ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ନିଶାମୁକ୍ତ ଭାରତ ଗଠନ ନିମନ୍ତେ ମାରାଥନ ଦୌଡ଼ ଅନୁଷ୍ଠିତ ।

ଢ଼େଙ୍କାନାଳ, 22/09/2025, ଉତ୍କଳ voice news - utkalvoicenews.com( ଶୁଭମ୍ ପାଣି ଙ୍କ ରିପୋର୍ଟ ) :
Article Image
ନିଶାମୁକ୍ତ ଭାରତ ଗଠନ ନିମନ୍ତେ ଆଜିସକାଳ ୭ ଘଟିକା ସମୟରେ ଢ଼େଙ୍କାନାଳରେ ଏକ ସଚ଼େତନତା ମାରାଥନ ଦୌଡ଼ ଅନୁଷ୍ଠିତ ହୋଇ ଯାଇଛି । ମହିଷାପାଟ ସ୍ଥିତ ବହୁମୂଖୀ ଆଶ୍ରୟସ୍ଥଳ ଠାରୁ ଆରମ୍ଭ ହୋଇଥିବା ଏହି ମାରାଥନ ଦୌଡ଼କୁ ଆଇ. ଏ.ଏସ. (ପ୍ରୋବେସନ) ଭଗତ ସାମଲ କଲ୍ୟାଣ ରାଓ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ଦୌଡ଼ ଶୁଭାରମ୍ଭ ସମୟରେ ସଦର ଉପ ଜିଲ୍ଲାପାଳ ଶ୍ରୀ ବିବୁଧ ଗଡ଼ନାୟକ, କ୍ରୀଡା ଅଧିକାରୀ ଶ୍ରୀ ସୁଦୀପ୍ତ କୁମାର ସାହୁ, ଜିଲ୍ଲା ପରିଷଦର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଆଶିଷ ରଂଜନ ସାହୁ ପ୍ରମୁଖ ଉପସ୍ଥିତ ରହି ଦୌଡ଼ାଳିମାନଙ୍କୁ ଉତ୍ସାହିତ କରିଥିଲେ । ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ୫୦୦ରୁ ଉର୍ଦ୍ଧ୍ଵ ଛାତ୍ର ଛାତ୍ରୀ ଏହି ମାରାଥନ ଦୌଡ଼ରେ ସ୍ୱୟଂକ୍ରିୟା ଯାନ ଚାଳନା ପରୀକ୍ଷଣ କେନ୍ଦ୍ର,ମହିଷାପାଟ ପର୍ଯ୍ଯନ୍ତ ଯାଇ ପୁନଶ୍ଚ ବହୁମୂଖୀ ଆଶ୍ରୟ ସ୍ଥଳଠାରେ ପହଞ୍ଚିଥିଲେ ।
3