ଢେଙ୍କାନାଳ, 22/09/2025, ଉତ୍କଳ voice news - utkalvoicenews.com ( ଶୁଭମ୍ ପାଣି ଙ୍କ ରିପୋର୍ଟ ) :

ଢେଙ୍କାନାଳର ବିଶ୍ୱ ପ୍ରସିଦ୍ଧ ଗଜ ଲକ୍ଷ୍ମୀ ପୂଜା ପ୍ରରିପ୍ରେକ୍ଷୀରେ ଜାତୀୟ ସ୍ତରୀୟ ପଲ୍ଲିଶ୍ରୀ ମେଳା ଆୟୋଜନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଶ୍ରୀ ଆଶିଷ ଈଶ୍ୱର ପାଟିଲଙ୍କ ଅଧ୍ୟକ୍ଷତାରେ 20/09/25 ରିଖରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହେଇଯାଇଛି l ବୈଠକରେ ଯୋଗଦେଇ ଜିଲ୍ଲାପାଳ କିଭଳି ଏହି ଜାତୀୟ ସ୍ତରୀୟ ପଲ୍ଲିଶ୍ରୀ ମେଳା ସୁରୁଖୁରୁରେ ଅନୁଷ୍ଠିତ ହେବା ସେ ନେଇ ସମ୍ପୃକ୍ତ ବିଭାଗର ସହଯୋଗ କାମନା କରିଥିଲେ l ଏହି ବର୍ଷ ପଲ୍ଲିଶ୍ରୀ ମେଳା, ମହିଷାପାଟ ସ୍ଥିତ ପଡିଆରେ ଅକ୍ଟୋବର 8 ତାରିଖ ରୁ ଆରମ୍ଭ ହୋଇ ଅକ୍ଟୋବର 14 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ l ଏହି ମେଳା ସକାଳ 10 ଘଟିକା ରୁ ସଂଧ୍ୟା 10 ଘଟିକା ପର୍ଯ୍ୟନ୍ତ ଚାଲିବ l ଏହି ମେଳା ରେ ଏହି ବର୍ଷ 30 ଜିଲ୍ଲାର ବ୍ୟବସାୟୀଙ୍କ ସମେତ ବାହାର ରାଜ୍ୟର ବ୍ୟବସାୟୀ ମଧ୍ୟ ସାମିଲ ହେଉଛନ୍ତି l ମୋଟ 200 ଟି ଷ୍ଟଲ ଏହି ବର୍ଷ ମେଳରେ ନିର୍ମାଣ କରାଯିବ l ମେଳର ସୁରକ୍ଷା ଦୃଷ୍ଟିକୋଣରୁ ଏହାର ଇନ୍ସୁରାନ୍ସ ମଧ୍ୟ କରାଯାଉଛି l ଏଥିସହିତ ଲୋକଙ୍କ ସୁବିଧା ପାଇଁ ଅସ୍ଥାୟୀ ଶୌଚାଳୟ, ମୁଦ୍ରା ଉଠାଣ କେନ୍ଦ୍ର, ଅଗ୍ନି ନିରାପତ୍ତା ବ୍ୟବସ୍ଥା ଓ ପାନୀୟ ଜଳର ସୁବନ୍ଦୋବସ୍ତ କରାଯିବ l ଏଥିସହିତ ଲୋକମାନେ ଏଥର ଖାଦ୍ୟ ଷ୍ଟଲରେ ଓଡିଶାର ପାରମ୍ପରିକ ଖାଦ୍ୟ ସହ ବାହାର ରାଜ୍ୟର ଖାଦ୍ୟର ମଜା ନେଇପାରିବେ l
ଏହି ବୈଠକରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଭିନଵ ସୋନକର, ଆଇଏଏସ ପ୍ରୋବେଶନର ଭଗତ ସାମଲ କଲ୍ୟାଣ ରାଓ, ଅତରିକ୍ତ ଜିଲ୍ଲାପାଳ ( ସାଧାରଣ ) ଶ୍ରୀ ରମେଶ ଚନ୍ଦ୍ର ସେଠି, ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ବ ) ଶ୍ରୀ ଲଳିତ ମୋହନ ବେହେରା, ଉପ ଜିଲ୍ଲାପାଳ ଶ୍ରୀ ବିବୁଧ ଗଡ଼ନାୟକ, ଜିଲ୍ଲାପରିଷଦ ଅତରିକ୍ତ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଆଶିଷ ରଞ୍ଜନ ସାହୁ ଓ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଯୋଗଦେଇଥିଲେ l