ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସେଣ୍ଟ ଜାଭିୟର ହାଇସ୍କୁଲର ନୂତନ ପରିଚାଳନା ସମିତି ଗଠିତ

କୁଜଙ୍ଗ / ଅଗପାଳ , 22/09/2025, ଉତ୍କଳ voice news - utkalvoicenews.com( ଜିଲ୍ଲା ପ୍ରତିନିଧି ନୃସିଂହ ଚରଣ ମଲ୍ଲିକ ଙ୍କ ରିପୋର୍ଟ ) :
Article Image
କୁଜଙ୍ଗ ବ୍ଲକ୍ ଅନ୍ତର୍ଗତ ଅଗପାଳ ପଞ୍ଚାୟତ ଅଧୀନ ପରମାନନ୍ଦପୂର୍ କଟକ-ପାରାଦୀପ ରାସ୍ତା ପାର୍ଶ୍ଵରେ ଗଢି ଉଠିଥିବା ସେଣ୍ଟ ଜାଭିୟର ହାଇସ୍କୁଲ୍ ର ନୂତନ ପରିଚାଳନା ଗଠନ ନିମନ୍ତେ ବିଦ୍ୟାଳୟର ଲୋକସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ସୁଶାନ୍ତ କୁମାର ସ୍ଵାଇଁ ଙ୍କ ଅବାହିତରେ ଏକ ବୈଠକ ସେଣ୍ଟ ଜାଭିୟର ହାଇ ସ୍କୁଲ୍ କାଯ୍ୟଳୟ ରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବିଦ୍ୟାଳୟର ନୂତନ ପରିଚାଳନା ସମିତି ଗଠନ ଓ ବିଦ୍ୟାଳୟର ଅଧ୍ୟୟନରତ ଛାତ୍ର ଛାତ୍ରୀ ,ଶିକ୍ଷକ ଓ ଶିକ୍ଷୟିତ୍ରୀ ତଥା ଅନ୍ୟାନ୍ୟ କର୍ମଚାରି ଓ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ପାଇଁ ବିଷାଦ ଭାବରେ ବୈଠକରେ ଆଲୋଚନା ହେବା ସହିତ ନୂତନ ପରିଚାଳନା କମିଟି ଗଠନର ରୁପରେଖ ନିମ୍ନ ପ୍ରକାର ସ୍ଥିର କରାଯାଇଥିଲା। ବିଦ୍ୟାଳୟ ର ଏକ ସ୍ଥାୟୀ କମିଟି ଗଠନ କରାଗଲା ।ଅନୁଷ୍ଠାନର ଚେୟାରମ୍ୟାନ ପଦବୀରେ ଡକ୍ଟର ସୁନାକର ବେହେରା ,ଡାଇରେକ୍ଟର କ୍ୟାପଟେନ ସଞ୍ଜୀବ କୁମାର ମୁଦୁଲି ,ଉପ ଚେୟାରମ୍ୟାନ ପଦବୀରେ ବିପିନ୍ ବିହାରୀ ବିଶ୍ବାଳ , ଆସିଷ୍ଟାଣ୍ଟ ଡାଇରେକ୍ଟର ଶ୍ରୀଯୁକ୍ତ ରଘୁନାଥ ମହାପାତ୍ର , ଟ୍ରେଜେରିଅର୍ ଶ୍ରୀଯୁକ୍ତ ଦେବାଶିଷ କଣ୍ଠ, ସମ୍ପାଦକ ଲୋକସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ସୁଶାନ୍ତ କୁମାର ସ୍ଵାଇଁ ,ସହ ସମ୍ପାଦକ ଶ୍ରୀଯୁକ୍ତ ପ୍ରତାପ ବେହେରା ଓ ଅନ୍ୟାନ୍ୟ ସଭ୍ୟ ଶ୍ରୀଯୁକ୍ତ ଦୀପକ କୁମାର ସାମନ୍ତରାୟ,ଶ୍ରୀଯୁକ୍ତ ଶ୍ୟାମ ସୁନ୍ଦର ନାୟକ,ଶ୍ରୀଯୁକ୍ତ ଅରବିନ୍ଦ ସେଠି,ଶ୍ରୀଯୁକ୍ତ ସଞ୍ଜୟ କୁମାର ଦାସ, ଶ୍ରୀଯୁକ୍ତ ଶାରଦା ପ୍ରସାଦ ମହାପାତ୍ର,ଶ୍ରୀମତୀ ସସ୍ମିତା ବିଶ୍ଵାଳ, ଜ୍ଞାନୀ, ଗୁଣୀ , ବିଦ୍ୱାନ ବ୍ୟକ୍ତିତ୍ୱ ଦ୍ଵାରା ଆଜିର ନୂତନ ପରିଚାଳନା ସମିତି ଗଠନ କରାଯାଇଥିଲା। ଏଥି ସହିତ ବିଦ୍ୟାଳୟ ର ଉତ୍ତରୋତର ଉନ୍ନତି ପାଇଁ ଏକ ଶୈକ୍ଷିକ ଶିକ୍ଷା କମିଟି ଗଠନ କରାଯାଇଥିଲା ।ବିଦ୍ୟାଳୟର ହିତ ଦୃଷ୍ଟିରୁ ପୂର୍ବତନ ଶିକ୍ଷାବିତ୍ ଶ୍ରୀଯୁକ୍ତ ବାନମ୍ବର୍ ଶତପଥୀ, ଇଞ୍ଜିନିୟର ସୁଧାକର ମନ୍ତ୍ରୀ,ସମାଜ ସେବୀ ଆର୍ଯ୍ୟ ରଂଜନ ମହାପାତ୍ରଙ୍କୁ ବିଦ୍ୟାଳୟର ଉପଦେଷ୍ଟା ମଣ୍ଡଳୀରେ ସ୍ଥାନିତ କରାଯାଇଥିବାର ବୈଠକରେ ଉପସ୍ଥାପନା କରାଗଲା । ସେଣ୍ଟ ଜାଭିୟର ବିଦ୍ୟାଳୟକୁ ଆପଣାଇ ନେବା ପାଇଁ ସମସ୍ତେ ମନ ଓ ପ୍ରାଣ ରେ କାର୍ଯ୍ୟ କରିବା ପାଇଁ ମଧ୍ୟ ଆଜିର ବୈଠକ ରେ ମତ ପ୍ରକାଶ ପାଇଥିଲା।ଶେଷରେ ଅଧ୍ୟକ୍ଷ ଶ୍ରୀଯୁକ୍ତ ମାନସ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିବା ସହିତ ସଭା ସାଙ୍ଗ କରିଥିଲେ
4