ଢେଙ୍କାନାଳ, 22/09/2025, ଉତ୍କଳ voice news - utkalvoicenews.com( ଢ଼େଙ୍କାନାଳ ରୁ ଶୁଭମ୍ ପାଣି ଙ୍କ ରିପୋର୍ଟ ) :
20 ଲକ୍ଷ ଢେଙ୍କାନାଳ ବାସୀଙ୍କ ସ୍ୱାସ୍ଥ୍ୟର ମୁଖ୍ୟ ଚିକିତ୍ସାଳୟ ସାମ୍ନାରେ ଆମ୍ ଆଦମୀ ପାର୍ଟି ପକ୍ଷରୁ ଗତ ସେପ୍ଟେମ୍ବର 15 ତାରିଖ ଠାରୁ ଚାଲିଥିବା ଆନ୍ଦୋଳନକୁ ଜିଲ୍ଲା ପ୍ରଶାସନ ଉପେକ୍ଷା କରି କୁମ୍ଭକର୍ଣ ନିଦ୍ରାରେ ଶୋଇଛି l ସରକାରଙ୍କୁ ମଧ୍ୟ ଅବଗତ କରାଯାଇଛି l ସେ ବି କୁମ୍ଭକର୍ଣ୍ଣ ନିଦ୍ରାରେ l ଏହି ଅପାରଗ ପ୍ରଶାସନ ଏବଂ ସରକାରଙ୍କୁ ଜଗାଇବା ପାଇଁ ଆସନ୍ତା ସେପ୍ଟେମ୍ବର 24 ତାରିଖ ବୁଧବାର ସକାଳ 10 ଘଟିକା ସମୟରେ ମେଡିକାଲ ଠାରୁ ଏକ ପଟୁଆରରେ ଘଣ୍ଟ ଏବଂ ଥାଳି ବଜାଇ ଜିଲ୍ଲାପାଳଙ୍କ ଅଫିସ ଯାଇ ଜିଲ୍ଲା ପ୍ରଶାସନକୁ କୁମ୍ଭକର୍ଣ୍ଣ ନିଦ୍ରାରୁ ଉଠାଯିବ l ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ସେବା ସ୍ୱାର୍ଥ ନିମିତ୍ତ ଏହି କାର୍ଯ୍ୟକ୍ରମରେ ସମସ୍ତ ଜିଲ୍ଲାବାସୀ ଯୋଗ ଦେବାପାଇଁ ଅନୁରୋଧ l*