ରାହାମା, 22/09/2025, ଉତ୍କଳ voice news - utkalvoicenews.com( ରାହାମା ରୁ ଦେବାଶିଷ ମହାନ୍ତି ଙ୍କ ରିପୋର୍ଟ ) :

ସାଇଲୋ ପଞ୍ଚାୟତ ଯୁବ ସରପଞ୍ଚ ସରୋଜ କୁମାର ସେଠି ଅଳ୍ପ ଦିନ ଭିତରେ ସାଇଲୋ ପଞ୍ଚାୟତ ହେଉକି କୁଜଙ୍ଗ ବ୍ଲକ, ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀ ଅତି କମ ବୟସରେ ସଠିକ ଭାବେ ସମାଜ ପାଇଁ ନିଜକୁ ଉତ୍ସର୍ଗୀତ କରି ଦକ୍ଷ ସରପଞ୍ଚ ଭାବରେ ନିଜର ରାଜନୈତିକ କର୍ମ କ୍ଷେତ୍ରରେ ନିଜର ପରିଚୟ ସୃଷ୍ଟି କରିଥିବା ରୁ ( ସରୋଜ ସେଠି )ଅକାଳ ବିୟୋଗ ରେ ଦୁଃଖିତ ଓ ଗଭୀର ଭାବେ ମର୍ମାହତ ହୋଇ ଜଗତସିଂହପୁର ମାନ୍ୟବର ସାଂସଦ ଡ଼ ବିଭୁ ପ୍ରସାଦ ତରେଇ ସ୍ବର୍ଗତ ସରପଞ୍ଚ ଙ୍କ ବାସ ଭବନ ତେରମାଣ ପୁର (ମଠସାହି ) ପହଞ୍ଚି ଏକ ମାତ୍ର ପୁତ୍ର କୁମାର ଆରିୟନ, ଧର୍ମ ପତ୍ନୀ ମାନସ ମଞ୍ଜରୀ ସେଠି ଓ ପରିବାର ବର୍ଗ ଙ୍କୁ ଭେଟି ଅସୀମ ଧର୍ଯ୍ୟ ଓ ଶକ୍ତି ପ୍ରଦାନ ନିମନ୍ତେ ସାହସ ଦେଇଥିଲେ ଏବଂ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥୀଲେ। ଶୋକସନ୍ତପ୍ ପରିବାର କୁ ଭେଟିବାକୁ ସ୍ଥାନୀୟ ଅଞ୍ଚଳ ର ଲୋକ ମାନେ ଉପସ୍ଥିତ ଥିଲେ ସାଇଲୋ ସମାଜ ସେବୀ ଡ଼ ସୁନାକାର ବେହେରା, ସମବାୟ ସମିତି ସଭାପତି ପ୍ରଦୀପ ବେଉରା, ସାଂସଦ ଙ୍କ ପ୍ରତିନିଧି ସ୍ମୁତି ରଞ୍ଜନ ବେହେରା, ପଙ୍କପାଳ ସରପଞ୍ଚ ସରୋଜ ସେଠି,ରାହାମା ବଣିକ ସଙ୍ଘ ଉପସଭାପତି ସରୋଜ କୁମାର ଦାସ,ସାମ୍ୱାଦିକ ଶ୍ରୀକାନ୍ତ ଦାସ,ଆଇନ ଜିବୀ କିଶୋର ସ୍ୱାଇଁ, ଶିକ୍ଷକ ଦିଲ୍ଲୀପ ସ୍ୱାଇଁ, କୃଷକ ନେତା ସନ୍ତୋଷ ବେହେରା, ଯୁବ ସଙ୍ଘଠକ ସୌଭାଗ୍ୟ ରଞ୍ଜନ ନାୟକ, ଅନ୍ତର୍ଯାମୀ ଦାସ, ମହେଶ୍ୱର ଦାସ ଉପସ୍ଥିତ ରହିଥିଲେ। ମାନ୍ୟବର ସାଂସଦ ଶୋକ ସନ୍ତପ ପରିବାର ପ୍ରତି ଓ ଏକ ମାତ୍ର ପୁତ୍ର ଭବିଷ୍ୟତରେ ଆଶ୍ରିବାଦ ଦେବା ସହିତ ଆଗାମୀ ଦିନରେ ତାଙ୍କ ପରିବାର ପ୍ରତି ସହଯୋଗ ପାଇଁ ଦୃଢ ପ୍ରତିଶୃତି ଦେଇଥିଲେ