ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଅଜଣା ଗାଡି ଧକ୍କାରେ ଜଣେ ବାଇକ୍ ଆରୋହୀ ମୃତ

ରାୟଗଡ଼ା / ମୁନିଗୁଡ଼ା / ବୁର୍ଜୁଗୁଡା, 22/09/2025, ଉତ୍କଳ voice news - utkalvoicenews.com( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :
Article Image
ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଥାନା ଅନ୍ତର୍ଗତ ହାଟ ମୁନିଗୁଡ଼ା ପଞ୍ଚାୟତର ବୁର୍ଜୁଗୁଡା ନିକଟସ୍ଥ ପେଟ୍ରୋଲ ପମ୍ପ ପାଖରେ ଦୁଇ ଶହ ମିଟର ଦୁରରେ ବନ୍ଧୁ ଗୁଡା ଗ୍ରାମର କାର୍ତ୍ତିକ ଡୁଙ୍ଗା ଙ୍କ, ପୁଅ ପ୍ରଧାନ ଡୁଙ୍ଗା ବୟସ ୩୫ ବର୍ଷ ବାଇକ୍ ରେ ଯାଉଥିବା ବେଳେ ଏକ ଅଜଣା ଗାଡି ଧକ୍କାରେ ପିଟି ହୋଇ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡିଛି। ଏନେଇ ଗ୍ରାମବାସୀମାନେ ରାଜରାସ୍ତା ଅବରୋଧ କରିଥିଲେ।
Article Image
ଖବର ପାଇ ମୁନିଗୁଡ଼ା ଆଇଆଇସି ସୈଦାମିନି ବେହେରା ଓ ଷ୍ଟାଫ୍ ଘଟଣାସ୍ଥଳରେ ପହଞ୍ଚି ମୃତ୍ୟୁକ ଙ୍କ ପରିବାର ଲୋକମାନଙ୍କୁ ବୁଝାସୁଝା କରିବା ପରେ ରାସ୍ତା ରୋକ ହଟିଥିଲା ଓ ସବକୁ ବ୍ୟବଛେଦ ପାଇଁ ମୁନିଗୁଡ଼ା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଥିବା ଜଣାପଡିଛି।
Article Image
16