ଢେଙ୍କାନାଳ, 22/09/2025, ଉତ୍କଳ voice news - utkalvoicenews.com ( ଶୁଭମ୍ ପାଣି ଙ୍କ ରିପୋର୍ଟ ) :
ରାଧାକୃଷ୍ଣନ ବଜାର ସ୍ଥିତ ନବରାତ୍ର ଦୁର୍ଗା ପୂଜା କମିଟି ପକ୍ଷରୁ ନବ ରାତ୍ରୀ ପୂଜା ପାଳିତ ହୋଇଯାଇଛି । ଆଜି ଠାରୁ ଆରମ୍ଭ ହୋଇ ୧/୧୦/୨୦୨୫ ଦିନ ପୂର୍ଣ୍ଣାହୁତି ହେବା ।
୨/୧୦/୨୦୨୫ ଦିନ ବିଜୟା ଦଶମୀ ପୂଜା କରାଯିବା। ଏହି ଉପଲକ୍ଷେ ପ୍ରାତଃ ରୁ କଳସ ଯାତ୍ରା କରାଯାଇ ଅଧିବାସ ପୂଜା ଆରମ୍ଭ ହୋଇଥିଲା। ମା ଙ୍କୁ ଚକ୍ଷୁ ଦାନ ,ଷୋଡ଼ଶ ଉପଚାରରେ ପୂଜା କରାଯାଇ ଅଗ୍ନି ସ୍ଥାପନ କରା ଯାଇଥିଲା। ପ୍ରତେକ ଦିନ ସୂର୍ଯ୍ୟ ପୂଜା ମା ଙ୍କ ର ନୀତି ପୂଜା ,ଚଣ୍ଡୀପାଠ , ସପ୍ତ ଚଣ୍ଡିରେ ଆହୁତି ଓ ସନ୍ଧ୍ୟା ସମୟରେ ୧୦୮ ଆଳତି କରାଯିବ । ମା ଙ୍କ ପାଖରେ ନିତି ଭୋଗ ଲାଗି କରାଯିବ। ରାଧା କୃଷ୍ଣ ବଜାର ପୂଜା କମିଟି ର ସମସ୍ତ କର୍ମ କର୍ତ୍ତା ଙ୍କ ଉପସ୍ଥିତି ରେ ଏହି ପୂଜା ଅର୍ଚ୍ଚନା ଚାଲିଛି।