋଷ ବିଶ୍ଵାଳ ପ୍ରମୁଖ ଶେଷ ଦର୍ଶନ କରିବା ସହ ତାଙ୍କ ପରିବାରକୁ ସମବେଦନା ଜଣାଇଥିଲେ।
4