ଏରସମା, 23/09/2025, ଉତ୍କଳ voice news - utkalvoicenews.com( ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :

ଏରସମା ବ୍ଲକ ଅନ୍ତର୍ଗତ ପଏଦା ସ୍ଥିତ ଏକ ଘରୋଇ ମଣ୍ଡପରେ ପଏଦା ଶକ୍ତି କେନ୍ଦ୍ରର ସାଂଗଠାନିକ ବୈଠକ ଅନୁଷ୍ଠିତ ହେଇଯାଇଛି।
ଏହି ବୈଠକରେ ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀ ବିଜେପି ନେତା ଶ୍ରୀଯୁକ୍ତ ସତ୍ୟସାରଥି ମହାନ୍ତି ଯୋଗଦେଇ ବିଭିନ୍ନ ପଞ୍ଚାୟତରୁ ଆସିଥିବା ବିଜେପି କର୍ମୀ ଓ କାର୍ଯ୍ୟକାର୍ତ୍ତା ମାନଙ୍କୁ ତୃଣମୂଳ ସ୍ତରରୁ କିପରି ଆହୁରି ସଂଗଠନ ମଜଭୂତ କରିବା ସହିତ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନମଙ୍ଗଳ କାରୀ ଯୋଜନା ସବୁ କିପରି ସାଧାରଣ ଜନତା ପାଇବେ ସେ ଦିଗରେ କାର୍ଯ୍ୟକର୍ତ୍ତାମାନଙ୍କୁ ବୁଝାଇବା ସହ କର୍ମୀମାନଙ୍କ ଠାରୁ ସେମାନଙ୍କର ସମସ୍ୟା ସମ୍ପର୍କରେ ବୁଝିଥିଲେ।ଅନ୍ୟ ଅତିଥି ମାନଙ୍କ ଭିତରେ ଏରସମା ବ୍ଲକ ସାଂସଦଙ୍କ ପ୍ରତିନିଧି ଜଟାଧାରୀ ସ୍ବାଇଁ, ଓବିଶି ମୋର୍ଚ୍ଚା ଜିଲ୍ଲା ଉପସଭାପତି ସଞ୍ଜୟ ପରିଡ଼ା, ଜିଲ୍ଲା କର୍ଯ୍ୟ କାରିଣୀ ସଦସ୍ୟ କ୍ଷେତ୍ରମୋହନ ସାହୁ, ଏରସମା ମଣ୍ଡଳ ସଭାପତି ଅମରେନ୍ଦ୍ର ଦଳାଇ, ନରଦିଆ ପଞ୍ଚାୟତ ସମିତି ସଭ୍ୟ ପ୍ରଫୁଲ୍ଲ ପାଳ, ମଣ୍ଡଳ ସାଧାରଣ ସମ୍ପାଦକ ହେମନ୍ତ ରାଉତ,କୃଷ୍ଣଚନ୍ଦ୍ରପୁର ପଞ୍ଚାୟତ ବିଜେପି ଯୁବନେତା ମାନସ ରଞ୍ଜନ ସ୍ୱାଇଁ,ସୁକାନ୍ତ ରାଉତ,ରାଜେଶ ସ୍ୱାଇଁ,ଅଧିର କୁମାର ବେହେରା,ପଏଦା ପଞ୍ଚାୟତ ବିଜେପି ଯୁବନେତା ସତ୍ୟବ୍ରତ ପାତ୍ର,ସୁଶାନ୍ତ କୁମାର ଦାସ,ହୃଦାନନ୍ଦ ରାଉଳଙ୍କ ସମେତ ୭୦୦ରୁ ଉର୍ଦ୍ଧ୍ବ ମଣ୍ଡଳର ବିଜେପି କର୍ମୀମାନେ ଯୋଗ ଦେଇ ବିଜେପି ନେତା ସତ୍ୟସାରଥି ମହାନ୍ତିଙ୍କ ଆଦର୍ଶ ଦଳ ପ୍ରତି ଭଲପାଇବା ଓ ଦୃଢ ନେତୃତ୍ୱରେ କିପରି ପ୍ରତି ପଞ୍ଚାୟତ ର ପ୍ରତି ଗାଁର ବିକାଶ ହେଇପାରିବ।ଓଡିଶା ସରକାରଙ୍କ ବିକଶିତ ଗାଁ ବିକଶିତ ଓଡିଶା ଗଠନ ହେଇ ପାରିବା ସହିତ ଆଗାମୀ ପଞ୍ଚାୟତ ନିର୍ବାଚନରେ କିପରି ସବୁ ଜେନରେ ବିଜେପି ଜିଲ୍ଲାପରିଷଦ ନିର୍ବାଚିତ ହେବ ସେ ଦିଗରେ କାର୍ଯ୍ୟ ଆରମ୍ଭ କରିବା ପାଇଁ ସମସ୍ତେ ସକଳ୍ପ ସହ ଶକ୍ତିକେନ୍ଦ୍ର ପ୍ରମୁଖ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ ଏବଂ ଦେବ ଦୁର୍ଲ୍ଲଭ କାର୍ଯ୍ୟକର୍ତ୍ତା ମାନେ ହାତକୁ ହାତ ମିଶାଇ ଏକାଠି ହୋଇ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ।