ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବିପ୍ଳବଙ୍କର ସ୍ମାରକୀ ସଭା

ଏରସମା / ପଦ୍ମପୁର, 22/09/2025, ଉତ୍କଳ voice news - utkalvoicenews.com( ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ପଦ୍ମପୁର ଗ୍ରାମର ସମାଜସେବୀ ଦାମୋଦର ବେହେରାଙ୍କର ସୁପୁତ୍ର ବିପ୍ଳବ ବେହେରାଙ୍କ ଦଶାହ ଅବସରରେ ଆଞ୍ଚଳିକ ପୂଜ୍ୟ ପୂଜାସଂସଦ ଓ ବାଜିରାଉତ ସ୍ମାରକୀ କ୍ଲବ ତରଫରୁ ସାମ୍ବାଦିକ ଅରୁଣ କୁମାର ବେହେରାଙ୍କ ତତ୍ତ୍ୱାବଧାନରେ ଓ ପୂଜ୍ୟ ପୂଜା ସଂସଦ ସଭାପତି ପଣ୍ଡିତ ନାଗୁଚରଣ ଦେବତାଙ୍କ ସଭାପତିତ୍ୱରେ ଏକ ସ୍ମାରକୀ ସଭା ଅନୁଷ୍ଠିତ ହୋଇଯାଇଛି l ମାତ୍ର ବତିଶ ବର୍ଷ ବୟସରେ ବିଜ୍ଞାନ ଶିକ୍ଷକ ଭାବେ ଜୁନାଗଡ଼ରେ ଅବସ୍ଥିତି ନେଇଥିବା ବିପ୍ଳବଙ୍କର ଅକାଳ ମୃତ୍ୟୁ ହୋଇଥିବାରୁ ସମସ୍ତ ପରିବାର ଅଞ୍ଚଳବାସୀ ତଥା ଆତ୍ମୀୟ ସ୍ୱଜନଗଣ ବତିଶଟି କ୍ୟାଣ୍ଡେଲ ଓ ବତିଶଟି ପ୍ରଦୀପ ଜାଳି ଆତ୍ମାର ସଦଗତି କାମନା କରିଥିଲେ l ସ୍ମାରକୀ ସଭାରେ ସମ୍ମାନିତ ଅତିଥିଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନିମାଇଁ ଚରଣ ମଲ୍ଲିକ, ସମାଜସେବୀ ଶଶୀଭୁଷଣ ସ୍ୱାଇଁ, ଡକ୍ଟର ବସନ୍ତ ମଞ୍ଜରୀ ଦାସ, ଜିଲ୍ଲାପରିଷଦ ସଭ୍ୟା ରାନୀ ଟୁଡୁ, ପ୍ରଧାନ ଶିକ୍ଷୟିତ୍ରୀ ଅନିମା ମହାନ୍ତି, ସାମ୍ବାଦିକ ତୃପ୍ତି ରଞ୍ଜନ ମହାନ୍ତି, ସାମ୍ବାଦିକ ଶ୍ରୀଯୁକ୍ତ ସ୍ମୃତିରଞ୍ଜନ ମହାନ୍ତି, ସରପଞ୍ଚ ପ୍ରତିଭା ପlତ୍ର, ଆଞ୍ଚଳିକ ପୂଜ୍ୟ ପୂଜା ସଂସଦ ଅଧ୍ୟକ୍ଷ ଯଯାତି କେଶରୀ ସାମନ୍ତରାୟ, ଧଡି ଚରଣ ବେହେରା, ଶ୍ରୀଯୁକ୍ତ ପ୍ରଣବ ଗିରି, କେଶବ ଚନ୍ଦ୍ର ପାତ୍ର ପ୍ରମୁଖ ବିପ୍ଳବଙ୍କ ସମ୍ପର୍କରେ ବିଶଦ ଆଲୋଚନା ପୂର୍ବକ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ଈଶ୍ୱରଙ୍କୁ ପ୍ରାର୍ଥନା କରିଥିଲେ l
Article Image
5