ବୁଗୁଡ଼ା, 22/09/2025, ଉତ୍କଳ voice news - utkalvoicenews.com( ସୋରେନ କୁମାର ପ୍ରଧାନ ) :
ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଖୋଳଖାଳି ଗ୍ରାମ ନିକଟ ବାଙ୍କେଶ୍ୱରୀ ମନ୍ଦିର ର ଚୋରୀ ହୋଇଛି l ମନ୍ଦିର ର ମୁଖ୍ୟ ଫାଟକ ର ତାଲା ଭାଙ୍ଗି ମନ୍ଦିର ଭିତରେ ପଶି ବାସନକୁସନ ଏବଂ କିଛି ସାମଗ୍ରୀ ସହ ହୁଣ୍ଡୀ ଭାଙ୍ଗି ଟଙ୍କା ଚୋରୀ କରିଛନ୍ତି ଦୂର୍ବୁନ୍ତ l ମନ୍ଦିର ପୂଜକ ମନ୍ଦିର ର ତାଲା ଭଙ୍ଗା ଯାଇଥିବା ଏବଂ ସାମଗ୍ରୀ ଚୋରୀ ଯାଇଥିବା ଦେଖି ମନ୍ଦିର କମିଟିକୁ ଖବର ଦେଇଥିଲେ l ମନ୍ଦିର କମିଟି ପୋଲିସ କୁ ଖବରଦେବାପରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି। ସେହି ଭଳି ପାଙ୍ଗିଡି ଗ୍ରାମର କିଛି ଦୋକାନରୁ ମଧ୍ୟ ଚୋରୀ ହୋଇଥିବା ସୂଚନା ମିଳିଛି।