ରାୟଗଡ଼ା / କୁମ୍ଭିକୋଟା / ପିଚୁଡ଼ି କଲୋନୀ, 22/09/2025, ଉତ୍କଳ voice news - utkalvoicenews.com( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :
ରାୟଗଡ଼ା ବ୍ଳକ୍ କୁମ୍ଭିକୋଟା ପଞ୍ଚାୟତ ଅନ୍ତର୍ଗତ ପିଚୁଡ଼ି କଲୋନୀ ଗ୍ରାମବାସୀ ପାଣି ପାଇଁ ରାସ୍ତା ରେ ହାଣ୍ଡି ମଠିଆ ବାଲଟି ରଖି ରାସ୍ତା ଅବରୋଧ କରି ରାସ୍ତା ରୋକ କରିଛନ୍ତି। ଗ୍ରାମବାସୀ ମାନେ କହିବା ଅନୁଯାୟୀ ପ୍ରଶାସନ ତାଙ୍କ ଗ୍ରାମରେ ପାଣି ସମସ୍ୟା ସମାଧାନ କରିବା ପାଇଁ ଉଚିତ ପଦକ୍ଷେପ ନେଉ ନାହାନ୍ତି। ଯଦ୍ୱାରା କି ପିଚୁଡି କଲୋନୀ ଗ୍ରାମବାସୀ ଦୀର୍ଘ ଦିନ ହେଲା ଝରଣାର ଦୂଷିତ ପାଣି ପିଇବା ପାଇଁ ବ୍ୟବହାର କରି ନାନା ରୋଗରେ ପୀଡିତ ହେଉଛନ୍ତି। ତାଙ୍କ ଗ୍ରାମରେ ଦୁଇଟି ଅକାମୀ ନଳ କୁପ ଅଛି, ସେହି ନଳ କୂପ ଗୁଡ଼ିକ ଦୀର୍ଘ ଦିନ ହେଲା ଖରାପ ହେଇ ପଡ଼ିଛି ଉକ୍ତ ଅଞ୍ଚଳ ର ସରପଞ୍ଚ ଗୋପାଳ ଙ୍କୁ ନଳ କୂପ ତିଆରି କରିବା ପାଇଁ ଅନୁରୋଧ କରିଥିଲେ, ସରପଞ୍ଚ ଗୋପାଳ ତିଆରି କରିବା ପାଇଁ କୌଣଷି ଉଚିତ ପଦକ୍ଷେପ ନେଉ ନ ଥିବାରୁ ଗ୍ରାମରେ ପାଣିର ଅଭାବ ଦେଖାଦେଇଛି। ଗ୍ରାମ ବାସୀମାନେ ବାଧ୍ୟ ହୋଇ ଦୂଷିତ ଗୋଳିଆ ଝରଣା ପାଣି ବ୍ୟବହାର କରି ରୋଗାକ୍ରାନ୍ତ ହେଉଥିବା ଶୁଣିବାକୁ ମିଳିଛି। ପାଣିର ସମସ୍ୟା ଦୂର କରିବା ନିମନ୍ତେ ପ୍ରଶାସନ ପକ୍ଷରୁ
କୌଣସି ପଦକ୍ଷେପ ନେଉ ନ ଥିବା ଯୋଗୁଁ ପିଛୁଡ଼ି ଗ୍ରାମର ମହିଳା ପୁରୁଷ ଛୋଟ ପିଲା ମାନେ ହାଣ୍ଡି ମାଠିଆ ରାସ୍ତା ରେ ରଖି ବାଧ୍ୟ ହୋଇ ରାସ୍ତା ରୋକ କରିଛନ୍ତି। ରାସ୍ତା ରୋକ ଯୋଗୁଁ 326 ଜାତୀୟ ରାଜପଥ ର ଉଭୟ ପାର୍ଶ୍ଵ ରେ ଶହ ଶହ ଯାନବାହାନ ଠିଆ ହୋଇ ଥିବା ଦେଖିବାକୁ ମିଳିଛି।