ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଯକ୍ଷ୍ମା ମୁକ୍ତ ପଞ୍ଚାୟତ-୨୦୨୩ ଓ ୨୪ ବର୍ଷ ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ପାରାଦ୍ଵୀପ ଗଡ ପଞ୍ଚାୟତ ସରପଞ୍ଚଙ୍କୁ ରୌପ୍ୟ, ବ୍ରୋଞ୍ଜ ପଦକ ଓ ପ୍ରମାଣପତ୍ର ସହିତ ସମ୍ବର୍ଦ୍ଧିତ l

ପାରାଦ୍ଵୀପ ଗଡ, 24/09/2025, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ / କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
Article Image
"ଯକ୍ଷ୍ମା ମୁକ୍ତ ଗ୍ରାମ ପଞ୍ଚାୟତ"- ୨୦୨୩ ଓ ୨୦୨୪ ବର୍ଷ ପାଇଁ ଜଗତସିଂହପୁର ଜିଲ୍ଲା ପ୍ରଶାସନ ତରଫରୁ ପାରାଦୀପ ଗଡ ଗ୍ରାମ ପଞ୍ଚାୟତ କୁ ବ୍ରୋଞ ଓ ରୌପ୍ୟ ପଦକ, ପ୍ରମାଣ ପତ୍ର ସହିତ ସମ୍ବର୍ଦ୍ଧିତ କରାଯାଇଛି l ଜିଲ୍ଲା ର ଏକ ବୃହତ୍ତମ ଗ୍ରାମ ପଞ୍ଚାୟତ ଭାବେ ଜଣାଶୁଣା ପାରାଦୀପ ଗଡ ଗ୍ରାମ ପଞ୍ଚାୟତ
Article Image
ପାରାଦୀପ ବନ୍ଦର ଉପକଣ୍ଠ ରେ ଥିବାରୁ ଓ ଉକ୍ତ ପଞ୍ଚାୟତ କଳ କାରଖାନା ଘେରା ମଧ୍ୟରେ ଥାଇ ମଧ୍ୟ ସରପଞ୍ଚ ଙ୍କ ପ୍ରତେକ୍ଷ ତତ୍ତ୍ଵାବଧାରେ ଗୋଷ୍ଠି ସ୍ଵାସ୍ଥ୍ୟ ଅଧିକାରୀ, ଏ.ଏନ.ଏମ୍ . ଆଶା କର୍ମୀ ମାନେ ନିୟମିତ ଭାବେ ଘର ଘର ବୁଲି ସ୍ବାସ୍ଥ୍ୟ ପରୀକ୍ଷା କରିବା ଓ ତୁରନ୍ତ ଏହାର ପ୍ରତିକାର ଓ ନିରାକରଣ କରିଥିବାରୁ ପାରାଦୀପ ଗଡ ପଞ୍ଚାୟତ 'ଯକ୍ଷ୍ମା ମୁକ୍ତ ପଞ୍ଚାୟତ" ହୋଇ ପାରିଛି l ଫଳରେ ଜିଲ୍ଲା ପ୍ରଶାସନ ତରଫରୁ ଆଦିକବି ଶାରଳା ଦାସ ସଂସ୍କୃତି ଭବନ ପରିସରରେ ଆୟୋଜିତ ଏକ ସ୍ଵତନ୍ତ୍ର ଉତ୍ସବ ରେ ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ସସ୍ମିତା ବେହେରା ଙ୍କୁ ବ୍ରୋଞ୍ଜ ଓ ରୌପ୍ୟ ପଦକ ସହିତ ପ୍ରମାଣ ପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଛନ୍ତି l ସରପଞ୍ଚ ଶ୍ରୀମତୀ ବେହେରା ଉକ୍ତ ପୁରସ୍କାର କୁ ପଞ୍ଚାୟତ ବାସୀ ଙ୍କ ଉଦ୍ଧେଶ୍ୟରେ ଉତ୍ସର୍ଗ କରିଛନ୍ତି l ଏଥିପାଇଁ ସରପଞ୍ଚ ଶ୍ରୀମତୀ ବେହେରା ପଞ୍ଚାୟତ ଗୋଷ୍ଠି ସ୍ଵାସ୍ଥ୍ୟ ଅଧିକାରୀ, ଏ .ଏନ୍,.ଏମ. ଓ ଆଶାକର୍ମୀ କୁ ଧନ୍ୟବାଦ ପ୍ରଦାନ କରିଛନ୍ତି l ଏପରି ସମ୍ବର୍ଦ୍ଧନା ପାଇଁ ପଞ୍ଚାୟତ ବାସୀ ଙ୍କ ତରଫରୁ ସରପଞ୍ଚ ଙ୍କୁ ପ୍ରସଂସା ର ସୁଅ ଛୁଟୁଛି l
Article Image
Article Image
4