ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସୁସ୍ଥ ସମାଜ ପାଇଁ ଆୟୁର୍ବେଦ ଲୋକାଭିମୁଖୀ ହେବା ଆବଶ୍ୟକ - ଦିଶା ଆୟୁର୍ବେଦ

ଭୁବନେଶ୍ଵର, 23/09/2025, ଉତ୍କଳ voice news - utkalvoicenews.com( ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ବିଶ୍ଵର ସର୍ବଶ୍ରେଷ୍ଠ ଓ ସର୍ବ ପୁରାତନ ଚିକିତ୍ସା ପଦ୍ଧତି ଆୟୁର୍ବେଦ । ଆୟୁର୍ବେଦ ଶାସ୍ତ୍ର କୁହେ - ସଂସାରରେ ଏମିତି କୌଣସି ରୋଗ ନାହିଁ ଯାହା ଆୟୁର୍ବେଦରେ ଭଲ ହେବ ନାହିଁ ତଥା ସଂସାରରେ ଏମିତି କୌଣସି ବୃକ୍ଷଲତା ନାହିଁ ଯାହାର ଔଷଧୀୟ ଗୁଣ ନାହିଁ । କିନ୍ତୁ ଦୁଃଖ ଏବଂ ପରିତାପର ବିଷୟ ଏହିକି ଯେ - ବର୍ତ୍ତମାନର ସମାଜ ଓ ଛାତ୍ରଛାତ୍ରୀ ଆୟୁର୍ବେଦ ସମ୍ବନ୍ଧରେ ଅନଭିଜ୍ଞ । ଏହି କ୍ରମରେ ଓଡିଶାର ଅନନ୍ୟ ଆୟୁର୍ବେଦିକ୍ ଔଷଧ ନିର୍ମାଣକାରୀ ସଂସ୍ଥା "ଦିଶା ଆୟୁର୍ବେଦ " ର ପ୍ରବନ୍ଧ ନିର୍ଦ୍ଦେଶକ ଓ ବିଶିଷ୍ଟ ଆୟୁର୍ବେଦ ଚିକିତ୍ସକ ଡାକ୍ତର ଦେବଦତ୍ତ ସାମନ୍ତରାୟ ଓଡ଼ିଶାର ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ. ମୁକେଶ ମହାଲିଙ୍ଗ୍ ମହୋଦୟଙ୍କୁ ସାକ୍ଷାତ କରି ଆୟୁର୍ବେଦର ପ୍ରଚାର , ପ୍ରସାର ଓ ଆୟୁର୍ବେଦ କୁ ଲୋକାଭିମୁଖୀ କରିବାପାଇଁ ପ୍ରତ୍ୟେକ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ସ୍ତରରେ ସାପ୍ତାହିକ କିମ୍ବା ମାସିକ ଏକ କାଳାଂଶ ସ୍ଥାନୀୟ ଆୟୁଷ ଡାକ୍ତରଙ୍କ ଦ୍ୱାରା ଶିକ୍ଷା ଦିଆଗଲେ ଆୟୁର୍ବେଦ ପ୍ରତି ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଉତ୍ସାହ ଏବଂ ଆୟୁର୍ବେଦକୁ ଲୋକାଭିମୁଖୀ କରିବା ପାଇଁ ସହାୟକ ହୋଇପାରନ୍ତା ବୋଲି ଏକ ଲିଖିତ ପ୍ରସ୍ତାବ ମାଧ୍ୟମରେ ନିବେଦନ କରିଛନ୍ତି। ଏହି ସାକ୍ଷାତ ସମୟରେ ଓଡିଶାର ଆୟୁଷ ଡାକ୍ତରମାନଙ୍କର ସମସ୍ୟାର ସମାଧାନ ତଥା ଓଡିଶାରେ ଆୟୁର୍ବେଦ ଶିକ୍ଷାର ଉନ୍ନତି ପାଇଁ ବିଭିନ୍ନ ଜିଲ୍ଲା ମାନଙ୍କରେ ଆୟୁର୍ବେଦ କଲେଜ ଖୋଲିବା ଦିଗରେ ପଦକ୍ଷେପ ନେବା ପାଇଁ ମଧ୍ୟ ଅନୁରୋଧ କରିଥିଲେ । ଏହି ପ୍ରସ୍ତାବକୁ ସହୃଦୟତାର ସହ ବିଚାର କରି ପଦକ୍ଷେପ ନେବେ ବୋଲି ମାନନୀୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି । ମନ୍ତ୍ରୀଙ୍କୁ ସାକ୍ଷାତ ସମୟରେ ଡାକ୍ତର ଦେବଦତ୍ତ ସାମନ୍ତରାୟ ଙ୍କ ସହ ସୋରଡାର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ନିଳମଣୀ ବିଶୋଇ , ସ୍ଵଚ୍ଛ ଭାରତ ମିଶନ୍ ର ରାଜ୍ୟ ସଭାପତି ଶ୍ରୀଯୁକ୍ତ ମହେଶ ଚନ୍ଦ୍ର ମହାନ୍ତି ତଥା ଦିଶା ଆୟୁର୍ବେଦର ଉପଦେଷ୍ଟା ଗୌତମ ଚନ୍ଦ୍ର ଜେନା ଉପସ୍ଥିତ ଥିଲେ ।
6